ଦାମୋଦର ଧର୍ମାନନ୍ଦ କୋସାମ୍ବୀ

ଉଇକିପିଡ଼ିଆ‌ରୁ
(Damodar Dharmananda Kosambiରୁ ଲେଉଟି ଆସିଛି)
ଦାମୋଦର ଧର୍ମାନନ୍ଦ କୋସାମ୍ବି
Born(1907-07-31)୩୧ ଜୁଲାଇ ୧୯୦୭
କୋସବେନ, ପର୍ତ୍ତୁଗାଲ ଅଧିନସ୍ଥ ଭାରତ (ଏବେକାର ଗୋଆ, ଭାରତ)
Died୨୯ ଜୁନ ୧୯୬୬(1966-06-29) (ବୟସ ୫୮)
ପୁନେ, ମହାରାଷ୍ଟ୍ର, ଭାରତ
Occupationଗଣିତଜ୍ଞ ଓ ମାର୍କ୍ସବାଦୀ ଐତିହାସିକ

ଦାମୋଦର ଧର୍ମାନନ୍ଦ କୋସାମ୍ବି (୩୧ ଜୁଲାଇ ୧୯୦୭ - ୨୯ ଜୁନ୍ ୧୯୬୬) ଜଣେ ଭାରତୀୟ ଗଣିତଜ୍ଞ, ପରିସଂଖ୍ୟାନବିତ୍ ଓ ଐତିହାସିକ । ଏହି ବହୁଦର୍ଶୀ ପ୍ରତିଭାଂକର କୋଶାମ୍ବି ମ୍ୟାପ୍ ଫଙ୍କସନ୍ଦ୍ୱାରା ଅନୁବଂଶ ବିଜ୍ଞାନ ପ୍ରତି ମଧ୍ୟ ଅବଦାନ ରହିଛି । ସେ ମୁଦ୍ରାଶାସ୍ତ୍ର କ୍ଷେତ୍ରରେ ତାଙ୍କର ଅବଦାନ ଓ ଅନେକ ପୁରୁଣା ସଂସ୍କୃତ ଗ୍ରନ୍ଥର ଶୁଦ୍ଧ ପାଠ ତିଆରି କରିବା ପାଇଁ ପ୍ରସିଦ୍ଧ । ଜଣେ ମାର୍କ୍ସବାଦୀ ଐତିହାସିକ ଭାବରେ ଭାରତର ପୁରାତନ ଇତିହାସର ଚର୍ଚ୍ଚାରେ ସେ ଏକ ବସ୍ତୁବାଦୀ ପରିପ୍ରେକ୍ଷୀର ବ୍ୟବହାର କରୁଥିଲେ ।

ତାଙ୍କୁ ଭାରତୀୟ ଇତିହାସ ଚର୍ଚ୍ଚାର ମାର୍କ୍ସବାଦୀ ଧାରାର ପିତାମହ ଭାବରେ ଜଣାଯାଏ । ଐତିହାସିକ ଇରଫାନ୍ ହବିବଙ୍କର ମତରେ - ଡି. ଡି. କୋସାମ୍ବୀ ଓ ଆର୍. ଏସ୍. ଶର୍ମା, ଡାନିଏଲ୍ ଥର୍ଣର୍‌ଙ୍କ ସହ ପ୍ରଥମ ଥର ପାଇଁ ଭାରତୀୟ ଇତିହାସ ଚର୍ଚ୍ଚାର ପରିଧି ଭିତରକୁ ଚାଷୀମାନଙ୍କୁ ଆଣିଲେ । ."[୧]

କର୍ମ ଜୀବନ[ସମ୍ପାଦନା]

ଆମେରିକାର ହାର୍ଭଡ୍ ବିଶ୍ୱବିଦ୍ୟାଳୟରୁ ଗଣିତରେ ଉଚ୍ଚଶିକ୍ଷା ସାରି ସେ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଆଲିଗଡ୍ ମୁସଲିମ୍ ବିଶ୍ୱବିଦ୍ୟାଳୟ, ଫର୍ଗୁସନ୍ କଲେଜ୍ ଓ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ (ଟି.ଆଇ.ଏଫ୍.ଆର୍) ଆଦି ଅନୁଷ୍ଠାନରେ ଗଣିତରେ ଅଧ୍ୟାପନା କରିଥିଲେ । ୧୯୬୨ ମସିହାରେ ଟି.ଆଇ.ଏଫ୍.ଆର୍. ଛାଡିଲା ପରେ ସେ ଇତିହାସ ଚର୍ଚ୍ଚାରେ ଅଧିକ ମନୋନିବେଶ କଲେ ।

କୋଶାମ୍ବୀଙ୍କର ଇତିହାସଚର୍ଚ୍ଚା[ସମ୍ପାଦନା]

ଭାରତର ଇତିହାସ ଚର୍ଚ୍ଚାରେ ଏକ ବସ୍ତୁନିଷ୍ଠ ଓ ବୈଜ୍ଞାନିକ ଧାରାର ପ୍ରଚଳନରେ କୋସାମ୍ବୀଙ୍କର ଏକ ଗୁରୁତ୍ତ୍ୱପୂର୍ଣ ଭୂମିକା ରହିଛି । ସେ ଭାରତର ଇତିହାସକୁ ଏହାର ସଭ୍ୟତାର ଆର୍ଥ-ସାମାଜିକ ସ୍ୱରୂପର ଗତିଧାରାର ସନ୍ଦର୍ଭରେ ବୁଝୁଥୁଲେ ।

ଡି.ଡି. କୋସାମ୍ବୀଙ୍କର ଗ୍ରନ୍ଥାବଳୀ[ସମ୍ପାଦନା]

ଇତିହାସ ଓ ସମାଜ ସମ୍ପର୍କିତ କିଛି ଗ୍ରନ୍ଥ[ସମ୍ପାଦନା]

  • ୧୯୫୬ ଭାରତର ଇତିହାସର ଅଧ୍ୟୟନ ନିମନ୍ତେ ଏକ ଉପକ୍ରମଣିକା (ପପୁଲାର୍ ବୁକ୍ ଡିପୋ, ବମ୍ବେ)।
  • ୧୯୬୨ ମିଥ୍ ଓ ବାସ୍ତବତା: ଷ୍ଟଡିଜ୍ ଇନ୍ ଦ ଫର୍ମେସନ୍ ଅଫ୍ ଇଣ୍ଡିଆନ୍ କଲଚର୍ (ପପୁଲାର୍ ପ୍ରକାଶନ, ବମ୍ବେ)।
  • ୧୯୬୫ ଦ କଲଚର୍ ଆଣ୍ଡ୍ ସିଭିଲିଜେସନ୍ ଅଫ୍ ଏନ୍ସିଏଣ୍ଟ୍ ଇଣ୍ଡିଆ ଇନ୍ ହିଷ୍ଟରିକାଲ୍ ଆଉଟ୍ଲାଇନ୍ (ରୁଟ୍ଲେଜ୍ ଆଣ୍ଡ୍ କିଗାନ୍ ପଲ୍) ।
  • ୨୦୦୨ ଡି. ଡି. କୋସାମ୍ବୀ: କମ୍ବାଇଣ୍ଡ୍ ମେଥଡ୍ସ୍ ଆଣ୍ଡ୍ ଅଦର୍ ରାଇଟିଙ୍ଗ୍ସ୍ – ବ୍ରଜଦୁଲାଲ୍ ଚଟୋପାଦ୍ଧ୍ୟାୟଙ୍କଦ୍ୱାରା ସଙ୍କଳିତ ଓ ସମ୍ପାଦିତ (ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍, ନୂଆ ଦିଲ୍ଲୀ)।
  • ୨୦୦୯ ଦ ଅକ୍ସ୍ ଫର୍ଡ୍ ଇଣ୍ଡିଆ କୋସାମ୍ବୀ – ବ୍ରଜଦୁଲାଲ୍ ଚଟୋପାଦ୍ଧ୍ୟାୟଙ୍କଦ୍ୱାରା ସଙ୍କଳିତ ଓ ସମ୍ପାଦିତ (ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍, ନୂଆ ଦିଲ୍ଲୀ)।

ଆଧାର[ସମ୍ପାଦନା]

  1. Habib, Irfan (2007). Essays in Indian History (Seventh reprint). Tulika. p. 381 (at p 109). ISBN 978-81-85229-00-3.