Jump to content

ବ୍ରଜମୋହନ ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
(Brijmohan Agrawalରୁ ଲେଉଟି ଆସିଛି)

ଲେଖା ଚାଲିଛି...

ବ୍ରଜମୋହନ ଅଗ୍ରୱାଲ
ସାଂସଦ: ୧୮ଶ ଲୋକ ସଭା
କାର୍ଯ୍ୟକାଳ
୪ ଜୁନ ୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀସୁନିଲ କୁମାର ସୋନି
ନିର୍ବାଚନ ମଣ୍ଡଳୀରାୟପୁର
ବିଧାୟକ: ଛତିଶଗଡ଼ ବିଧାନ ସଭା
କାର୍ଯ୍ୟକାଳ
ଡିସେମ୍ବର ୨୦୦୮ – ୧୭ ଜୁନ ୨୦୨୪
ପର ଅଧିକାରୀସୁନିଲ କୁମାର ସୋନି
ନିର୍ବାଚନ ମଣ୍ଡଳୀରାୟପୁର ସହର ଦକ୍ଷିଣ
ବିଧାୟକ: ମଧ୍ୟ ପ୍ରଦେଶ ବିଧାନ ସଭା ଓ ଛତିଶଗଡ଼ ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୮
ପୂର୍ବ ଅଧିକାରୀସ୍ୱରୂପଚନ୍ଦ ଜୈନ
ନିର୍ବାଚନ ମଣ୍ଡଳୀରାୟପୁର ସହର (ରାୟପୁର ଟାଉନ୍)
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-05-01) ୧ ମଇ ୧୯୫୯ (ବୟସ ୬୭)
ରାୟପୁର, ମଧ୍ୟ ପ୍ରଦେଶ, ଭାରତ
(ବର୍ତ୍ତମାନର ଛତିଶଗଡ଼, ଭାରତ)
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସରିତା ଦେବୀ ଅଗ୍ରୱାଲ
ସନ୍ତାନ୨
ଘରଶଙ୍କର ନଗର, ରାୟପୁର
ଶିକ୍ଷାନୁଷ୍ଠାନପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟ
ୱେବସାଇଟbrijmohanagrawal.in

ବ୍ରଜମୋହନ ଅଗ୍ରୱାଲ (ଜନ୍ମ: ୧ ମଇ ୧୯୫୯) ଜଣେ ଭାରତୀୟ ରାଜନେତା । ଛତିଶଗଡ଼ର ଏହି ରାଜନେତା ୧୮ଶ ଲୋକ ସଭାର ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ୧୯୯୦ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ଆଠ ଥର ବିଧାନ ସଭାକୁ ନିର୍ବାଚିତ ହୋଇ ରାୟପୁର ସହର ଏବଂ ପରବର୍ତ୍ତୀ ସମୟରେ ରାୟପୁର ସହର ଦକ୍ଷିଣ ଆସନର ପ୍ରତିନିଧିତ୍ୱ କରିଥିଲେ । ସେ ମଧ୍ୟ ପ୍ରଦେଶ ସରକାର ତଥା ରାଜ୍ୟ ଗଠନ ପରେ ଛତିଶଗଡ଼ ସରକାରର ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ସେ ୨୦୨୩ରୁ ୨୦୨୪ ପର୍ଯ୍ୟନ୍ତ ବିଷ୍ଣୁଦେବ ସାଏଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ।[୨][୩] ସେ ଭାରତୀୟ ଜନତା ପାର୍ଟିର ଜଣେ ନେତା ଅଟନ୍ତି ।[୪]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ଅଗ୍ରୱାଲ ଛତିଶଗଡ଼ର ରାୟପୁରର ବାସିନ୍ଦା ଅଟନ୍ତି । ସେ ସୁନିତାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ତିନୋଟି ସନ୍ତାନ ଅଛନ୍ତି । ସେ ୧୯୮୨ ମସିହାରେ ରାୟପୁରସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକୋତ୍ତର ସମାପ୍ତ କରିଥିଲେ ।[୫]

ରାଜନୈତିକ ଜୀବନ

[ସମ୍ପାଦନା]

ସେ ୧୯୯୦ ମସିହାରେ ରାୟପୁର ସହର ଆସନରୁ ପ୍ରଥମ ଥର ପାଇଁ ମଧ୍ୟ ପ୍ରଦେଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୯୩ ତଥା ୧୯୯୮ ମସିହାରେ ସେହି ସମାନ ନିର୍ବାଚନ ମଣ୍ଡଳୀରୁ ପୁନର୍ବାର ବିଜୟୀ ହୋଇଥିଲେ । ମଧ୍ୟପ୍ରଦେଶରୁ ଅଲଗା ହୋଇ ଛତିଶଗଡ଼ ରାଜ୍ୟ ଗଠନ ହେବା ପରେ, ସେ ୨୦୦୩ ମସିହାରେ ସେହି ଆସନରୁ ଛତିଶଗଡ଼ ବିଧାନ ସଭାକୁ ନିର୍ବାଚିତ ହୋଇ ଗୃହ, କାରାଗାର, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ୨୦୦୫ରେ ତାଙ୍କୁ ରାଜସ୍ୱ, ସଂସ୍କୃତି, ପର୍ଯ୍ୟଟନ, ଆଇନ ଏବଂ ଥଇଥାନ ବିଭାଗର ଦାୟିତ୍ୱ ଦିଆଯାଇଥିଲା ଏବଂ ୨୦୦୬ରେ ଜଙ୍ଗଲ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଥିଲା ।

୨୦୦୮ ମସିହାରେ ନିର୍ବାଚନ ମଣ୍ଡଳୀ ପୁନଃନିର୍ଦ୍ଧାରଣ ପରେ ରାୟପୁର ଟାଉନ୍ ଆସନଟି ଚାରୋଟି ଭାଗରେ ବିଭକ୍ତ ହୋଇଥିଲା । ସେ ରାୟପୁର ସହର ଦକ୍ଷିଣରୁ ପ୍ରତିଦ୍ୱନ୍ଦ୍ୱିତା କରି ୬୫,୬୮୬ ଭୋଟ୍‌ର ବ୍ୟବଧାନରେ ବିଜୟୀ ହୋଇ ରମଣ ସିଂହଙ୍କ ଦ୍ୱିତୀୟ ମନ୍ତ୍ରୀମଣ୍ଡଳରେ ବିଦ୍ୟାଳୟ ଶିକ୍ଷା, ଲୋକ ନିର୍ମାଣ ବିଭାଗ (ପିଡବ୍ଲ୍ୟୁଡି), ସଂସଦୀୟ ବ୍ୟାପାର, ପର୍ଯ୍ୟଟନ ଏବଂ ଧର୍ମସ୍ୱ ଟ୍ରଷ୍ଟ ଓ ସଂସ୍କୃତି ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ୨୦୧୩ ନିର୍ବାଚନରେ ସେ ପୁଣି ଥରେ ୩୪,୭୯୯ ଭୋଟ୍‌ ବ୍ୟବଧାନରେ ଏହି ଆସନ ବଜାୟ ରଖି ରମଣ ସିଂହଙ୍କ ତୃତୀୟ ମନ୍ତ୍ରୀମଣ୍ଡଳରେ କୃଷି ଓ ଜୈବ ପ୍ରଯୁକ୍ତିବିଦ୍ୟା, ପଶୁପାଳନ, ମତ୍ସ୍ୟ ଚାଷ, ଜଳ ସମ୍ପଦ, ଜଳସେଚନ ଓ ଧର୍ମସ୍ୱ ଟ୍ରଷ୍ଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୧୮ ଛତିଶଗଡ଼ ବିଧାନ ସଭା ନିର୍ବାଚନରେ ସେ ୭୭,୫୮୯ ଭୋଟ୍ ପାଇ କ୍ରମାଗତ ତୃତୀୟ ଥର ପାଇଁ ରାୟପୁର ଦକ୍ଷିଣରୁ ବିଧାୟକ ହୋଇଥିଲେ ।[୬]

୨୦୨୩ ଛତିଶଗଡ଼ ବିଧାନ ସଭା ନିର୍ବାଚନରେ ସେ କ୍ରମାଗତ ଅଷ୍ଟମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ରାୟପୁର ସହର ଦକ୍ଷିଣ ଆସନରୁ ତାଙ୍କର କ୍ରମାଗତ ଚତୁର୍ଥ ବିଜୟ ଥିଲା, ଯେଉଁଥିରେ ସେ ଦୂଧାଧାରୀ ମଠର ମହନ୍ତ ରାମସୁନ୍ଦର ଦାସଙ୍କୁ ଏକ ବଡ଼ ବ୍ୟବଧାନରେ ପରାଜିତ କରିଥିଲେ । ଏହା ପରେ ସେ ବିଷ୍ଣୁଦେବ ସାଏ ସରକାରରେ ସଂସଦୀୟ ବ୍ୟାପାର, ପର୍ଯ୍ୟଟନ ଓ ସଂସ୍କୃତି ତଥା ଶିକ୍ଷା ମନ୍ତ୍ରୀ ହୋଇଥିଲେ ।

ମନ୍ତ୍ରୀ ହେବାର ମାତ୍ର ଚାରି ମାସ ପରେ ସେ ବିଜେପି ଟିକେଟରେ ରାୟପୁରରୁ ୨୦୨୪ ଲୋକ ସଭା ନିର୍ବାଚନ ଲଢ଼ିଥିଲେ ଏବଂ ଏକ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲେ । ଅଗ୍ରୱାଲ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ବିକାଶ ଉପାଧ୍ୟାୟଙ୍କୁ ପ୍ରାୟ ୫.୭୫ ଲକ୍ଷ ଭୋଟ୍‌ ବ୍ୟବଧାନରେ ପରାଜିତ କରିଥିଲେ, ଯାହାକି ୨୦୨୪ ସାଧାରଣ ନିର୍ବାଚନରେ ଦେଶର ଅନ୍ୟତମ ବୃହତ୍ତମ ବିଜୟ ଥିଲା ।

  1. ↑ "Brijmohan Agrawal, Bharatiya Janata Party Representative for Raipur, Chhattisgarh - Candidate Overview | 2024 Lok Sabha Elections". The Times of India (in ଇଂରାଜୀ). Retrieved 2024-10-28.
  2. ↑ "Baghel following PM Modi's footsteps: BJP's Brijmohan Agrawal after Chhattisgarh CM announces construction of Amar Jawan Jyoti in Raipur". ANI News. 30 January 2022. Archived from the original on 1 December 2024. Retrieved 25 April 2023.
  3. ↑ India Today (13 July 2024). "Ex-legislators | In the major league now" (in ଇଂରାଜୀ). Archived from the original on 6 August 2024. Retrieved 6 August 2024.
  4. ↑ Ayushi, S. (2024-10-24). "Political shake-up in Chhattisgarh: Raipur City South By-Election". सेंट्रल गोंडवाना ख़बर, ख़बर दुनिया भर (in ଆମେରିକୀୟ ଇଂରାଜୀ). Archived from the original on 2024-11-03. Retrieved 2024-10-28.
  5. ↑ "Brijmohan Agrawal(Bharatiya Janata Party(BJP)):Constituency- RAIPUR CITY SOUTH(RAIPUR) - Affidavit Information of Candidate:". myneta.info. Retrieved 2024-10-28.
  6. ↑ "Chhattisgarh State Chief Ministers and Ministers List of 2013–2018 Assembly". Chhattisgarh Vidhansabha.

ବାହାର ଲିଙ୍କ୍

[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ ବ୍ରଜମୋହନ ଅଗ୍ରୱାଲ-ସମ୍ପର୍କିତ ମିଡ଼ିଆ