Jump to content

ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ

Coordinates: 22°01′06″N 82°05′49″E / 22.0182°N 82.0969°E / 22.0182; 82.0969
ଉଇକିପିଡ଼ିଆ‌ରୁ
(Chhattisgarh High Courtରୁ ଲେଉଟି ଆସିଛି)
ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ
छत्तीसगढ़ उच्च न्यायालय
ସ୍ଥାପିତ11 ଜାନୁଆରୀ 2000; 25 years ago (2000-୦୧-11)
ସ୍ଥାନBilaspur, Chhattisgarh
ଭୌଗଳିକ ଦିଗବାରେଣି22°01′06″N 82°05′49″E / 22.0182°N 82.0969°E / 22.0182; 82.0969
ସଂରଚନାPresidential with confirmation of Chief Justice of India and Governor of respective state.
ଅଧିକାର ପ୍ରାପ୍ତConstitution of India
ବିଚାରପତି କାର୍ଯ୍ୟକାଳmandatory retirement by age of 62
ସଦସ୍ଯତା ସଂଖ୍ଯା22
(Permanent-17; Additional-5)
Websitehighcourt.cg.gov.in
Chief Justice
ବର୍ତ୍ତମାନRamesh Sinha
ନିଯୁକ୍ତି ଦିନ29 March 2023

ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ ହେଉଛି ଭାରତର ଛତିଶଗଡ଼ ରାଜ୍ୟର ରାଜ୍ୟସ୍ତରୀୟ ସର୍ବୋଚ୍ଚ ନ୍ୟାୟାଳୟ । ଏହା ଛତିଶଗଡ଼ ରାଜ୍ୟର ବିଳାସପୁର ଜିଲ୍ଲାର ବୋଦ୍ରି ଗାଁରେ ଅବସ୍ଥିତ । ଏହା ୧ ନଭେମ୍ବର ୨୦୦୦ ତାରିଖରେ ମଧ୍ୟ ପ୍ରଦେଶ ରାଜ୍ୟ ପୁନର୍ଗଠନ ପରେ ନୂତନ ଛତିଶଗଡ଼ ରାଜ୍ୟ ଗଠନ ସହିତ ସ୍ଥାପିତ ହୋଇଥିଲା ।[] ବିଳାସପୁରର ଏହି ଉଚ୍ଚ ନ୍ୟାୟାଳୟ ଭାରତର ୧୯ତମ ଉଚ୍ଚ ନ୍ୟାୟାଳୟ ଅଟେ ।[][]

ନ୍ୟାୟମୂର୍ତ୍ତି ଆର୍. ଏସ୍. ଗର୍ଗ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ପ୍ରଥମ କାର୍ଯ୍ୟବାହୀ ମୁଖ୍ୟ ନ୍ୟାୟଧୀଶ ଥିଲେ ।

ବିଚାରପତିମାନେ

[ସମ୍ପାଦନା]

ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ ବିଳାସପୁରରେ ରହିଅଛି ଏବଂ ଏହି ନ୍ୟାୟାଳୟର ସର୍ବାଧିକ ୨୨ ଜଣ ନ୍ୟାୟାଧୀଶ ରହିପାରନ୍ତି । ସେଥିମଧ୍ୟରୁ ୧୭ ଜଣ ସ୍ଥାୟୀ ଓ ୫ ଜଣ ଅତିରିକ୍ତ ଭାବରେ ନିଯୁକ୍ତ ହୋଇପାରନ୍ତି । ବର୍ତ୍ତମାନ ସେଠାରେ ୧୬ ଜଣ ନ୍ୟାୟଧୀଶ କାର୍ଯ୍ୟରତ ଅଛନ୍ତି ।

ସ୍ଥାୟୀ ବିଚାରପତି

[ସମ୍ପାଦନା]
# ବିଚାରପତିଙ୍କ ନାମ ପଦବୀରେ ଯୋଗ ଦେବା ତାରିଖ ଅବସର ନେବା ତାରିଖ
ଜଷ୍ଟିସ ରମେଶ ସିହ୍ନା(CJ) ୨୧ ନଭେମ୍ବର ୨୦୧୧ ୪ ସେପ୍ଟେମ୍ବର ୨୦୨୬
ଜଷ୍ଟିସ ସଞ୍ଜୟ କୁମାର ଅଗ୍ରୱାଲ ୧୬ ସେପ୍ଟେମ୍ବର ୨୦୧୩ ୧୪ ଜୁଲାଇ ୨୦୨୭
ଜଷ୍ଟିସ ସଞ୍ଜୟ ଅଗ୍ରୱାଲ ୨୯ ସେପ୍ଟେମ୍ବର ୨୦୧୬ ୨୦ ଅଗଷ୍ଟ ୨୦୨୬
ଜଷ୍ଟିସ ପାର୍ଥ ପ୍ରତୀମ ସାହୁ ୧୮ ଜୁନ ୨୦୧୮ ୧୮ ଅପ୍ରିଲ ୨୦୩୩
ଜଷ୍ଟିସ ରଜନୀ ଦୁବେ ୧୮ ଜୁନ ୨୦୧୮ ୨୯ ଜୁନ ୨୦୨୬
ଜଷ୍ଟିସ ନରେଶ କୁମାର ଚନ୍ଦ୍ରବଂଶୀ ୧୫ ଡିସେମ୍ବର ୨୦୨୨
ଜଷ୍ଟିସ ନରେନ୍ଦ୍ର କୁମାର ବ୍ୟାସ ୧୫ ଡିସେମ୍ବର ୨୦୨୨
ଜଷ୍ଟିସ ଦୀପକ କୁମାର ତିୱାରୀ ୩୧ ଜୁଲାଇ ୨୦୨୩
(ଅନ୍ୟ ପଦବୀ ପୁରଣ ହୋଇନାହିଁ)

ଅତିରିକ୍ତ ବିଚାରପତି

[ସମ୍ପାଦନା]
# ବିଚାରପତିଙ୍କ ନାମ ପଦବୀରେ ଯୋଗ ଦେବା ତାରିଖ
ଜଷ୍ଟିସ ସଚ୍ଚିନ ସିଂ ରାଜପୁତ ୧୬ ମଇ ୨୦୨୨
ଜଷ୍ଟିସ ରାକେଶ ମୋହନ ପାଣ୍ଡେ ୨ ଅଗଷ୍ଟ ୨୦୨୨
ଜଷ୍ଟିସ ରାଧାକିଶନ ଅଗ୍ରୱାଲ ୨ ଅଗଷ୍ଟ ୨୦୨୨
ଜଷ୍ଟିସ ସଞ୍ଜୟ କୁମାର ଜୟସୱାଲ ୧ ମଇ ୨୦୨୩
ଜଷ୍ଟିସ ରବୀନ୍ଦ୍ର କୁମାର ଅଗ୍ରୱାଲ ୨୦ ଅକ୍ଟୋବର ୨୦୨୩
ଜଷ୍ଟିସ ଅରବିନ୍ଦ କୁମାର ବର୍ମା ୨୩ ଜାନୁୟାରୀ ୨୦୨୪
ଜଷ୍ଟିସ ବିଭୁଦତ୍ତ ଗୁରୁ ୧୩ ଅଗଷ୍ଟ ୨୦୨୪
ଜଷ୍ଟିସ ଅମିତେନ୍ଦ୍ର କିଶୋର ପ୍ରସାଦ ୧୩ ଅଗଷ୍ଟ ୨୦୨୪
  1. "History | High Court Chhattisgarh". highcourt.cg.gov.in. Archived from the original on 2023-10-05. Retrieved 2025-06-16.
  2. "The Hindu : Chhattisgarh HC at Bilaspur". www.hindu.com. Retrieved 2025-06-16.
  3. "Welcome to the Official Website of the High Court of Chhattisgarh". highcourt.cg.gov.in. Archived from the original on 2025-04-16. Retrieved 2025-06-16.