ଦେବକୂଳ ନାରାୟଣ ରାଓ

ଉଇକିପିଡ଼ିଆ‌ରୁ
(D N Raoରୁ ଲେଉଟି ଆସିଛି)
ଡି. ଏନ୍. ରାଓ
ଜନ୍ମ ନାଆଁଦେବକୂଳ ନାରାୟଣ ରାଓ
ଜନ୍ମ(1949-01-03)୩ ଜାନୁଆରୀ ୧୯୪୯
ମୃତ୍ୟୁError: Need valid birth date (second date): year, month, day
ଭୁବନେଶ୍ୱର
ବିଭାଗସଉରା ଚିତ୍ରକଳା
ବଛାଯାଇଥିଲେଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି

ଦେବକୂଳ ନାରାୟଣ ରାଓ(ଡି.ଏନ.ରାଓ ୦୩/୦୭/୧୯୪୯-୦୩/୧୨/୨୦୧୬) ଜଣେ ଓଡ଼ିଆ ଚିତ୍ରକର ଥିଲେ ।[୧][୨] ତୈଳଚିତ୍ର, ଜଳଚିତ୍ର, ପାରମ୍ପରିକ ଓଡ଼ିଶୀ ପଟ୍ଟଚିତ୍ରର ଆଧୁନିକୀକରଣ ଓ ବିଭିନ୍ନ ପୃଷ୍ଠଭୂମିରେ ତାଙ୍କର ମୌଳିକ ଚିତ୍ର ପାଇଁ ସେ ପରିଚିତ ଥିଲେ । ସେ ଖଲ୍ଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ଭାବରେ କାର୍ଯ୍ୟ କରିଥିଲେ ।

ଜୀବନ କାଳ[ସମ୍ପାଦନା]

ଡି.ଏନ.ରାଓ, ୧୯୪୯ ମସିହା ଜୁଲାଇ ୩ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଡି. ମୁଖଲିଙ୍ଗମ୍ ଓ ମାତାଙ୍କ ନାମ ଡି ଚିନାପା ଥିଲା । ଖଲ୍ଲିକେଟସ୍ଥିତ ଚାରୁ ଓ କାରୁକଳା ବିଦ୍ୟାଳୟରୁ ସେ ଚିତ୍ରକଳା ଶିକ୍ଷା କରିଥିଲେ । ସେଠାରେ ଧର୍ମପଦ ପୁରସ୍କାର ପ୍ରାପ୍ତ ଗୁରୁ ଅନନ୍ତ କୁମାର ପଣ୍ଡାଙ୍କଠାରୁ ସେ ତୈଳ ଚିତ୍ର ଓ ଗ୍ରାଫିକ୍ ଆର୍ଟ ଶିକ୍ଷାଗ୍ରହଣ କରିଥିଲେ । ସେ ଭୁବନେଶ୍ୱରସ୍ଥିତ ବିଜେବି କଲେଜର ପ୍ରାଣୀ ବିଭାଗରେ ୧୩ବର୍ଷ ଧରି ଫଟୋ ଆର୍ଟିଷ୍ଟ ଭାବରେ କାମ କରିଥିଲେ । ତାପରେ ୧୮ବର୍ଷ କାଳ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅଧାପକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୨ ମସିହାରେ ସେ ଖଲ୍ଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟାରମ୍ଭ କରି, ୨୦୦୭ ମସିହାରେ ଅବସର ଗ୍ରହଣ । ସେ ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ଭାବରେ ମଧ୍ୟ କାମ କରିଥିଲେ ।

ଚିତ୍ର କଳା[ସମ୍ପାଦନା]

ରାଓ, ତୈଳଚିତ୍ର, ଜଳଚିତ୍ର ଓ ପାରମ୍ପରିକ ଓଡ଼ିଶୀ ପଟ୍ଟଚିତ୍ରରେ ନିପୂଣ ଥିଲେ । ସଉରା ଚିତ୍ର ପାଇଁ ସେ ବିଶେଷ ଭାବେ ପରିଚିତ ଥିଲେ ।[୩] ସେରିଗ୍ରାଫ୍(ସିଲ୍କ ସ୍କ୍ରିନ ପ୍ରିଣ୍ଟିଂ) ଓ ଉଡ଼ କଟ ପ୍ରିଣ୍ଟିଂ ଆରମ୍ଭ କରି[୪], ଏହି କଳାକୁ ଲୋକପ୍ରିୟ କରାଇବାରେ ସହାୟକ ହୋଇଥିଲେ । ୧୯୬୬ରୁ ୨୦୦୬ ମସିହା ପର୍ଯ୍ୟନ୍ତ ବିଭିନ୍ନ ପ୍ରଦର୍ଶନୀ ତଥା କଳାର ଶିବିରମାନ ଆୟୋଜିତ କରାଇ, ସେ କଳାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ନିଖିଳ ଉତ୍କଳ ଚାରୁକଳା ପରିଷଦ, ଭୂବନେଶ୍ୱର ସମ୍ମାନ - ୧୯୬୯
  • ଚିତ୍ରକଳା ପରିଷେଦ, ହାଇଦ୍ରାବାଦ ସମ୍ମାନ - ୧୯୭୪,୧୯୮୦
  • ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର - ୯୧୮୩[୫]
  • ତୈଳଚିତ୍ର ପାଇଁ ରାଜ୍ୟ ପୁରସ୍କାର
  • ସଉରା ଚିତ୍ର ପାଇଁ ସର୍ବଭାରତୀୟ ସ୍ତରରେ ପୁରସ୍କାର
  • ନିଖିଳ ଭାରତ ଚାରୁକଳା ଓ କାରୁକଳା ସଂସଦ ସମ୍ମାନ - ୨୦୦୦[୬]

ଆଧାର[ସମ୍ପାଦନା]

  1. Dinanath Pathy; Soubhagya Pathy (1 January 2001). Let a Thousand Flowers Bloom: Contemporary Art of Orissa. Working Artists Association of Orissa ;aNew Delhi. ISBN 978-81-7305-209-5.
  2. http://www.telegraphindia.com/1160826/jsp/odisha/story_104508.jsp
  3. http://www.newindianexpress.com/states/odisha/2012/jul/13/expressions-of-togetherness-386469.html
  4. Kanchan Chakraberti; Dinanath Pathy (1991). Tribal Art, Primitivism, and Modern Relevance. Working Artists Association of Orissa.
  5. http://odisha.gov.in/e-magazine/orissaannualreference/ORA-2011/pdf/109-113.pdf
  6. "ପରପାରିରେ ଡି.ଏନ୍.ରାଓ". ପ୍ରମେୟ ୦୪/୧୨/୨୦୧୬ ପୃଷ୍ଠା ୧୭. Retrieved 7 December 2016.[permanent dead link]