ବିଲେଇ-ରାମ୍ପୁଡ଼ା ରୋଗ

ଉଇକିପିଡ଼ିଆ‌ରୁ
(Cat scratch diseaseରୁ ଲେଉଟି ଆସିଛି)
ବିଲେଇ-ରାମ୍ପୁଡ଼ା ରୋଗ (Cat scratch disease)
ବିଲେଇ-ରାମ୍ପୁଡ଼ା ଜ୍ୱର (Cat-scratch fever), ଟିନିର ରୋଗ (Teeny's disease), ଇନୋକ୍ୟୁଲେସନ ଲିମ୍ଫୋରେଟିକୁଲୋସିସ (inoculation lymphoreticulosis), ସବଆକ୍ୟୁଟ ରିଜିଓନାଲ ଲିମ୍ଫୋଆଡେନାଇଟିସ (subacute regional lymphadenitis)[୧]
ଏକ ବିଲେଇ-ରାମ୍ପୁଡ଼ା ରୋଗୀର କାଖରେ ଗୋଟିଏ ବଡ଼ ଆକାରର ଲସିକା ଗ୍ରନ୍ଥି ଓ ହାତରେ ବିଲେଇ ରାମ୍ପୁଡ଼ା ଦାଗ
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣକାମୁଡ଼ା ବା ରାମ୍ପୁଡ଼ା ସ୍ଥାନରେ ଫୁଲା ଓ ଯନ୍ତ୍ରଣାଦାୟକ ଲସିକା ଗ୍ରନ୍ଥି ଫୁଲା [୨]
ଆକ୍ରାନ୍ତ ସମୟସଂକ୍ରମଣର ୧୪ ଦିନ ପରେ [୨]
କାରଣବିଲେଇ କାମୁଡ଼ା ବା ରାମ୍ପୁଡ଼ାରୁ (Bartonella henselae) [୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ରକ୍ତ ପରୀକ୍ଷା [୩]
ସଠିକ ରୋଗ ନିର୍ଣ୍ଣୟଆଡେନାଇଟିସ (Adenitis), ବ୍ରୁସେଲୋସିସ (brucellosis), ଲିମ୍ଫୋଗ୍ରାନୁଲୋମା ଭେନେରିଅମ (lymphogranuloma venereum), ଲିମ୍ଫୋମା , ସାର୍କଏଡୋସିସ୍ [୩]
ଚିକିତ୍ସାସ‌ହାୟକ ଚିକିତ୍ସା (Supportive treatment), ଆଣ୍ଟିବାୟୋଟିକ (antibiotics)[୨][୩]
Prognosisସାଧାରଣତଃ ଭଲ, ୪ ମାସ ମଧ୍ୟରେ ଉପଶମ ହୋଇଯାଏ ।[୩]
ପୁନଃପୌନିକ୧୦,୦୦୦ ଲୋକରେ ଜଣେ । [୩]

ବିଲେଇ-ରାମ୍ପୁଡ଼ା ରୋଗ Cat-scratch disease (CSD) ଏକ ସଂକ୍ରମକ ରୋଗ (infectious disease) ଯାହା ବିଲେଇ (cat) ରାମ୍ପୁଡ଼ା ବା କାମୁଡ଼ା ଫଳରେ ହୁଏ ।[୪] ଆଘାତ ସ୍ଥାନରେ ଯନ୍ତ୍ରଣା ଦାୟକ ଫୁଲା ବା ଫୋଟକା ଓ ଲସିକା ଗ୍ରନ୍ଥିରେ ଫୁଲା (lymph nodes) ଓ ଯନ୍ତ୍ରଣା ହୁଏ । [୨] ରୋଗୀକୁ ଥକ୍କା ଲାଗେ, ମୁଣ୍ଡ ବିନ୍ଧାଜ୍ୱର ହୁଏ ।[୨] ସଂକ୍ରମଣର ୩-୧୪ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ । [୨]

ବାର୍ଟୋନେଲା ହେନସେଲି (Bartonella henselae) ଜୀବାଣୁ (bacterium) ଯୋଗୁ ବିଲେଇ-ରାମ୍ପୁଡ଼ା ରୋଗ ହୁଏ ଓ ବିଲେଇ ଲାଳଦ୍ୱାରା ବ୍ୟାପିଥାଏ ।[୨] ବୟସ୍କ ବିଲେଇ ଅପେକ୍ଷା ଯୁବା ବିଲେଇ ଯୋଗୁ ଏହି ସଙ୍କଟ ଅଧିକ ରହେ ।[୩] ବେଳେବେଳେ କୁକୁର ରାମ୍ପୁଡ଼ା ଓ କାମୁଡ଼ା ଯୋଗୁ ମଧ୍ୟ ଏ ରୋଗ ହୁଏ ।[୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । [୩] ରକ୍ତ ପରୀକ୍ଷା କରି ରୋଗ ନିଧାର୍ଯ୍ୟ କରାଯାଏ ।[୩]

ଏହି ରୋଗ ସ‌ହାୟକ (supportive) ଚିକିତ୍ସାରେ ଉପଶମ ହୁଏ ।[୩] ରୋଗ ସାଂଘାତିକ ଥିଲେ, ଇମ୍ମ୍ୟୁନ ସମସ୍ୟା ଥିଲେ ଓ ଘାଆ ଶୀଘ୍ର ଶୁଖିବା ନିମନ୍ତେ ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[୨][୩] ପ୍ରାୟ ୪ ମାସ ମଧ୍ୟରେ ଉପଶମ ହେଲେ ମଧ୍ୟ ବେଳେବେଳେ ଏକ ବର୍ଷରେ ଭଲ ହୁଏ । [୩] ପ୍ରାୟ ୧୦,୦୦୦ ଲୋକରେ ଜଣେ ଆକ୍ରାନ୍ତ ହୁଏ । [୩] ପିଲାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୪]

ଆଧାର[ସମ୍ପାଦନା]

  1. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 1-4160-2999-0.[page needed]
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Cat scratch disease". GARD (in ଇଂରାଜୀ). Retrieved 2018-04-17.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ "Bartonellosis". NORD. 2017. Archived from the original on 1 October 2018. Retrieved 30 September 2018.
  4. ୪.୦ ୪.୧ Klotz SA, Ianas V, Elliott SP (2011). "Cat-scratch Disease". American Family Physician. 83 (2): 152–5. PMID 21243990.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ