ବୁଡେସୋନାଇଡ/ଫର୍ମୋଟେରୋଲ

ଉଇକିପିଡ଼ିଆ‌ରୁ
(Budesonide/formoterolରୁ ଲେଉଟି ଆସିଛି)
ବୁଡେସୋନାଇଡ/ଫର୍ମୋଟେରୋଲ
Combination of
BudesonideGlucocorticoid
FormoterolLong-acting beta-adrenoceptor agonist
Clinical data
data
Pregnancy
category
  • US: C (Risk not ruled out)
Routes of
administration
Inhaled[୧]
ATC code
Legal status
Legal status
  (verify)

ବୁଡେସୋନାଇଡ/ଫର୍ମୋଟେରୋଲ (ଇଂରାଜୀ ଭାଷାରେ Budesonide/formoterol, ଏକ ବିକ୍ରୟ ନାମ ସିମ୍ବିକର୍ଟ/Symbicort ଏକ ମିଶ୍ରିତ ଔଷଧ (combination medication) ଯାହା ଆଜ୍‌ମା ବା ସିଓପିଡି ରୋଗ ଚିକିତ୍ସାରେ ଦିଆଯାଏ ।[୧] ବୁଡେସୋନାଇଡ, କର୍ଟିକୋସ୍ଟିରଏଡ (steroid) ଓ ଫର୍ମୋଟେରୋଲ (formoterol) ନାମକ ଏକ ଦୀର୍ଘକାଳୀନ କାର୍ଯ୍ୟକ୍ଷମ ବିଟା-ଆଡ୍ରେନୋରିସେପ୍ଟର ଆଗୋନିସ୍ଟ ବା ଲାବା (long-acting β2-agonist ବା LABA) ଔଷଧ ଥାଏ ।[୧] ସକ୍ରିୟ ବ୍ରଙ୍କୋସ୍ପାଜ୍ମ (bronchospasm) ଓ ହଠାତ ରୋଗ ଖରାପ ଦିଗକୁ ଗତି କରୁଥିଲେ ଏହା ଦେବାକୁ ମନା କରାଯାଏ ।[୧] ପ୍ରଶ୍ୱାସରେ (breathing in the medication) ଏହାକୁ ଗ୍ରହଣ କରାଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତଣ୍ଟି ଯନ୍ତ୍ରଣା, ଇନଫ୍ଲୁଏଞ୍ଜା (influenza) ସର୍ଦ୍ଦି ଓ ପାଟିରେ ଇଷ୍ଟ ସଂକ୍ରମଣ (yeast infection of the mouth ହୋଇପାରେ ।[୧] ଆଜମା ରୋଗ ଥିବା ଶିଶୁର ଏଥିରେ ଥିବା ଲାବା ଅଂଶ ମୃତ୍ୟୁ ସଙ୍କଟ କାରକ ଭାବରେ ପୂର୍ବରୁ ଚିନ୍ତା ଉଦ୍ରେକ କରୁଥିଲା ଯାହା ସନ ୨୦୧୭ରେ ବିଦାୟ କରିଦିଆଗଲା ।[୨] କେବଳ ପ୍ରଶ୍ୱାସିତ ସ୍ଟିରଏଡ (inhaled steroid) ରୋଗକୁ ନିୟନ୍ତ୍ରଣ ନ‌କରିପାରିଲେ ଏହି ଔଷଧ ଦେବାକୁ ସୁପାରିସ କରାଯାଏ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ଅସ୍ପଷ୍ଟ ଅଛି ।[୧] ଉଭୟ ବୁଡେସୋନାଇଡ ଓ ଫର୍ମୋଟେରୋଲ ସ୍ତନ କ୍ଷୀରରେ ନିଷ୍କାସିତ ହୋଇଯାଏ ।[୩][୪]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ବୁଡେସୋନାଇଡ/ଫର୍ମୋଟେରୋଲ ସ୍ୱୀକୃତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୭ରେ ଏହାର ହୋଲସେଲ ମୂଲ୍ୟ ୩୦ ଆମେରିକୀୟ ଡଲାର ଥିଲା ।[୬] ସନ ୨୦୧୫ରେ ଏକ ୧୨୦ ମାତ୍ରାର ୟୁନିଟର ମୂଲ୍ୟ ୩୫ ପାଉଣ୍ଡ ଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Symbicort - FDA prescribing information, side effects and uses". Drugs.com. September 2017. Retrieved 13 December 2017.
  2. "Safety Alerts for Human Medical Products - Long-Acting Beta agonists (LABAs) and Inhaled Corticosteroids (ICS): Drug Safety Communication - Boxed Warning About Asthma-Related Death Removed". FDA (in ଇଂରାଜୀ). Retrieved 23 December 2017.
  3. "Budesonide Use During Pregnancy | Drugs.com". Drugs.com (in ଆମେରିକୀୟ ଇଂରାଜୀ). Retrieved 2018-08-09.
  4. "Formoterol Use During Pregnancy | Drugs.com". Drugs.com (in ଆମେରିକୀୟ ଇଂରାଜୀ). Retrieved 2018-08-09.
  5. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  6. "NADAC as of 2017-12-13". Centers for Medicare and Medicaid Services (in ଇଂରାଜୀ). Archived from the original on 2017-12-14. Retrieved 13 December 2017.
  7. British national formulary : BNF 69 (69 ed.). British Medical Association. 2015. p. 202. ISBN 9780857111562.