Jump to content

ଦ୍ୱିତୀୟ ଶ୍ରେଣୀ ନ୍ୟାୟିକ ଦଣ୍ଡାଧିକାରୀଙ୍କ ଅଦାଲତ

ଉଇକିପିଡ଼ିଆ‌ରୁ
(Courts of Judicial Magistrate of Second Classରୁ ଲେଉଟି ଆସିଛି)

ଭାରତର ଫୌଜଦାରୀ ଅଦାଲତ ବ୍ୟବସ୍ଥାରେ ଦ୍ୱିତୀୟ ଶ୍ରେଣୀ ନ୍ୟାୟିକ ଦଣ୍ଡାଧିକାରୀଙ୍କ ଅଦାଲତ ହେଉଛି ପଦାନୁକ୍ରମରେ ସବୁଠୁ ନିମ୍ନ ସ୍ତରର ଅଦାଲତ । ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ର ଧାରା ୯ (ଅପରାଧିକ ପ୍ରକ୍ରିୟା ସଂହିତା, ୧୯୭୩(CrPC) ର ଧାରା ୧୧) ଅନୁସାରେ, ସମ୍ବନ୍ଧିତ ରାଜ୍ୟର ଉଚ୍ଚ ନ୍ୟାୟାଳୟ ସହ ପରାମର୍ଶ କରି ରାଜ୍ୟ ସରକାର ଯେ କୌଣସି ଜିଲ୍ଲାରେ ଏପରି ସ୍ଥାନଗୁଡ଼ିକରେ ଏବଂ ଯେକୌଣସି ସଂଖ୍ୟାରେ, ଅଧିସୂଚନା ମାଧ୍ୟମରେ ଦ୍ୱିତୀୟ ଶ୍ରେଣୀର ନ୍ୟାୟିକ ଦଣ୍ଡାଧିକାରୀଙ୍କ ଅଦାଲତ ସ୍ଥାପନ କରିପାରିବେ। []

ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୩ (ଅପରାଧିକ ପ୍ରକ୍ରିୟା ସଂହିତା, ୧୯୭୩(CrPC) ର ଧାରା ୧୫) ଅନୁସାରେ, ଏକ ନ୍ୟାୟିକ ଦଣ୍ଡାଧିକାରୀ (ମାଜିଷ୍ଟ୍ରେଟ) ସାଧାରଣତଃ ସେସନ୍ସ ଜଜଙ୍କ ସାଧାରଣ ନିୟନ୍ତ୍ରଣ ଅଧୀନରେ ଥାଆନ୍ତି ଏବଂ ସେ ମୁଖ୍ୟ ନ୍ୟାୟିକ ମ୍ୟାଜିଷ୍ଟ୍ରେଟଙ୍କ ପ୍ରତି ଅଧୀନସ୍ଥ ଅଟନ୍ତି ।[]

ସାଧାରଣତଃ ନୂତନ ଭାବେ ନ୍ୟାୟିକ ମାଜିଷ୍ଟ୍ରଟ ଭାବେ ନିଯୁକ୍ତି ପାଉଥିବା ଅଧିକାରୀଙ୍କ ପାଇଁ ଯେଉଁ ସେବା ପୂର୍ବ ପ୍ରଶିକ୍ଷଣର ବ୍ୟବସ୍ଥା ରହିଛି, ସେଥିରେ ପ୍ରଶିକ୍ଷଣର ଶେଷ ଛଅମାସ ସେମାନଙ୍କୁ ଦ୍ୱିତୀୟ ଶ୍ରେଣୀର ନ୍ୟାୟିକ ଦଣ୍ଡାଧିକାରୀ ଭାବେ କାର୍ଯ୍ୟ ସଂପାଦନ କରିବାକୁ ହୋଇଥାଏ । ଏହି ଛଅମାସ ଅବଧି ସଂପୃକ୍ତ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପ୍ରକାରେ କମ କିମ୍ବା ବେଶୀ ହୋଇପାରେ ।[]

ଦଣ୍ଡ ଦେବାର କ୍ଷମତା

[ସମ୍ପାଦନା]

ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ର ଧାରା ୨୩ ଅନୁସାରେ, ଦ୍ୱିତୀୟ ଶ୍ରେଣୀର ଏକ ନ୍ୟାୟିକ ମାଜିଷ୍ଟ୍ରେଟ ଗୋଟିଏ ମାମଲାରେ ଗୋଟିଏ ଦଫାରେ ଅତିବେଶିରେ ଏକ ବର୍ଷ ଅବଧି ପର୍ଯ୍ୟନ୍ତ କାରାଦଣ୍ଡ, କିମ୍ବା ସର୍ବାଧିକ ଦଶ ହଜାର ଟଙ୍କା ଅର୍ଥଦଣ୍ଡ, କିମ୍ବା ଉଭୟ ଦଣ୍ଡ ଦେଇପାରିବେ।[]

ତେବେ ଅଭିଯୁକ୍ତ ଯଦି ଏକାଧିକ ଦଫାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ଧାରା ୨୫ ଅନୁସାରେ ସେହି ଏକା ମାମଲାରେ ମିଳିତ ଭାବେ ଏକାଧିକ ଦଫାରେ ସର୍ବାଧିକ କାରାଦଣ୍ଡ ଏହାର ଦୁଇଗୁଣ ଯାଏଁ ହିଁ ହୋଇପାରିବ ।[]

  1. "India Code: Section Details". www.indiacode.nic.in. Retrieved 2026-01-05.
  2. "Subordination of Judicial Magistrates". indiacode.nic.in/. Retrieved 5 January 2026.
  3. "GSJSR-2005" (PDF). gujarathighcourt.nic.in. Retrieved 26 March 2025.
  4. "Sentences which Magistrates may pass". indiacode.nic.in/. Retrieved 5 January 2026.
  5. "Sentence in cases of conviction of several offences at one trial". www.indiacode.nic.in. Retrieved 5 January 2026.