ଖ୍ରୀଷ୍ଟୋଦାସ ଲୁଗୁନ

ଉଇକିପିଡ଼ିଆ‌ରୁ
(Christodas Lagunରୁ ଲେଉଟି ଆସିଛି)
ଖ୍ରୀଷ୍ଟୋଦାସ ଲୁଗୁନ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପର ଅଧିକାରୀପ୍ରେମ ଚାନ୍ଦ ଭଗତ
ନିର୍ବାଚନ ମଣ୍ଡଳୀବୀରମିତ୍ରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-03-03)୩ ମାର୍ଚ୍ଚ ୧୯୩୦
ମୃତ୍ୟୁ୩ ଅପ୍ରେଲ ୧୯୯୭(1997-04-03) (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଝାଡ଼ଖଣ୍ଡ ପାର୍ଟି
ଜୀବନ ସାଥୀଏସ୍‌ରାମ୍ ଲାଗୁନ
ବାପା/ବୋଉସାମୁଏଲ୍ ଲାଗୁନ (ବାପା)
ବୃତ୍ତିରାଜନୀତିଜ୍ଞ

ଖ୍ରୀଷ୍ଟୋଦାସ ଲୁଗୁନ (୩ ମାର୍ଚ୍ଚ ୧୯୩୦ - ୦୩ ଅପ୍ରେଲ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଝାଡ଼ଖଣ୍ଡ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୀରମିତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଖ୍ରୀଷ୍ଟୋଦାସ ଲୁଗୁନ ୧୯୩୦ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସାମୁଏଲ୍ ଲାଗୁନ ଓ ପତ୍ନୀଙ୍କ ନାମ ଏସ୍‌ରାମ୍ ଲାଗୁନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଖ୍ରୀଷ୍ଟୋଦାସ ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ[ସମ୍ପାଦନା]

ଖ୍ରୀଷ୍ଟୋଦାସ ଲୁଗୁନ ୧୯୯୭ ମସିହାର ଅପ୍ରେଲ ୩ରେ ୬୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. ୨.୦ ୨.୧ ୨.୨ "Shri Christodas Lagun". odishaassembly.nic.in. Odisha Assembly. Retrieved 13 October 2020.