Jump to content

ବ୍ରହ୍ମବୈବର୍ତ୍ତ ପୁରାଣ

ଉଇକିପିଡ଼ିଆ‌ରୁ
(Brahma Vaivarta Puranaରୁ ଲେଉଟି ଆସିଛି)


ବ୍ରହ୍ମବୈବର୍ତ୍ତ ପୁରାଣ (ସଂସ୍କୃତ: ब्रह्मवैवर्त पुराण; Brahmavaivarta Purāṇa) ହେଉଛି ଏକ ବିଶାଳ ସଂସ୍କୃତ ଗ୍ରନ୍ଥ ଓ ହିନ୍ଦୁଧର୍ମର ଅଷ୍ଟାଦଶ ପୁରାଣ (ମହାପୁରାଣ) ମଧ୍ୟରୁ ଗୋଟିଏ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଷ୍ଣବ ଗ୍ରନ୍ଥ । ଏହି ପୁରାଣ ମୁଖ୍ୟତଃ ହିନ୍ଦୁଦେବୀ ରାଧା ଓ ଦେବ କୃଷ୍ଣଙ୍କୁ କେନ୍ଦ୍ର କରି ରଚିତ । ଅଷ୍ଟାଦଶ ପୁରାଣ ମଧ୍ୟରେ ପ୍ରାଚୀନତମ ପୁରାଣ ଭାବେ ଏହାର ମହତ୍ତ୍ଵ ରହିଛି ।[][][]

ସଂରଚନା

[ସମ୍ପାଦନା]
The third Khanda centers on Ganesha

ଏହି ପୁରାଣ ମୁଖ୍ୟତଃ ଚାରି ଖଣ୍ଡ ବା ଭାଗରେ ବିଭକ୍ତ.[]

ବ୍ରହ୍ମ ବୈବର୍ତ୍ତ ପୁରଣର ଚାରିଭାଗ[][]
ଖଣ୍ଡ ସଂଖ୍ୟା ଅଧ୍ୟାୟ ସଂଖ୍ୟା ବିଷୟବସ୍ତୁ
ବ୍ରହ୍ମ ୩୦ ବ୍ରହ୍ମ
ପ୍ରକୃତି ୬୭ ଦେବୀ
ଗଣେଶ ୪୬ ଗଣେଶ
କୃଷ୍ଣ ୧୩୧ରୁ ୧୩୩ ରାଧା ଓ କୃଷ୍ଣ
ମୋଟ ୨୭୪ ରୁ ୨୭୬ କୃଷ୍ଣ

ବିଷୟବସ୍ତୁ

[ସମ୍ପାଦନା]

ଏହି ଗ୍ରନ୍ଥର ନାମ ‘ବ୍ରହ୍ମ ବୈବର୍ତ୍ତ’ର ଅର୍ଥ ହେଉଛି ‘ବ୍ରହ୍ମଙ୍କ ରୂପାନ୍ତର’, ଯେଉଁ ବ୍ରହ୍ମ କୃଷ୍ଣଙ୍କ ସହିତ ସମ୍ବନ୍ଧିତ। ଏହି ପୁରାଣ ସୃଷ୍ଟି ବିଷୟରେ ଏମିତି ଦୃଷ୍ଟିକୋଣ ପ୍ରଦାନ କରେ ଯେପରିକି ବ୍ରହ୍ମ ରୂପେ କୃଷ୍ଣ ସର୍ବଜଗତ୍‌ଙ୍କ ସୃଷ୍ଟିକର୍ତ୍ତା ଏବଂ ସର୍ବଜଗତ୍ ସ୍ୱୟଂ କୃଷ୍ଣଙ୍କ ରୂପ । ଏହି ପୁରାଣରେ ବ୍ରହ୍ମାଣ୍ଡର ବିକାଶ ଓ ପ୍ରକୃତିକୁ ରାଧା ଓ କୃଷ୍ଣଙ୍କ ଉପାଖ୍ୟାନ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଗ୍ରନ୍ଥର ମନୋହର ଓ ରମଣୀୟ କଥାବଳୀ ଓ ପ୍ରବନ୍ଧଗୁଡ଼ିକ କେତେକ ଗବେଷକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଆସିଛି ।[][]

ବ୍ରହ୍ମ ଖଣ୍ଡ ବା ପ୍ରଥମ ଖଣ୍ଡରେ ମୋଟ ୩୦ଟି ଅଧ୍ୟାୟ ଅଛି ଏବଂ ଏହାରେ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳାମୟ ଚରିତ୍ର ଓ ସୃଷ୍ଟିକ୍ରମର ବର୍ଣ୍ଣନା ମିଳେ। ପ୍ରଥମ ଖଣ୍ଡରେ ଏହା କୁହାଯାଇଛି ଯେ କୃଷ୍ଣ ହେଲେ ଆଦି ସୃଷ୍ଟିକର୍ତ୍ତା, ସର୍ବଜୀବର ଆତ୍ମା ଓ ପରମ ସତ୍ୟ ଯାହାକୁ ‘ବ୍ରହ୍ମ’ କୁହାଯାଏ ।ଏହି ଖଣ୍ଡରେ ଭଗବାନ ସୂର୍ୟଙ୍କ ଦ୍ୱାରା ସଂକଳିତ ଏକ ସ୍ୱତନ୍ତ୍ର ‘ଆୟୁର୍ବେଦ ସଂହିତା’ର ଉଲ୍ଲେଖ ମଧ୍ୟ ମିଳେ। ଆୟୁର୍ବେଦ ସମସ୍ତ ରୋଗର ଜ୍ଞାନ ଅର୍ଜନ କରି ସେଗୁଡ଼ିକର ପ୍ରଭାବକୁ ନଷ୍ଟ କରିବାର କ୍ଷମତା ରଖେ। ଏହି ଖଣ୍ଡରେ ଶ୍ରୀକୃଷ୍ଣଙ୍କ ଅର୍ଧନାରୀଶ୍ୱର ସ୍ୱରୂପରେ ରାଧାଙ୍କ ଆବିର୍ଭାବ ତାଙ୍କ ବାମ ଅଙ୍ଗରୁ ହୋଇଥିବା ଦେଖାଯାଇଛି ।

ପ୍ରକୃତି ଖଣ୍ଡରେ ମୋଟ ୬୭ଟି ଅଧ୍ୟାୟ ଅଛି ଏବଂ ଏଥିରେ ବିଭିନ୍ନ ଦେବୀମାନଙ୍କ ଆବିର୍ଭାବ, ସେମାନଙ୍କ ଶକ୍ତି ଓ ଚରିତ୍ରର ସୁନ୍ଦର ବର୍ଣ୍ଣନା ମିଳେ। ଏହି ଖଣ୍ଡର ଆରମ୍ଭ ‘ପଞ୍ଚଦେବୀରୂପା ପ୍ରକୃତି’ର ବର୍ଣ୍ଣନାରୁ ହୁଏ । କୁହାଯାଇଛି, ଏହି ପାଞ୍ଚ ରୂପ — ଯଶଦୁର୍ଗା, ମହାଲକ୍ଷ୍ମୀ, ସରସ୍ୱତୀ, ଗାୟତ୍ରୀ ଓ ସାବିତ୍ରୀ — ଭକ୍ତମାନଙ୍କ ଉଦ୍ଧାର ପାଇଁ ବିଭିନ୍ନ ରୂପ ଧାରଣ କରନ୍ତି । ଏହାଙ୍କ ଅତିରିକ୍ତ ସର୍ବୋପରି ରାସେଶ୍ୱରୀ ରୂପ ରାଧାଙ୍କ ବର୍ଣ୍ଣନା ହୋଇଛି । ରାଧା–କୃଷ୍ଣ ଚରିତ୍ର ଓ ରାଧାଙ୍କ ପୂଜା–ଅର୍ଚ୍ଚନାର ସଂକ୍ଷିପ୍ତ ପରିଚୟ ମଧ୍ୟ ଏହି ଖଣ୍ଡରେ ମିଳେ । ଏହି ସମସ୍ତ ଦେବୀମାନଙ୍କ ନାନାନାମର ଉଲ୍ଲେଖ ମଧ୍ୟ ପ୍ରକୃତି ଖଣ୍ଡରେ ଅଛି । ତେବେ ଅନ୍ୟାନ୍ୟ ଅନେକ ଦେବୀଙ୍କ ମଧ୍ୟ ଉଲ୍ଲେଖ ଅଛି, ଶେଷରେ ସମସ୍ତ ଦେବୀ ଓ ସ୍ତ୍ରୀ ଶକ୍ତି ରାଧାଙ୍କ (ପ୍ରକୃତି) ଏକ ଏକ ସାରରୂପ ବୋଲି ବର୍ଣିତ ।

ତୃତୀୟ ଖଣ୍ଡରେ ଲୋକପ୍ରିୟ ଗଜମୁଖ ଦେବତା ଗଣେଶଙ୍କ କଥା, ତାଙ୍କର ପରିବାର ଓ ଭାଇଙ୍କ କଥା ବର୍ଣ୍ଣିତ; ଏବଂ ତାଙ୍କୁ ମଧ୍ୟ କୃଷ୍ଣଙ୍କ ଅବତାର ଭାବେ ବିବେଚିତ କରାଯାଇଛି ।

ଏହି ପୁରାଣର ଶେଷ ଖଣ୍ଡ ସମ୍ପୂର୍ଣ୍ଣ ରାଧା ଓ କୃଷ୍ଣଙ୍କୁ କେନ୍ଦ୍ର କରି ଅଙ୍କିତ । ଏଠାରେ ରସମୟ ବିଷୟବସ୍ତୁ, ସ୍ତୁତି, ଉପାଖ୍ୟାନ ଓ ପୁରାଣକଥା ଥିବାରୁ ଏହା ବିଶେଷ ଚର୍ଚ୍ଚିତ ଅଟେ । ରାଧା ଓ କୃଷ୍ଣଙ୍କୁ ଅବିଭାଜ୍ୟ ଭାବରେ ପ୍ରତିପାଦିତ କରାଯାଇଛି, ଯେଉଁଠାରେ ରାଧାଙ୍କୁ କୃଷ୍ଣଙ୍କ ଶକ୍ତି ଓ ଶକ୍ତିସ୍ୱରୂପ ବୋଲି ବୁଝାଯାଇଛି ।

ଏହି ପୁରାଣ ସ୍ତ୍ରୀଙ୍କ ପ୍ରତି ଏକ ସମତାମୂଳକ ଦୃଷ୍ଟିକୋଣ ରଖେ; ଯେଉଁଠାରେ ୪.୧୩ ଅଧ୍ୟାୟରେ କୁହାଯାଇଛି—‘ସମସ୍ତ ସ୍ତ୍ରୀଜାତି ଦିବ୍ୟ ସ୍ତ୍ରୀ ଶକ୍ତିରୁ ଉତ୍ପନ୍ନ’, ଏବଂ ପ୍ରକୃତିଖଣ୍ଡରେ କୁହାଯାଇଛି—‘ଜେକୌଣସି ନାରୀଙ୍କୁ ଅପମାନ କରିବା ରାଧାଙ୍କୁ ଅପମାନ କରିବା ସମାନ’ । ସମସ୍ତ ନାରୀଙ୍କୁ ରାଧାଙ୍କ ସହିତ ସମୀକୃତ କରିବା ସହିତ ସମସ୍ତ ପୁରୁଷଙ୍କୁ ମଧ୍ୟ କୃଷ୍ଣଙ୍କ ସହିତ ସମୀକୃତ କରାଯାଇଛି । ଏହି ଭାଗଗୁଡ଼ିକ ପ୍ରାଚୀନ ଶାକ୍ତ ପରମ୍ପରାର ପ୍ରଭାବ ଥିବା ସମ୍ଭାବନା ରହିଛି ।[]

  1. Rocher 1986, p. 163.
  2. Hazra 1987, p. 166.
  3. Monier-Williams 1992, p. 740, entry on Brahmavaivarta.
  4. ୪.୦ ୪.୧ Rocher 1986, p. 161.
  5. Wilson 1864, pp. LXV–LXVII.
  6. Gietz 1992, pp. 222–223, with note 1200
  7. Kinsley 1979, pp. 90–94.
  8. Brown 1974.