ସେଫଟାଜିଡିମ/ଆଭିବାକ୍ଟମ
| Combination of | |
|---|---|
| Ceftazidime | Cephalosporin antibiotic |
| Avibactam | β-lactamase inhibitor |
| Clinical data | |
| Trade names | Avycaz, Zavicefta, others[୧] |
| AHFS/Drugs.com | monograph |
| MedlinePlus | a615018 |
| data | |
| Pregnancy category |
|
| Routes of administration | Intravenous infusion |
| Legal status | |
| Legal status | |
ସେଫଟାଜିଡିମ/ଆଭିବାକ୍ଟମ ଏକ ଔଷଧ ମିଶ୍ରଣ ଯେଉଁଥିରେ ସେଫାଲୋସ୍ପୋରିନ ଆଣ୍ଟିବାୟୋଟିକ ଶ୍ରେଣୀର ସେଫଟାଜିଡିମ ଓ β-ଲାକ୍ଟାମେଜ ଇନହିବିଟର ଶ୍ରେଣୀର ଆଭିବାକ୍ଟାମ ଥାଏ ଓ ଏହାର ଏକ ବ୍ୟବସାୟୀକ ନାମ ଆଭିକାଜ (Avycaz) ଅଟେ ।[୨] ଜଟିଳ ଉଦର ସଂକ୍ରମଣ, ମୂତ୍ରନଳୀ ସଂକ୍ରମଣ ଏବଂ ନିମୋନିଆ ରୋଗର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ | [୩] [୪] ଯେତେବେଳେ ଅନ୍ୟ ବିକଳ୍ପଗୁଡ଼ିକ କାର୍ଯ୍ୟକାରୀ ହୁଏନି, ସେତେବେଳେ ଏହା ଦିଆଯାଏ | [୩] ଏହା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ | [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଜ୍ୱର, ଯକୃତ ସମସ୍ୟା, ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା ଏବଂ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ | [୨] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ, ବାତ ଏବଂ କ୍ଲସ୍ଟ୍ରିଡିଅମ ଡିଫିସିଲ ଜନିତ ତରଳ ଝାଡ଼ା ହୋଇପାରେ | [୩] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ମନେହେଉଥିଲେ ମଧ୍ୟ ଏହି ଗୋଷ୍ଠୀରେ ଔଷଧ ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ | [୫] କିଡନୀ ଜନିତ ସମସ୍ୟାରେ ଥିବା ଡୋଜଗୁଡିକ ସଠିକ ଭାବରେ ଦେବା ଉଚିତ୍ | [୬] ଜୀବକୋଷ କାନ୍ଥର ତିଆରିରେ ସେଫଟାଜିଡିମ ବାଧା ଦିଏ ଓ ସେଫଟାଜିଡିମ ଭାଙ୍ଗିବାକୁ ଆଭିବାକ୍ଟମ ରୋକିବାରେ ସାହାଯ୍ୟ କରିଥାଏ | [୩]
୨୦୧୫ ମସିହାର ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଏହି ମିଶ୍ରଣକୁ ଚିକିତ୍ସାରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା | [୨] [୪] ଏହି ଔଷଧର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଲିକାର ଅଛି । [୭] ଯୁକ୍ତରାଷ୍ଟ୍ରରେ ୨୦୧୬ ମସିହାରୁ ଏହାର ମୂଲ୍ୟ ୭,୫୦୦ରୁ ୧୫୦୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ[୬] । ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ବାବଦ ୧୮୦୦-୩୬୦୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ [୮]
ଆଧାର
[ସମ୍ପାଦନା]- ↑ "Briefing package: ceftazidime-avibactam. Anti-infective drugs advisory committee meeting" (PDF). U.S. Food and Drug Administration (FDA). Archived from the original (PDF) on 30 June 2015. Retrieved 27 June 2015.
- 1 2 3 "Ceftazidime and Avibactam Sodium Monograph for Professionals". Drugs.com (in ଇଂରାଜୀ). Retrieved 25 October 2019.
- 1 2 3 4 5 "Ceftazidime and Avibactam Sodium Monograph for Professionals". Drugs.com (in ଇଂରାଜୀ). Retrieved 25 October 2019.
- 1 2 "Application for inclusion of ceftazidime-avibactam" (PDF). WHO. Retrieved 25 October 2019.
- ↑ "Avibactam / ceftazidime (Avycaz) Use During Pregnancy". Drugs.com (in ଇଂରାଜୀ). Retrieved 25 October 2019.
- 1 2 Mosley JF, 2nd; Smith, LL; Parke, CK; Brown, JA; Wilson, AL; Gibbs, LV (August 2016). "Ceftazidime-Avibactam (Avycaz): For the Treatment of Complicated Intra-Abdominal and Urinary Tract Infections". Pharmacy and Therapeutics. 41 (8): 479–83. PMC 4959616. PMID 27504064.
{{cite journal}}: CS1 maint: numeric names: authors list (link) - ↑ World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
- ↑ British national formulary : BNF 76 (76 ed.). Pharmaceutical Press. 2018. pp. X. ISBN 9780857113382.