କ୍ରାଇମିଆନ-କଙ୍ଗୋ ହେମୋରେଜିକ ଜ୍ୱର

ଉଇକିପିଡ଼ିଆ‌ରୁ
(Crimean–Congo hemorrhagic feverରୁ ଲେଉଟି ଆସିଛି)
କ୍ରାଇମିଆନ-କଙ୍ଗୋ ହେମୋରେଜିକ ଜ୍ୱର (Crimean-Congo hemorrhagic fever)
କ୍ରାଇମିଆନ-କଙ୍ଗୋ ହେମୋରେଜିକ ଜ୍ୱର ରୋଗରେ ପୀଡ଼ିତ ଜଣେ ପୁରୁଷ, ୧୯୬୯
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଜ୍ୱର, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ବାନ୍ତି, ତରଳ ଝାଡ଼ା, ଚର୍ମରେ ପେଟେକିଆଲ ରକ୍ତସ୍ରାବ (bleeding into the skin)[୧]
ଆକ୍ରାନ୍ତ ସମୟଦୃତ[୧]
ଅବଧିଦୁଇ ସପ୍ତାହ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଆଣ୍ଟିବଡି (antibodies) ସନ୍ଧାନ, ଭୂତାଣୁ ବା ତାହାର ଆରଏନଏ (RNA) [୧]
ସଠିକ ରୋଗ ନିର୍ଣ୍ଣୟDengue fever, Q fever[୨]
ଚିକିତ୍ସାସ‌ହାୟକ ଯତ୍ନ (Supportive care), ରିବାଭିରିନ[୧]
Prognosisମୃତ୍ୟୁ ସଙ୍କଟ ~ ୨୫%[୧]

କ୍ରାଇମିଆନ-କଙ୍ଗୋ ହେମୋରେଜିକ ଜ୍ୱର ବା ସିସିଏଚଏଫ (ଇଂରାଜୀ ଭାଷାରେ Crimean–Congo hemorrhagic fever or CCHF) ଭୂତାଣୁ ଜନିଟ ରୋଗ (viral disease) ।[୧] ଜ୍ୱର, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ବାନ୍ତି, ତରଳ ଝାଡ଼ା, ଚର୍ମରେ ପେଟେକିଆଲ ରକ୍ତସ୍ରାବ (bleeding into the skin) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[୧] ସଂସ୍ପର୍ଶରେ ଆସିବାର ୨ ସପ୍ତାହ ମଧ୍ୟରେ ଲକ୍ଷଣ ଦେଖାଯାଏ ।[୧] ରୋଗ ଜଟିଳ ହେଲେ ବୃକ୍‌କ (liver failure) ଫେଲ ହୋଇପାରେ ।[୧] ବଞ୍ଚିଯାଇଥିବା ରୋଗୀ ପ୍ରାୟ ୨ ସପ୍ତାହରେ ଉପଶମ ଲାଭ କରନ୍ତି । [୧]

ଟିଙ୍କ (tick) କାମୁଡ଼ା ବା ସଂକ୍ରମିତ ପଶୁଧନଠାରୁ (livestock) ଏହି ସିସିଏଚଏଫ ଭୂତାଣୁ ବ୍ୟାପିଥାଏ ।[୧] କୃଷକ (farmers) ବା କଂସେଇଖାନାରେ (slaughterhouses) କାମ କରୁଥିବା ଲୋକ ସାଧାରଣତଃ ସଂକ୍ରମିତ ହୁଅନ୍ତି ।[୧] ଦେହର ତରଳ ପଦାର୍ଥ (body fluids) ମାଧ୍ୟମରେ ମଧ୍ୟ ଏହା ବ୍ୟାପିଥାଏ ।[୧] ଆଣ୍ଟିବଡି (antibodies) ସନ୍ଧାନ, ଭୂତାଣୁ ବା ତାହାର ଆରଏନଏ (RNA) ସନ୍ଧାନ କରି ରୋଗ ନିର୍ଣ୍ଣୟ କରାଯାଏ । [୧] ଏହା ଏକ ପ୍ରକାର ଭୂତାଣୁ ଜନିତ ରକ୍ତସ୍ରାବ ଜ୍ୱର (viral hemorrhagic fever).[୧]

ଟିଙ୍କ କାମୁଡ଼ା ନ‌ଖାଇଲେ ପ୍ରତିଷେଧ ହୋଇଯିବ ।[୧] ଏହାର ଟିକା (vaccine) ବାଣିଜ୍ୟିକ ସ୍ତରରେ ମିଳୁନି ।[୧] ରୋଗୀର ସ‌ହାୟକ ଯତ୍ନ (Supportive care) ନିଆଯାଏ ।[୧] ରିବାଭିରିନ ଔଷଧ ଦେଲେ ଉପକାର ମିଳିପାରେ ।[୧]

ଏହି ରୋଗ ଆଫ୍ରିକା, ବାଲକାନସ (Balkans) , ମଧ୍ୟ ପ୍ରାଚ୍ୟ ଓ ଏସିଆର ଲୋକମାନଙ୍କୁ ହୁଏ ।[୧] ଅଧିକାଂଶ ସମୟରେ ଏହା ମହାମାରୀ (outbreaks) ରୁପ ଧାରଣ କରେ ।[୧] ସନ ୨୦୧୩ରେ ଇରାନ (Iran), ରୁଷିଆ, ତୁର୍କୀ (Turkey), ଉଜବେକିସ୍ଥାନ (Uzbekistan) ଆଦି ଦେଶମାନଙ୍କରେ ୫୦ଟି ରୋଗୀ ଚିହ୍ନଟ ହୋଇଥିଲେ । [୨] ପ୍ରାୟ ୧୦ରୁ ୪୦% ରୋଗୀ ମୃତ୍ୟୁ ବରଣ କରନ୍ତି ।[୧] ସନ ୧୯୪୦ରେ ଏହି ରୋଗ ପ୍ରଥମେ ଚିହ୍ନଟ ହୋଇଥିଲା । [୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ "Crimean-Congo haemorrhagic fever". World Health Organization. January 2013. Archived from the original on 13 July 2017. Retrieved 18 July 2017.
  2. ୨.୦ ୨.୧ Inc, GIDEON Informatics; Berger, Dr Stephen (2017). Crimean-Congo Hemorrhagic Fever: Global Status: 2017 edition (in ଇଂରାଜୀ). GIDEON Informatics Inc. p. 7. ISBN 9781498815567. Archived from the original on 2017-09-10. {{cite book}}: |last1= has generic name (help)
  3. Magill, Alan J. (2013). Hunter's Tropical Medicine and Emerging Infectious Disease, Expert Consult - Online and Print,9: Hunter's Tropical Medicine and Emerging Infectious Disease (in ଇଂରାଜୀ). Elsevier Health Sciences. p. 334. ISBN 141604390X. Archived from the original on 2017-08-04.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ