Jump to content

କୋରିଓନିକ ହେମାଟୋମା

ଉଇକିପିଡ଼ିଆ‌ରୁ
(Chorionic hematomaରୁ ଲେଉଟି ଆସିଛି)
Chorionic hemorrhage, chorionic bleed
Ultrasound showing a subchorionic hemorrhage[]
ବିଭାଗObstetrics
ଲକ୍ଷଣNone, vaginal bleeding, abdominal cramps[]
ଆକ୍ରାନ୍ତ ସମୟ10 to 20 wks gestational age[]
କାରଣUnclear[]
ବିପଦ କାରକMiscarriage, uterine malformation, pelvic infections[]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound[]
ସଠିକ ରୋଗ ନିର୍ଣ୍ଣୟEctopic pregnancy, twins, miscarriage, implantation bleeding, placental abruption, placenta previa, gestational trophoblastic disease[][]
ଚିକିତ୍ସାDepends on symptoms and Rh status[]
ପୁନଃପୌନିକ1 to 18% of pregnancies[]

କୋରିଓନିକ ହେମାଟୋମା ହେଉଛି ଏମ୍ବ୍ରିଓ ଚାରିପାଖରେ ଘେରି ରହିଥିବା ଝିଲ୍ଲି ବା କୋରିଅନ ଓ ଗର୍ଭାଶୟ କାନ୍ଥ ମଧ୍ୟରେ ରକ୍ତ ଜମାହୋଇଯିବାକୁ କୁହାଯାଏ ।[] [] ଲକ୍ଷଣଗୁଡ଼ିକ ମଧ୍ୟରେ କିଛି ନ ଥାଇପାରେ ବା ଯୋନୀପଥ ରକ୍ତସ୍ରାବ ହୋଇପାରେ ।[] ସାଧାରଣତଃ କୌଣସି ଯନ୍ତ୍ରଣା ହୁଏ ନାହିଁ, ଯଦିଓ କିଛି ଲୋକଙ୍କର କ୍ରାମ୍ପ ହୋଇପାରେ | [] ଅଧିକ ସ୍ଥାନରେ ରକ୍ତସ୍ରାବ ହେଲେ ସ୍ୱତଃ ଗର୍ଭପାତ ହୋଇଯାଏ ।[] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ଅବଧିପୂର୍ବ ଅବଧିପୂର୍ବ ପ୍ରସବ ଏବଂ ପ୍ରସବପୂର୍ବ ଫୁଲ ଝିଲ୍ଲିରେ ଫାଟ ହୋଇପାରେ ।[]

ଏହାର କାରଣ ଅସ୍ପଷ୍ଟ ରହିଛି ।[] ବିପଦର କାରଣଗୁଡ଼ିକ ମଧ୍ୟରେ ପୂର୍ବ ସ୍ୱତଃ ଗର୍ଭପାତ, ଗର୍ଭାଶୟ ବିକୃତି ଏବଂ ପେଲଭିକ ପ୍ରଦାହ ରୋଗ ହୋଇପାରେ ।[] ଅନ୍ତର୍ନିହିତ ପ୍ରଣାଳୀ ମଧ୍ୟରେ ଗର୍ଭାଶୟରୁ କୋରିଅନ ବିଚ୍ଛିନ୍ନ ହେଉଥିବା ବିଶ୍ୱାସ କରାଯାଏ | [] ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ।[]

ଲକ୍ଷଣଗୁଡ଼ିକର ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ ।[] ଯେଉଁମାନଙ୍କର ବିଯୁକ୍ତାତ୍ମକ ଆରଏଚଡି (RhD negative) ଥାଏ ତାଙ୍କୁ ଆଣ୍ଟି-ଡି ଇମ୍ୟୁନ ଗ୍ଲୋବୁଲିନ ଦିଆଯିବା ଉଚିତ ।[] ହୃଦ୍‌ଶବ୍ଦ ଉପସ୍ଥିତ ଥିଲେ ଗର୍ଭପାତ ହେବାର ଆଶଙ୍କା ପ୍ରାୟ ୧୦% ଅଟେ ।[]

ପ୍ରାୟ ୧ରୁ ୧୮% ଗର୍ଭବସ୍ଥାରେ କୋରିଓନିକ ହେମାଟୋମା ହୁଏ ।[] ସାଧାରଣତଃ ୧୦ରୁ ୨୦ ସପ୍ତାହର ଗର୍ଭଧାରଣ ସମୟରେ ଏହି ଅବସ୍ଥା ଉପୁଜେ ।[] ଏହି ରୋଗ ବିଷୟ ପ୍ରଥମେ ୧୯୮୧ ମସିହାରେ ବର୍ଣ୍ଣନା କରାଯାଇଥିଲା ।[]

  1. "UOTW #3 Answer - Ultrasound of the Week". Ultrasound of the Week. Archived from the original on 10 November 2015. Retrieved 27 May 2017.
  2. 1 2 3 4 5 6 7 8 9 10 11 12 13 14 15 16 17 18 19 Bondick, CP; M Das, J; Fertel, H (January 2021). "Subchorionic Hemorrhage". PMID 32644443. {{cite journal}}: Cite journal requires |journal= (help)
  3. 1 2 3 Deutchman, M; Tubay, AT; Turok, D (1 June 2009). "First trimester bleeding". American family physician. 79 (11): 985–94. PMID 19514696.
  4. 1 2 Rumack, Carol M.; Levine, Deborah (2017). Diagnostic Ultrasound E-Book (in ଇଂରାଜୀ). Elsevier Health Sciences. p. 1069. ISBN 978-0-323-52963-1. Archived from the original on 28 August 2021. Retrieved 8 May 2021.
  5. Tuuli, MG; Norman, SM; Odibo, AO; Macones, GA; Cahill, AG (May 2011). "Perinatal outcomes in women with subchorionic hematoma: a systematic review and meta-analysis". Obstetrics and gynecology. 117 (5): 1205–1212. doi:10.1097/AOG.0b013e31821568de. PMID 21508763.