Jump to content

ଦେବେନ୍ଦ୍ର ମୋହନ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(Debendra Mohan Patnaikରୁ ଲେଉଟି ଆସିଛି)


ଦେବେନ୍ଦ୍ର ମୋହନ ପଟ୍ଟନାୟକ (ଜନ୍ମ: ୧-୯-୧୯୩୭) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ବୃତ୍ତି

[ସମ୍ପାଦନା]

ଜଷ୍ଟିସ୍‌ ଦେବେନ୍ଦ୍ର ମୋହନ ପଟ୍ଟନାୟକ ୧-୯-୧୯୩୭ରେ ଜନ୍ମ ଗ୍ରହଣ କରିଥିଲେ । ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବାପରେ ୭-୫-୧୯୮୦ ତାରିଖରେ ସେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେଇଥିଲେ । ଚାକିରି କାଳରେ ସେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ଏବଂ ୧୨ ଅକ୍ଟୋବର ୧୯୮୩ରୁ ୨୨ ସେପ୍ଟେମ୍ବର ୧୯୮୬ ପର୍ଯ୍ୟନ୍ତ ବାରିପଦାରେ ମୟୁରଭଞ୍ଜର ଜିଲ୍ଲା ଓ ଦୌରା ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[] ୨୦-୧୦-୧୯୮୯ରୁ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ଜୁଡିସିଆରି) ଭାବେ କାର୍ଯ୍ୟ କରିଥିଲେ ।

ସେ ୭.୧.୧୯୯୧ରୁ ୩୧.୮.୧୯୯୯ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ ପଦବୀରେ ରହିଥିଲେ।[] ଅବସର ପରେ ସେ ୨୧ ଅପ୍ରିଲ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇ ଥିଲେ ।[]

୨୭ ଜୁନ ୨୦୧୨ରେ ୭୬ ବର୍ଷ ବୟସରେ ସେ ପ୍ରାଣତ୍ୟାଗ କରିଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-13.
  2. "Former Judges | District & Sessions Judge Court, Mayurbhanj | India" (in ଆମେରିକୀୟ ଇଂରାଜୀ). Archived from the original on 2025-01-13. Retrieved 2025-01-13.
  3. "Justice Debendra Mohan Patnaik vs State Of Orissa And Ors. on 31 July, 2007". indiankanoon.org. Retrieved 13 January 2025.
  4. Service, Express News (28 June 2012). "Former HC judge dead". The New Indian Express (in ଇଂରାଜୀ). Retrieved 13 January 2025.