Jump to content

କଲିକତା ଉଚ୍ଚ ନ୍ୟାୟାଳୟ

Coordinates: 22°34′6″N 88°20′36″E / 22.56833°N 88.34333°E / 22.56833; 88.34333
ଉଇକିପିଡ଼ିଆ‌ରୁ
(Calcutta High Courtରୁ ଲେଉଟି ଆସିଛି)
କଲିକତା ଉଚ୍ଚ ନ୍ୟାୟାଳୟ
কলকাতা উচ্চ আদালত
Calcutta High Court building
ସ୍ଥାପିତ1 ଜୁଲାଇ 1862; 163 years ago (1862-୦୭-01)
ସ୍ଥାନPrincipal Seat: Calcutta (Kolkata), West Bengal
Circuit Benches: Jalpaiguri & Port Blair (A & N Islands)
ଭୌଗଳିକ ଦିଗବାରେଣି22°34′6″N 88°20′36″E / 22.56833°N 88.34333°E / 22.56833; 88.34333
ସଂରଚନାPresidential with confirmation of Chief Justice of India and Governor of respective state.
ଅଧିକାର ପ୍ରାପ୍ତConstitution of India
ବିଚାରପତି କାର୍ଯ୍ୟକାଳTill 62 years of age
ସଦସ୍ଯତା ସଂଖ୍ଯା72
Websitecalcuttahighcourt.gov.in
Chief Justice
ବର୍ତ୍ତମାନT. S. Sivagnanam
ନିଯୁକ୍ତି ଦିନ11 May 2023

କଲିକତା ଉଚ୍ଚ ନ୍ୟାୟାଳୟ ଭାରତର ସବୁଠାରୁ ପୁରୁଣା ଉଚ୍ଚ ନ୍ୟାୟାଳୟ ଅଟେ ।[] ଏହା କଲିକତା (ଏବେର କୋଲକାତା), ପଶ୍ଚିମ ବଙ୍ଗର ଏସ୍ପ୍ଲାନେଡ୍ ରୋ, ପଶ୍ଚିମ କଲିକତାରେ ଅବସ୍ଥିତ। ଏହାର ନ୍ୟାୟିକ ଅଧିକାର କ୍ଷେତ୍ର ହେଉଛି ପଶ୍ଚିମ ବଙ୍ଗ ଓ ଆଣ୍ଡାମାନ୍ ନିକୋବାର୍ ଦ୍ୱୀପପୁଞ୍ଜ । ଏହି ଉଚ୍ଚ ନ୍ୟାୟାଳୟ ଭବନର ରୂପାକୃତି ବେଲଜିୟମର ଫ୍ଲାଣ୍ଡର୍ସ ଅଞ୍ଚଳର ଇପ୍ରେସ୍‌ ସ୍ଥିତ ଲେକେନହାଲ୍ (ବସ୍ତ୍ର ହଲ୍) ଦ୍ଵାରା ଅନୁପ୍ରେରିତ ଅଟେ । ବର୍ତ୍ତମାନ ଏହି ନ୍ୟାୟାଳୟର ମଞ୍ଜୁରୀପ୍ରାପ୍ତ ନ୍ୟାୟାଧୀଶ ସଂଖ୍ୟା ୭୨।[]

ଇତିହାସ

[ସମ୍ପାଦନା]

କଲିକତା ଉଚ୍ଚ ନ୍ୟାୟାଳୟ ଭାରତର ତିନିଟି ପ୍ରେସିଡେନ୍ସୀ ଟାଉନ୍‌ରେ ସ୍ଥାପିତ ଉଚ୍ଚ ନ୍ୟାୟାଳୟ ମଧ୍ୟରୁ ଅନ୍ୟତମ ଓ ସବୁଠାରୁ ପୁରୁଣା ଅଟେ। ଏହାକୁ ରାଣୀ ୱିକ୍ଟୋରିଆଙ୍କ ଦ୍ୱାରା ଦିଆଯାଇଥିବା ଲେଟର ପେଟେଣ୍ଟ (Letters Patent) ମାଧ୍ୟମରେ 14 ମଇ 1862 ରେ High Courts Act, 1861 ଅନୁସାରେ ଫୋର୍ଟ ୱିଲିଅମର ଉଚ୍ଚ ନ୍ୟାୟାଳୟ ନାମରେ ସ୍ଥାପନା କରାଯାଇଥିଲା । ଏହା ପୂର୍ବରୁ ସେଠାରେ Supreme Court of Judicature at Fort William ଥିଲା । ଏହି ନ୍ୟାୟାଳୟ ୧ ଜୁଲାଇ ୧୮୬୨ ରେ ଔପଚାରିକ ଭାବରେ ଉଦ୍‌ଘାଟିତ ହେଲା । ଏହି ଭବନର ରୂପାଙ୍କନ କରିଥିଲେ ବ୍ରିଟିଶ ବାସ୍ତୁଶିଳ୍ଫୀ ୱାଲଟର ଲଙ୍ଗ ବୋଜି ଗ୍ରାନଭିଲେ (Walter Long Bozzi Granville)

ଯଦିଓ ସହରର ନାମ ସରକାରୀ ଭାବେ ୨୦୦୧ ମସିହାରେ କାଲକାତା ରୁ କୋଲକାତା କରାଯାଇଛି, ନ୍ୟାୟାଳୟ ଏଯାଏଁ ପୁରୁଣା ନାମକୁ ଅନୁସରଣ କରୁଛି। ଏହି ନାମ ବଦଳିବା ପାଇଁ ଏକ ବିଧେୟକ High Courts (Alteration of Names) Bill କୁ 5 ଜୁଲାଇ 2016 ରେ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ ଓ 19 ଜୁଲାଇ 2016 ରେ ଲୋକସଭାରେ ଉପସ୍ଥାପିତ କରାଯାଇଥିଲା, କିନ୍ତୁ ଏହା ଏପର୍ଯ୍ୟନ୍ତ ଦୁଇ ଉଚ୍ଚ ସଦନରୁ ପାସ୍‌ ହୋଇନାହିଁ। ତେଣୁ ଏଯାଏଁ ଏହି ନ୍ୟାୟାଳୟ ପୁରୁଣା ନାମ ବଜାୟ ରଖିଛି ।

ମୁଖ୍ୟ ଆସନ ଓ ବେଞ୍ଚଗୁଡିକ

[ସମ୍ପାଦନା]

କାଲକାତା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ଆସନ ପଶ୍ଚିମ ବଙ୍ଗର ରାଜଧାନୀ କଲିକତାରେ ଅଛି । Calcutta High Court (Extension of Jurisdiction) Act, 1953 ଅନୁଯାୟୀ, ଏହି ନ୍ୟାୟାଳୟର ଅଧିକାର ଅଞ୍ଚଳ ସହ 2 ମଇ 1950 ରୁ ଚନ୍ଦେରନଗୋର୍ (ଏବେର ଚନ୍ଦନନଗର୍) ଓ ଆଣ୍ଡାମାନ୍ ନିକୋବାର୍ ଦ୍ୱୀପପୁଞ୍ଜ ଯୋଗ କରାଯାଇଥିଲା ।

ଏହି ଉଚ୍ଚ ନ୍ୟାୟାଳୟ ପୋର୍ଟ ବ୍ଲେୟାର୍ (ଆଣ୍ଡାମାନ ରାଜଧାନୀ) ଓ ଜାଲପାଇଗୁଡି (ଉତ୍ତର ବଙ୍ଗ ମୁଖ୍ୟାଳୟ) ରେ ନିଜ ସର୍କିଟ୍ ବେଞ୍ଚ ସ୍ଥାପନ କରିଥିଲା । 7 ଫେବୃଆରୀ 2019 ରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଜାଲପାଇଗୁଡି ବେଞ୍ଚକୁ ଅନୁମୋଦନ ଦେଇଥିଲେ, ଯାହାର ନ୍ୟାୟିକ କ୍ଷେତ୍ର ଅଧିକାର ଅଞ୍ଚଳରେ 5ଟି ଜିଲ୍ଲା;ଦାର୍ଜିଲିଂ, କାଲିମ୍ପୋଙ୍ଗ, ଜାଲପାଇଗୁଡି, ଅଲିପୁରଦୁଆର୍ ଓ କୁଚବେହାର୍ ଅନ୍ତର୍ଭୁକ୍ତ ।

ମୁଖ୍ୟ ନ୍ୟାୟାଧୀଶ

[ସମ୍ପାଦନା]

କଲିକତା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ନ୍ୟାୟାଧୀଶ ଥିଲେ ସାର୍ ବାର୍ନସ୍ ପିକକ୍, ଯିଏ 1 ଜୁଲାଇ 1862 ରେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରଥମ ଭାରତୀୟ କାର୍ଯ୍ୟବାହୀ ମୁଖ୍ୟ ନ୍ୟାୟାଧୀଶ ଥିଲେ ରୋମେଶ ଚନ୍ଦ୍ର ମିତ୍ର ଓ ପ୍ରଥମ ଭାରତୀୟ ସ୍ଥାୟୀ ମୁଖ୍ୟ ନ୍ୟାୟାଧୀଶ ଥିଲେ ଫଣି ଭୂଷଣ ଚକ୍ରବର୍ତ୍ତୀ । ସବୁଠାରୁ ଦୀର୍ଘକାଳ ଧରି ମୁଖ୍ୟ ନ୍ୟାୟାଧୀଶ ଭବେ ସେବା ଦେଇଥିବା ମୁଖ୍ୟ ନ୍ୟାୟାଧୀଶ ହେଲେ ଶଙ୍କର ପ୍ରସାଦ ମିତ୍ର ।

  1. "Which is the oldest High Court in India?". Times Now (in ଇଂରାଜୀ). 2022-10-29. Retrieved 2025-07-05.
  2. Court, Calcutta High. "Calcutta High Court - Home". calcuttahighcourt.gov.in (in ଇଂରାଜୀ). Retrieved 2025-07-05.