Jump to content

ଧନଞ୍ଜୟ ଯଶୋବନ୍ତ ଚନ୍ଦ୍ରଚୂଡ଼

ଉଇକିପିଡ଼ିଆ‌ରୁ
(Dhananjaya Y. Chandrachudରୁ ଲେଉଟି ଆସିଛି)

ଧନଞ୍ଜୟ ଯଶୋବନ୍ତ ଚନ୍ଦ୍ରଚୂଡ଼ (ଜନ୍ମ ୧୧ ନଭେମ୍ବର ୧୯୫୯), ଯିଏ ଡି.ୱାଇ. ଚନ୍ଦ୍ରଚୂଡ଼ ଭାବେ ପରିଚିତ, ଜଣେ ଅବସରପ୍ରାପ୍ତ ଭାରତୀୟ ବିଧିବେତ୍ତା ଅଟନ୍ତି । ସେ ୯ ନଭେମ୍ବର ୨୦୨୨ ଠାରୁ ୧୦ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଭାରତର ୫୦ତମ ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟ କରିଥିଲେ । ତାଙ୍କୁ ମଇ ୨୦୧୬ ମସିହାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଏକ ନ୍ୟାୟାଧୀଶ ଭାବେ ନିଯୁକ୍ତ କରାଯାଇଥିଲା ।[]

ଏହା ପୂର୍ବରୁ ସେ ୨୦୧୩ ଠାରୁ ୨୦୧୬ ପର୍ଯ୍ୟନ୍ତ ଆଲାହାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଏବଂ ୨୦୦୦ ଠାରୁ ୨୦୧୩ ପର୍ଯ୍ୟନ୍ତ ବମ୍ବେ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ କାର୍ଯ୍ୟ କରିଥିଲେ। ସେ ଜାତୀୟ ବିଧି ସେବା ପ୍ରାଧିକରଣର ଏକ୍‌ସ୍‌ ଅଫିସିଓ ମୁଖ୍ୟ ସଂରକ୍ଷକ (Ex-officio Patron-in-Chief) ଏବଂ ଜାତୀୟ ବିଧି ବିଦ୍ୟାଳୟ ଭାରତ ବିଶ୍ୱବିଦ୍ୟାଳୟର ବାସ୍ତବ (de facto) କୁଳାଧିପତି ଭାବେ ମଧ୍ୟ ସେବା ପ୍ରଦାନ କରିଛନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ତାଙ୍କର ଜନ୍ମ ୧୧ ନଭେମ୍ବର ୧୯୫୯ ରେ ହୋଇଥିଲା । ତାଙ୍କ ପିତା ଜଷ୍ଟିସ୍‌ ୱାଇ. ଭି. ଚନ୍ଦ୍ରଚୂଡ ଭାରତ ସର୍ବୋଚ୍ଚ ନ୍ୟାୟାଳୟର ୧୬ତମ ଏବଂ ସବୁଠାରୁ ଦୀର୍ଘ ସମୟ ସେବାକାଳ ଥିବା ମୁଖ୍ୟ ନ୍ୟାୟାଧୀଶ ଥିଲେ।[][] ତାଙ୍କ ମାଆ ପ୍ରଭା ଜଣେ ଶାସ୍ତ୍ରୀୟ ସଙ୍ଗୀତଜ୍ଞା।

ଶିକ୍ଷା

[ସମ୍ପାଦନା]

ସେ ୧୯୭୯ ମସିହାରେ ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍‌ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତି ଓ ଗଣିତ ବିଷୟରେ ସ୍ନାତକ (ଅନର୍ସ) ଉପାଧି ହାସଲ କରିଥିଲେ। ଅନର୍ସ ତାଲିକାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆପଣ ସର୍ବୋଚ୍ଚ ସ୍ଥାନ ପାଇଥିଲେ। ୧୯୮୨ ମସିହାରେ ଆପଣ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଧିରେ ସ୍ନାତକ ଉପାଧି ପାଇଥିଲେ। ୧୯୮୩ ମସିହାରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଏଲ୍‌.ଏଲ୍‌.ଏମ୍‌. ଉପାଧି ହାସଲ କରିଥିଲେ। ୧୯୮୬ ମସିହାରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ୍‌ ଉପାଧି ପାଇଥିଲେ। ୨୦୧୫ ମସିହାରେ ଡ଼. ରାମ ମନୋହର ଲୋହିଆ ଜାତୀୟ ବିଧି ବିଶ୍ୱବିଦ୍ୟାଳୟ, ଲକ୍ଷ୍ନୌ ତାଙ୍କୁ ଏଲ୍‌.ଏଲ୍‌.ଡି.ର ମାନଦ ଉପାଧି ପ୍ରଦାନ କରିଥିଲା।

ବୃତ୍ତି ଜୀବନ

[ସମ୍ପାଦନା]

ଚନ୍ଦ୍ରଚୂଡ଼ ବମ୍ବେ ଉଚ୍ଚ ନ୍ୟାୟାଳୟରେ ଅଧିବକ୍ତା ଭାବେ ପ୍ରାକ୍ଟିସ୍‌ କରିଥିଲେ ଏବଂ ସଂବିଧାନିକ ଆଇନ ଓ ସାର୍ବଜନିକ ଆଇନରେ ବିଶେଷ ରୁଚି ନେଇଥିଲେ। 1998 ଠାରୁ 2000 ମଧ୍ୟରେ ଚନ୍ଦ୍ରଚୂଡ଼ଙ୍କୁ ଭାରତ ସରକାରଙ୍କ ଏଡିସନାଲ୍‌ ସୋଲିସିଟର୍‌ ଜେନେରାଲ୍‌ ଭାବେ ନିଯୁକ୍ତ କରାଯାଇଥିଲା।[]

୨୯ ମାର୍ଚ୍ଚ ୨୦୦୦ରେ ସେ ବମ୍ବେ ହାଇକୋର୍ଟର ଅତିରିକ୍ତ ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ ।[]

୩୧ ଅକ୍ଟୋବର ୨୦୧୩ ରେ ସେ ଆଲାହାବାଦ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ପଦ ଗ୍ରହଣ କଲେ।[]

୧୩ ମଇ ୨୦୧୬ରେ ସେ ଭାରତ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ହେଲେ ।[]

  1. 1 2 3 4 5 "Dr Justice D Y Chandrachud | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-18.
  2. "Justice Chandrachud keeps running into father's rulings". Archived from the original on 9 अगस्त 2018. Retrieved 8 अगस्त 2018. {{cite web}}: Check date values in: |access-date= and |archive-date= (help)
  3. "Chandrachud vs Chandrachud: Son Overrules Father's Judgment, Yet Again". Archived from the original on 30 सितंबर 2018. Retrieved 30 सितंबर 2018. {{cite web}}: Check date values in: |access-date= and |archive-date= (help)