ଦାଣ୍ଡମୁକୁନ୍ଦପୁର

ଉଇକିପିଡ଼ିଆ‌ରୁ
(Dandamukundapurରୁ ଲେଉଟି ଆସିଛି)
Gopinath Dev Temple, Dandamukundapur

ଦାଣ୍ଡମୁକୁନ୍ଦପୁର ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ପ୍ରାଚୀନ ଗ୍ରାମ । ଭକ୍ତ ସାଲବେଗଙ୍କ ସ୍ମୃତିପୀଠ ଭାବେ ଏହା ପ୍ରସିଦ୍ଧି ଲାଭ କରିଛି ।[୧]

ଭୂଗୋଳ[ସମ୍ପାଦନା]

ପୁରୀ-ଭୁବନେଶ୍ୱର ରାସ୍ତାର ଅନତି ଦୂରରେ ଅବସ୍ଥିତ ଏହି ଗ୍ରାମ ରାଜଧାନୀ ଭୁବନେଶ୍ୱରଠାରୁ ମାତ୍ର ୨୯ କି.ମି. ଦୂରରେ ଅବସ୍ଥିତ । ପିପିଲି ତହସିଲ ଅଧୀନରେ ଥିବା ଏହି ଗ୍ରାମ ଜିଲ୍ଲା ସଦର ମହକୁମା ପୁରୀଠାରୁ ୩୬ କି ମି ଦୂରରେ ଅବସ୍ଥିତ । ପିପିଲି ଡାକଘର ଅଧୀନରେ ଥିବା ଏହି ଗ୍ରାମର ପିନ କୋଡ଼ ହେଉଛି ୭୫୨୧୦୪ ।

ଗାଁର ପଶ୍ଚିମରେ ଡେଲାଙ୍ଗ ତହସିଲ, ପୂର୍ବକୁ ନିମାପଡା ତହସିଲ, ଦକ୍ଷିଣରେ ସତ୍ୟବାଦୀ ତହସିଲ ଓ ଉତ୍ତରରେ ପିପିଲି । ଏହାର ନିକଟତମ ସହର ହେଉଛି ଜଟଣୀ, ଖୋର୍ଦ୍ଧା, ପୁରୀ ।[୨]

ଗମନାଗମନ[ସମ୍ପାଦନା]

ଦାଣ୍ଡମୁକୁନ୍ଦପୁରର ନିକଟତମ ରେଳ ଷ୍ଟେସନ ହେଉଛି ଡେଲାଙ୍ଗ । ତେବେ ଡେଲାଙ୍ଗଠାରୁ କିମ୍ବା ୨୧ କି ମି ଦୂରରେ ଥିବା ଭୁବନେଶ୍ୱର ରେଳଷ୍ଟେସନଠାରୁ ମଧ୍ୟ ଏହି ସ୍ଥାନକୁ ବସ ଯୋଗେ ଯାଇହେବ ।[୨]

ପର୍ଯ୍ୟଟନ[ସମ୍ପାଦନା]

ଭକ୍ତ ସାଲବେଗଙ୍କ ମାମୁଙ୍କ ଘର ଦାଣ୍ଡମୁକୁନ୍ଦପୁର ବୋଲି ଉଲ୍ଲେଖ ଅଛି । ଏହିସ୍ଥାନ ସାଲବେଗଙ୍କ ସ୍ମୃତିପୀଠ ବ୍ୟତୀତ ଏହା ନିକଟରେ ଭକ୍ତ ଦାସିଆ ବାଉରୀଙ୍କ ଜନ୍ମ ସ୍ଥାନ ରହିଥିବା ହେତୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହାର ପ୍ରସିଦ୍ଧି ରହିଛି ।[୩] ଏହାଛଡା ଚମ୍ପକ ଦ୍ୱାଦଶୀ ଦିନ ଏଠାରେ ପ୍ରସ୍ତୁତ ବିଭିନ୍ନ କିସମର ବାଣ ପ୍ରଜ୍ଜ୍ୱଳନ ଅତି ଆଡମ୍ବର ସହକାରେ ପାଳନ କରାଯାଏ ।

ଆଧାର[ସମ୍ପାଦନା]

  1. "Heritage zone to boost tourism". The Telegraph. Retrieved 16 September 2018.
  2. ୨.୦ ୨.୧ "Dhandamakundapur Village". www.onefivenine.com. Retrieved 17 September 2018.
  3. "Tourism department to create heritage corridor". The Hindu (in Indian English). 18 August 2012. Retrieved 16 September 2018.