Jump to content

ଦିଲ୍ଲୀପ ଶତପଥୀ

ଉଇକିପିଡ଼ିଆ‌ରୁ
(Dillip Satpathyରୁ ଲେଉଟି ଆସିଛି)
ଦିଲ୍ଲୀପ ଶତପଥୀ‌
ଦିଲ୍ଲୀପ ଶତପଥୀ
ଦିଲ୍ଲୀପ ଶତପଥୀ
ଜନ୍ମ
ଶିକ୍ଷାନୁଷ୍ଠାନରେଭେନ୍ସା ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ସାମ୍ବାଦିକ, ସ୍ତମ୍ଭକାର

ଦିଲ୍ଲୀପ ଶତପଥୀ (୧୯୬୩-୨୦୧୯) ଜଣେ ଓଡ଼ିଆ ସାମ୍ବାଦିକ ଥିଲେ । ତାଙ୍କର ସାମ୍ବାଦିକତା ମୁଖ୍ୟତଃ ଅର୍ଥନୀତି ଓ ବ୍ୟବସାୟ ସମ୍ବନ୍ଧରେ ଥିଲା ।[] ସେ ବିଜନେସ ଷ୍ଟାଣ୍ଡାର୍ଡ଼ର ଓଡ଼ିଶା ବ୍ୟୁରୋ ଚିଫ ଥିଲେ ଓ ଦୂରଦର୍ଶନରେ ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ ।[] ଓଡ଼ିଶାର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଅର୍ଥନୀତି ଓ ରାଜନୀତିକ ଆଲୋଚନାରେ ସେ ନିୟମିତ ଭାବେ ଅଂଶଗ୍ରହଣ କରୁଥିଲେ ।[] ରକ୍ତକର୍କଟରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରଠାରେ ୨୦୧୯ ମସିହା ସେପ୍ଟେମ୍ବର ୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଶତପଥୀ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମିତ । ତାଙ୍କ ପରିବାରରେ ୫ ଭଉଣୀ ଓ ୨ ଭାଇରେ ସେ ଥି‌ଲେ କନିଷ୍ଠତମ । ସେ ଅବିବାହିତ ଥିଲେ । ପାଖାପାଖି ୨୦ ବର୍ଷ ତଳେ ୧୯୯୮ରେ ସେ ରକ୍ତକର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ[] ଓ ପରେ ସୁସ୍ଥ ହୋଇଯାଇଥିଲେ । ତେବେ ପରେ ଆଉଥରେ ଏଥିରେ ପୀଡ଼ିତ ହୋଇ ଚିକିତ୍ସାଧୀନ ହୋଇଥିଲେ । ମୃତ୍ୟୁ ଆଗରୁ ସେ ହୃଦଘାତରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।[]

ଶିକ୍ଷା ଓ ଚାକିରି

[ସମ୍ପାଦନା]

ସେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ତାହା ପରେ ସମ୍ବାଦରେ ୧୯୮୪ ମସିହାରେ ସାମ୍ବାଦିକ ଭାବେ ଯୋଗଦେଇଥିଲେ । ପରେ ୧୯୯୩ ମସିହା ଅଗଷ୍ଟ ମାସରେ ବିଜନେସ ଷ୍ଟାଣ୍ଡାର୍ଡ଼ରେ ଯୋଗଦେଇ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରୁଥିଲେ ।[]

  1. ବେହେରା, ପ୍ରଜ୍ଞା ପରିମିତା (9 September 2019). "ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ". Kanak News. Retrieved 11 September 2019.
  2. "ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ -". 9 September 2019. Archived from the original on 5 July 2022. Retrieved 11 September 2019.
  3. "www.uniindia.com/resident-editor-of-business-standard-dillip-satpathy-passes-away/east/news/1723275.html". United News of India. 9 September 2019. Retrieved 11 September 2019.
  4. "ପରଲୋକରେ ଦିଲ୍ଲୀପ ଶତପଥୀ". Retrieved 11 September 2019.[permanent dead link]
  5. Datta, Kanika (10 September 2019). "Senior Business Standard journalist Dillip Satapathy passes away at 55". Business Standard India. Retrieved 11 September 2019.
  6. 1 2 "ଅକାଳରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ, ସାମ୍ବାଦିକତା ଜଗତରେ ଶୋକର ଛାୟା". Sambad. 10 September 2019. Retrieved 11 September 2019.