ବୁଲିମିଆ ନର୍ଭୋସା

ଉଇକିପିଡ଼ିଆ‌ରୁ
(Bulimia nervosaରୁ ଲେଉଟି ଆସିଛି)
ବୁଲିମିଆ ନର୍ଭୋସା
ବୁଲିମିଆ ଯୋଗୁ ସାମନା ଉପର ଦାନ୍ତମାନଙ୍କର ଭିତର ପାଖରେ ଏନାମେଲ ନାହିଁ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F50.2
ଆଇସିଡ଼ି-୯-ସିଏମ୍307.51
ଓଏମ୍‌ଆଇଏମ୍607499
ରୋଗ ଡାଟାବେସ1770
ମେଡ଼ିସିନ-ପ୍ଲସ000341
ଇ-ମେଡ଼ିସିନemerg/810 med/255
Patient UKବୁଲିମିଆ ନର୍ଭୋସା
MeSHD052018

ବୁଲିମିଆ ନର୍ଭୋସା ବା କେବଳ ବୁଲିମିଆ ଏକ ଖାଇବା ବିକାର ଯେଉଁଥିରେ ଲୋକ ପେଟ ଠୁସିକରି ଖାଏ ଓ ତାପରେ ପେଟ ସଫା କରିବାକୁ (purging) ଚେଷ୍ଟା କରାଯାଏ । ଏପରି ଖାଇବାକୁ ଇଂରାଜୀ ଭାଷାରେ ଏହାକୁ ବିଙ୍ଗ ଇଟିଙ୍ଗ (Binge eating) କୁହାଯାଏ ଯେଉଁଥିରେ ବ‌ହୁତ ପରିମାଣର ଖାଦ୍ୟ ଅଳ୍ପ ସମୟରେ ଖିଆଯାଏ । ପେଟ ସଫା କରିବା ଅର୍ଥ ଖାଇଥିବା ପଦାର୍ଥକୁ କୌଣସି ଉପାୟରେ ଦେହରୁ ବାହାର କରିବା । ଏହା ବାନ୍ତିଦ୍ୱାରା ବା ରେଚକଦ୍ୱାରା (ଝାଡ଼ା କରେଇବା ଔଷଧ) କରାଯାଏ । [୧] ଓଜନ ହ୍ରାସ କରିବାର ଉପାୟ ମଧ୍ୟରେ ଉପବାସ, ମୂତ୍ରକାରକ ଔଷଧ ଓ ଉତ୍ତେଜକ ଔଷଧ ବ୍ୟବ‌ହାର ତ‌ଥା ଅତ୍ୟଧିକ ବ୍ୟାୟାମ କରିବା । [୧][୨] ବୁଲିମିଆ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ସାଧାରଣ ଓଜନ ଥାଏ । [୩] ବାନ୍ତି କରେଇବା ଫଳରେ ଦାନ୍ତ ଭାଙ୍ଗିଯାଏ ଓ ହାତମୁଠା ଗଣ୍ଠିମାନଙ୍କର ମୋଟାଚମ ହୋଇଯାଏ ଯାହାକୁ ରସେଲ ଚିହ୍ନ କ‌ହ‌ନ୍ତି । କେତେକ ମାନସିକ ରୋଗ (ଯଥା- ଅବସାଦ, ଉତ୍କଣ୍ଠା, ଡ୍ରଗ ଓ ଆଲକୋହୋଲ ସେବନ) ସ‌ହିତ ବୁଲିମିଆ ସାଥୀ ହୋଇଥାଏ । [୧] ଏହା ସ‌ହିତ ଆତ୍ମହତ୍ୟା ପ୍ରବଣତା ଓ ନିଜର କ୍ଷତି କରିବା ପ୍ରବଣତା ଦେଖାଯାଏ । [୪]

ବୁଲିମିଆ ଥିବା ଲୋକର ନିକଟ ସମ୍ପର୍କୀୟମାନଙ୍କର ଏହି ରୋଗ ଅଧିକ ହୁଏ । [୧] ଜେନେଟିକ କାରଣ ଯୋଗୁ ୩୦ରୁ ୮୦ % ରୋଗ ହୁଏ । [୨] ଅନ୍ୟାନ୍ୟ ସଙ୍କଟପ୍ରଦ କାରଣମାନଙ୍କ ନାମ: ମନୋବୈଜ୍ଞାନିକ ଚାପ, ଦେହ ସମ୍ବନ୍ଧୀୟ ସାଂସ୍କୃତିକ ଚାପ, ସ୍ୱଳ୍ପ ଆତ୍ମ ସମ୍ମାନମୋଟାପଣ[୧][୨] ସଂସ୍କୃତି ଓ ଓଜନ ବିଷୟରେ ଚିନ୍ତାଗ୍ରସ୍ତ ପିତାମାତା ମଧ୍ୟ ରୋଗ ସଙ୍କଟରେ ସାହାଯ୍ୟ କରନ୍ତି । [୨] ରୋଗୀର ମେଡିକାଲ ଇତିହାସ ଉପରେ ରୋଗ ନିର୍ଣ୍ଣୟ [୫] ପର୍ଯ୍ୟବସିତ ହେଲେ ମଧ୍ୟ ଏହା ଏକ କଷ୍ଟକର ବ୍ୟାପାର ଯେହେତୁ ରୋଗୀ ନିଜର ଖାଦ୍ୟାଭ୍ୟାସ ଓ ରେଚକ ଅଭ୍ୟାସ ଲୁଚାଏ । [୨] ଅଧିକନ୍ତୁ ବୁଲିମିଆ ନିର୍ଣ୍ଣୟ ପୂରବାରୁ ଆନୋରେକ୍ସିଆ ନର୍ଭୋସା ନିର୍ଣ୍ଣୟ ସମ୍ଭାବନା ଅଧିକ ହୋଇଯାଏ । [୨] ସମାନ ଧରଣର ଅନ୍ୟ ରୋଗମାନଙ୍କର ନାମ: ବିଙ୍ଗ ଇଟିଙ୍ଗ ଡିଜଅର୍ଡ଼ର, କ୍ଲେଇନ-ଲେଭିନ ସିଣ୍ଡ୍ରୋମବର୍ଡ଼ରଲାଇନ ପରସନାଲିଟି ଡିଜଅର୍ଡ଼ର[୫]

କଗନିଟିଭ ବ୍ୟବ‌ଃହାରିକ ଥେରାପି ବୁଲିମିଆର ପ୍ରଥମିକ ଚିକିତ୍ସା । [୧][୬] ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟରସ (ଏସଏସଆରଆଇ) ବା ଟ୍ରାଇସାଇକ୍ଲିକ ଆଣ୍ଟିଡିପ୍ରେସାଣ୍ଟ ଭଳି ଆଣ୍ଟିଡିପ୍ରେସାଣ୍ଟ ଔଷଧ ମଧ୍ୟମ ଧରଣର ଉପକାର କରେ । [୨][୭] ଅନୋରେକ୍ସିଆ ନର୍ଭୋସା ଅପେକ୍ଷା ବୁଲିମିଆର ଫଳାଫଳ ଅଧିକ ଭଲ ହେଲେ ମଧ୍ୟ ମୃତ୍ୟୁ ସଙ୍କଟ ସାଧାରଣ ଜନସଂଖ୍ୟାଠରୁ ଅଧିକ ଥାଏ । [୪] ଚିକିତ୍ସାର ୧୦ ବର୍ଷ ପରେ ୫୦ % ସମ୍ପୁର୍ଣ୍ଣ ଆରୋଗ୍ୟ ଲାଭ କରନ୍ତି । [୨]

ସନ ୨୦୧୩ରେ ପୃଥିବୀରେ ୬.୫ ନିୟୁତ ଲୋକଙ୍କର ବୁଲିମିଆ ରୋଗ ହୋଇଥିଲା । [୮] ପ୍ରାୟ ୧ % ଯୁବତୀଙ୍କର ଏହି ରୋଗ କୌଣସି ନିର୍ଦ୍ଦିଷ୍ଟ ସମୟରେ ଥାଏ ଓ ଜୀବନର ଯେ କୌଣସି ସମୟରେ ୨ରୁ ୩ % ମହିଳାଙ୍କର ଏହି ରୋଗ ହୁଏ । [୪] ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ସାଧାରଣତଃ କମ ହୁଏ । [୨] ପରୁଷମାନଙ୍କ ଅପେକ୍ଷା ମହିଳାଙ୍କର ୧୦ ଗୁଣ ଅଧିକ ଏହି ରୋଗ ହୁଏ । ମହିଳାଙ୍କ ମଧ୍ୟରେ ଯୁବତୀଙ୍କର ଅଧିକ ହୁଏ । [୫] ସନ ୧୯୭୯ରେ ବ୍ରିଟିସ ମନୋଚିକିତ୍ସକ ଜେରାଲ୍ଡ ରସ ଏହାର ନାମ କରଣ କରିଥିଲେ ଓ ସର୍ବପ୍ରଥମେ ଏହି ରୋଗ ବିଷୟରେ ବର୍ଣ୍ଣନା କରିଥିଲେ । [୯][୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Bulimia nervosa fact sheet". Office on Women's Health. July 16, 2012. Retrieved 27 June 2015.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Hay PJ, Claudino AM; Claudino (2010). "Bulimia nervosa". Clinical Evidence. 2010: 1009. PMC 3275326. PMID 21418667.
  3. Bulik, CM; Marcus, MD; Zerwas, S; Levine, MD; La Via, M (October 2012). "The changing "weightscape" of bulimia nervosa". The American journal of psychiatry. 169 (10): 1031–6. PMID 23032383.
  4. ୪.୦ ୪.୧ ୪.୨ Smink, FR; van Hoeken, D; Hoek, HW (August 2012). "Epidemiology of eating disorders: incidence, prevalence and mortality rates". Current psychiatry reports. 14 (4): 406–14. PMID 22644309.
  5. ୫.୦ ୫.୧ ୫.୨ American Psychiatric Association (2013). Diagnostic and Statistical Manual of Mental Disorders (Fifth ed.). Arlington, VA: American Psychiatric Publishing. pp. 345–349. ISBN 978-0-89042-555-8.
  6. Hay, P (July 2013). "A systematic review of evidence for psychological treatments in eating disorders: 2005-2012". The International journal of eating disorders. 46 (5): 462–9. PMID 23658093.
  7. McElroy, SL; Guerdjikova, AI; Mori, N; O'Melia, AM (October 2012). "Current pharmacotherapy options for bulimia nervosa and binge eating disorder". Expert opinion on pharmacotherapy. 13 (14): 2015–26. PMID 22946772.
  8. Global Burden of Disease Study 2013, Collaborators (5 June 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  9. Russell G (1979). "Bulimia nervosa: An ominous variant of anorexia nervosa". Psychological Medicine. 9 (3): 429–48. doi:10.1017/S0033291700031974. PMID 482466.
  10. Palmer R (2004). "Bulimia nervosa: 25 years on". The British Journal of Psychiatry : the Journal of Mental Science. 185 (6): 447–8. doi:10.1192/bjp.185.6.447. PMID 15572732.