ନିତମ୍ବ ସ୍ଥାନ‌ଚ୍ୟୁତି

ଉଇକିପିଡ଼ିଆ ରୁ
(Dislocation of hip ରୁ ଲେଉଟି ଆସିଛି)
Jump to navigation Jump to search
ନିତମ୍ବ ସ୍ଥାନ‌ଚ୍ୟୁତି (Dislocation of hip)
HipdisX.png
ବାମ ହିପ ବା ନିତମ୍ବ ଚିତ୍ରରେ ଗଣ୍ଠିର ସ୍ଥାନଚ୍ୟୁତି ଦେଖାଯାଉଛି ।
ବିଭାଗଅସ୍ଥିଶଲ୍ୟ ବିଜ୍ଞାନ (Orthopedics)
ଲକ୍ଷଣହିପ ଯନ୍ତ୍ରଣା, ହିପ ଚଳନ ଅକ୍ଷମତା [୧]
କାରଣଆଘାତ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଏକ୍ସ-ରେ (X-rays) ସାହାଯ୍ୟରେ ପ୍ରମାଣିତ କରାଯାଏ । [୨]
ସଠିକ ରୋଗ ନିର୍ଣ୍ଣୟହିପ ଅସ୍ଥିଭଗ୍ନ (Hip fracture), ହିପ ଡିସପ୍ଲାସିଆ (hip dysplasia
ପ୍ରତିକାରସିଟ-ବେଲ୍ଟ [୧]
ଚିକିତ୍ସାରିଡକସନ (Reduction) [୧]
ପୌନଃପୁନିକଅସାଧାରଣ[୩]

ନିତମ୍ବ ସ୍ଥାନ‌ଚ୍ୟୁତି (ଇଂରାଜୀ ଭାଷାରେ hip dislocation) ବା ହିପ ଡିସଲୋକେସନ ନାମ ଦିଆଯାଏ ଯେତେବେଳେ ଫିମର (femur) ଓ ପେଲଭିସ (pelvis) ମଧ୍ୟରେ ଥିବା ହିପ ଗଣ୍ଠି ସ୍ଥାନ‌ଚ୍ୟୁତ ବା ଡିସଲୋକେଟେଡ (comes out of) ହୁଏ ।[୧] ଏହି ଗଣ୍ଠିରେ କପ ଆକାରରେ ଥିବା ପେଲଭିସର ଆସେଟାବୁଲମ (acetabulum) ମଧ୍ୟରେ ସ୍ଥାନିତ ହୋଇଥିବା ବଲ ଆକାରର ଫିମରର ମୁଣ୍ଡ ସ୍ୱସ୍ଥାନରୁ ବାହାରିଯାଏ ।[୧] ଏହି ଡିସଲୋକେସନ ହେଲେ ଯନ୍ତ୍ରଣା ଓ ଗଣ୍ଠି ଚଳନରେ ସମସ୍ୟା ହୁଏ ।[୧] ଆଘାତ ଅଧିକ ଥିଲେ ଆଭାସ୍କୁଲାର ନେକ୍ରୋସିସ ଅଫ ଦି ହିପ (Avascular necrosis of the hip, ସିଆଟିକ ସ୍ନାୟୁ ଆଘାତ (sciatic nerve) ଓ ଆର୍ଥ୍ରାଇଟିସ arthritis ଭଳି ଜଟିଳ ସମସ୍ୟା ଉତ୍ପନ୍ନ ହୁଏ । [୧]

ସାଧାରଣତଃ ଡିସଲୋକେସନ ବା ଗଣ୍ଠି ସ୍ଥାନ‌ଚ୍ୟୁତି ବଡ଼ ଧରଣର ଆଘାତ (significant trauma) ଲାଗିଲେ ହୁଏ ଯେପରିକି ମଟର ଗାଡ଼ି ଧକ୍କା ବା ଉଚ୍ଚ ସ୍ଥାନରୁ ପଡ଼ିଯିବା (fall) ।[୧] ଏହି ଭଳି କେଶ୍‌ରେ ଅନ୍ୟାନ୍ୟ ଆଘାତ ଚିହ୍ନ ସାଧାରଣତଃ ମିଳେ ।[୨][୪] ଏକ୍ସ-ରେ (X-rays) ସାହାଯ୍ୟରେ ପ୍ରମାଣିତ କରାଯାଏ ।[୨] ହିପ ପ୍ରତିରୋପଣ (hip replacement) ପରେ ବା ହିପ ଡିସପ୍ଲାସିଆ (hip dysplasia) ଥିଲେ ମଧ୍ୟ ଏହି ଡିସଲୋକେସନ ହୋଇପାରେ । [୫]

ସିଟ-ବେଲ୍ଟ ଲଗେଇ ଏହି ଆଘାତରୁ ରକ୍ଷା ପାଇବା ନିମନ୍ତେ ପ୍ରଚେଷ୍ଟ କରାଯାଏ ।[୧] ଏହି ଆଘାତ ନିମନ୍ତେ ଆଶୁ ଚିକିତ୍ସା ଓ ଆଧୁନିକ ଆଘାତ ଜୀବନରକ୍ଷାକାରୀ (advanced trauma life support) ସାହାଯ୍ୟ ଆବଶ୍ୟକ ହୁଏ ।[୨] ଏହା ପରେ ସ୍ଥାନ‌ଚ୍ୟୁତ ହୋଇଥିବା ଗଣ୍ଠିକୁ ସିଡେସନ (procedural sedation) ଦେଇ ପୁନଃସ୍ଥାପନ ବା ରିଡକସନ (reduction) କରାଯାଏ ।[୧] ସମ୍ଭାବ୍ୟ କଟିଳତାର ଉପସ୍ଥିତି ପରଖିବା ପାଇଁ ସିଟି ସ୍କାନ (CT scan) କରାଯାଏ ।[୬] ରିଡକସନ ସମ୍ଭବ ନହେଲେ ଅପରେଶନ ଆବଶ୍ୟକ ହୁଏ । [୨] କ୍ଷତ ଭରଣା ପାଇଁ କିଛି ମାସ ଲାଗିଯାଏ ।[୧] [୭]

ହିପ ଡିସଲୋକେସନ ସାଧାରଣତଃ ଅଧିକ ଦେଖାଯାଏନାହିଁ ।[୩] ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୮] ଏହା ପ୍ରାୟ ୧୬ରୁ ୪୦ ବର୍ଷ ବୟସରେ ଦେଖାଯାଏ । [୯] ୧୮୦୦ ଶତାବ୍ଦୀର ପ୍ରାରମ୍ଭରେ ଏହି ରୋଗ ବିଷୟରେ ପ୍ରଥମେ ମେଡିକାଲ ପ୍ରେସରେ ଦେଖିବାକୁ ମିଳିଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Hip Dislocation". AAOS. June 2014. Retrieved 7 June 2018.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Beebe, MJ; Bauer, JM; Mir, HR (July 2016). "Treatment of Hip Dislocations and Associated Injuries: Current State of Care". The Orthopedic clinics of North America. 47 (3): 527–49. doi:10.1016/j.ocl.2016.02.002. PMID 27241377.
  3. ୩.୦ ୩.୧ "Hip Dislocation". www.orthobullets.com (in ଇଂରାଜୀ). Retrieved 7 June 2018.
  4. Clegg, TE; Roberts, CS; Greene, JW; Prather, BA (April 2010). "Hip dislocations--epidemiology, treatment, and outcomes". Injury. 41 (4): 329–34. doi:10.1016/j.injury.2009.08.007. PMID 19796765.
  5. Callaghan, John J.; Rosenberg, Aaron G.; Rubash, Harry E. (2007). The Adult Hip (in ଇଂରାଜୀ). Lippincott Williams & Wilkins. p. 1032. ISBN 9780781750929.
  6. "Hip Dislocations". Merck Manuals Professional Edition (in ଇଂରାଜୀ). August 2017. Retrieved 7 June 2018.
  7. Clarke, Sonya; Santy-Tomlinson, Julie (2014). Orthopaedic and Trauma Nursing: An Evidence-based Approach to Musculoskeletal Care (in ଇଂରାଜୀ). John Wiley & Sons. p. 292. ISBN 9781118438848.
  8. Blankenbaker, Donna G.; Davis, Kirkland W. (2016). Diagnostic Imaging: Musculoskeletal Trauma E-Book (in ଇଂରାଜୀ). Elsevier Health Sciences. p. 495. ISBN 9780323442954.
  9. 1967-, Egol, Kenneth A., (2015). Handbook of fractures. Koval, Kenneth J., Zuckerman, Joseph D. (Joseph David), 1952-, Ovid Technologies, Inc. (5th ed.). Philadelphia: Wolters Kluwer Health. p. Chapter 27. ISBN 9781451193626. OCLC 960851324.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ