ପ୍ରଥମ ଶ୍ରେଣୀ ନ୍ୟାୟିକ ଦଣ୍ଡାଧିକାରୀଙ୍କ ଅଦାଲତ
ଭାରତର ଫୌଜଦାରୀ ଅଦାଲତ ବ୍ୟବସ୍ଥାରେ ପ୍ରଥମ ଶ୍ରେଣୀ ନ୍ୟାୟିକ ଦଣ୍ଡାଧିକାରୀଙ୍କ ଅଦାଲତ ହେଉଛି ପଦାନୁକ୍ରମରେ ଏକ ନିମ୍ନ ସ୍ତରର (ଦ୍ୱିତୀୟ ସ୍ତରର) ଅଦାଲତ । ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ର ଧାରା ୯ (ଅପରାଧିକ ପ୍ରକ୍ରିୟା ସଂହିତା, ୧୯୭୩(CrPC) ର ଧାରା ୧୧) ଅନୁସାରେ, ସମ୍ବନ୍ଧିତ ରାଜ୍ୟର ଉଚ୍ଚ ନ୍ୟାୟାଳୟ ସହ ପରାମର୍ଶ କରି ରାଜ୍ୟ ସରକାର ଯେ କୌଣସି ଜିଲ୍ଲାରେ ଏପରି ସ୍ଥାନଗୁଡ଼ିକରେ ଏବଂ ଯେକୌଣସି ସଂଖ୍ୟାରେ, ଅଧିସୂଚନା ମାଧ୍ୟମରେ ପ୍ରଥମ ଶ୍ରେଣୀର ନ୍ୟାୟିକ ଦଣ୍ଡାଧିକାରୀଙ୍କ ଅଦାଲତ ସ୍ଥାପନ କରିପାରିବେ। [୧]
ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୩ (ଅପରାଧିକ ପ୍ରକ୍ରିୟା ସଂହିତା, ୧୯୭୩(CrPC) ର ଧାରା ୧୫) ଅନୁସାରେ, ଏକ ନ୍ୟାୟିକ ଦଣ୍ଡାଧିକାରୀ (ମାଜିଷ୍ଟ୍ରେଟ) ସାଧାରଣତଃ ସେସନ୍ସ ଜଜଙ୍କ ସାଧାରଣ ନିୟନ୍ତ୍ରଣ ଅଧୀନରେ ଥାଆନ୍ତି ଏବଂ ସେ ମୁଖ୍ୟ ନ୍ୟାୟିକ ମ୍ୟାଜିଷ୍ଟ୍ରେଟଙ୍କ ପ୍ରତି ଅଧୀନସ୍ଥ ଅଟନ୍ତି ।[୨]
ଭାରତୀୟ ନାଗରିକ ସୁରକ୍ଷା ସଂହିତା,୨୦୨୩ର ଧାରା ୧୮୭ (ଅପରାଧିକ ପ୍ରକ୍ରିୟା ସଂହିତା, ୧୯୭୩(CrPC) ର ଧାରା ୩୦୯) ଅନୁଯାୟୀ ବିଚାରାଧୀନ ମାମଲାରେ ଯଦି ମାମଲା ପରବର୍ତ୍ତୀ ତାରିଖକୁ ଘୁଞ୍ଚାଇବାକୁ ପଡେ ଏବଂ ଅଭିଯୁକ୍ତ ବିଚାରାଧୀନ ବନ୍ଦୀ ହୋଇଥାଏ, ତେବେ ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ ସେହି କ୍ଷେତ୍ରରେ ଅଭିଯୁକ୍ତକୁ ପ୍ରତି ଥର ସର୍ବାଧିକ ୧୫ ଦିନ ପାଇଁ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହିବାକୁ ଆଦେଶ ଦେଇପାରିବେ ।[୩]
ଦଣ୍ଡ ଦେବାର କ୍ଷମତା
[ସମ୍ପାଦନା]ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ର ଧାରା ୨୩ ଅନୁସାରେ, ପ୍ରଥମ ଶ୍ରେଣୀର ଏକ ନ୍ୟାୟିକ ମାଜିଷ୍ଟ୍ରେଟ ଗୋଟିଏ ମାମଲାରେ ଗୋଟିଏ ଦଫାରେ ଅତିବେଶିରେ ତିନି ବର୍ଷ ଅବଧି ପର୍ଯ୍ୟନ୍ତ କାରାଦଣ୍ଡ, କିମ୍ବା ସର୍ବାଧିକ ପଚାଶ ହଜାର ଟଙ୍କା ଅର୍ଥଦଣ୍ଡ, କିମ୍ବା ଉଭୟ ଦଣ୍ଡ ଦେଇପାରିବେ।[୪]
ତେବେ ଅଭିଯୁକ୍ତ ଯଦି ଏକାଧିକ ଦଫାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ଧାରା ୨୫ ଅନୁସାରେ ସେହି ଏକା ମାମଲାରେ ମିଳିତ ଭାବେ ଏକାଧିକ ଦଫାରେ ସର୍ବାଧିକ କାରାଦଣ୍ଡ ଏହାର ଦୁଇଗୁଣ ଯାଏଁ ହିଁ ହୋଇପାରିବ ।[୫]
ଆଧାର
[ସମ୍ପାଦନା]- ↑ "India Code: Section Details". www.indiacode.nic.in. Retrieved 2026-01-05.
- ↑ "Subordination of Judicial Magistrates". indiacode.nic.in/. Retrieved 5 January 2026.
- ↑ "Power to postpone or adjourn proceedings". indiacode.nic.in/. Retrieved 5 January 2026.
- ↑ "Sentences which Magistrates may pass". indiacode.nic.in/. Retrieved 5 January 2026.
- ↑ "Sentence in cases of conviction of several offences at one trial". www.indiacode.nic.in. Retrieved 5 January 2026.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |