ବନ୍ନା ମିର୍ଜା

ଉଇକିପିଡ଼ିଆ‌ରୁ
(Bonna Mirzaରୁ ଲେଉଟି ଆସିଛି)
ବନ୍ନା ମିର୍ଜା
বন্যা মির্জা
୨୦୧୮ରେ ବନ୍ନା ମିର୍ଜା
ଜନ୍ମ
ବନ୍ନା ମିର୍ଜା

(1975-09-09) ୯ ସେପ୍ଟେମ୍ବର ୧୯୭୫ (ବୟସ ୪୮)
କୁଷ୍ଟିଆ, ବଙ୍ଗଳାଦେଶ
ଜାତୀୟତାବଙ୍ଗଳାଦେଶୀ
ଶିକ୍ଷାଥିଏଟରରେ ସ୍ନାତକ
ଶିକ୍ଷାନୁଷ୍ଠାନଢାକା ବିଶ୍ୱବିଦ୍ୟାଳୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୧-ଏବେଯାଏଁ
ବୈବାହିକ-ସାଥୀଡ. ମାନସ ଚୌଧୁରୀ[୧]
ଦସ୍ତଖତ

ବନ୍ନା ମିର୍ଜା (ଜନ୍ମ: ୯ ସେପ୍ଟେମ୍ବର ୧୯୭୫[୧]) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି କଥାଚିତ୍ର ଏବଂ ଦୂରଦର୍ଶନରେ ଅଭିନୟ କରିବା ସ‌ହିତ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରନ୍ତି । ବନ୍ନା ଅଭିନୟ ବ୍ୟତୀତ ସାମାଜିକ କର୍ଯ୍ୟରେ ମଧ୍ୟ ସକ୍ରିୟ ଅଛନ୍ତି । ସେ ହଜାରେରୁ ଅଧିକ ଦୂରଦର୍ଶନ ନାଟକରେ ଏବଂ କିଛି ମାର୍ମିକପୂର୍ଣ୍ଣ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ମିର୍ଜା ୧୯୯୨ ମସିହାରେ ଅଭିନୟ ଆରମ୍ଭ କରିଥିଲେ । ସେତେବେଳେ ସେ ଏହି ଥିଏଟର ସମୂହର 'ଦେଶନାଟକ' ନାମକ ଏକ ଥିଏଟର ସଂସ୍ଥାରେ ଯୋଗ ଦେଇ ତାଙ୍କ ପେଶା ଆରମ୍ଭ କରିଥିଲେ ।[୨] ବର୍ତ୍ତମାନ ସେ ବଙ୍ଗଳାଦେଶ ଦୂରଦର୍ଶନ ଏବଂ ବଙ୍ଗଳାଦେଶ ବେତାର ସଂସ୍ଥାର ଜଣେ ନାମକରା କଳାକାର । ତାଙ୍କର ପ୍ରସିଦ୍ଧ ଥିଏଟର ନାଟକ ହେଲା 'ନିତ୍ୟପୂରାଣ'[୩], 'ଦର୍ପଣେ ଶରତଶଶୀ', 'ଏ ଡଲ୍', 'ହାଉସ୍', 'ଘରଲୋପଟ' ଏବଂ ଆହୁରି ଅନେକ । ସେ ୧୦୦୦ରୁ ଅଧିକ ଦୂରଦର୍ଶନ ଧାରାବାହିକ ଏବଂ ନାଟକରେ ଅଭିନୟ କରିଛନ୍ତି । ସେ ଅନେକ ଥିଏଟର ସ୍କୁଲରେ ଜଣେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ଚାରୁନିଗମ ଅଥବା ପ୍ରାଚ୍ୟାନ୍ତ ଭଳି ନାଟ୍ୟ ସଂସ୍ଥା ବନ୍ନାଙ୍କୁ ଜଣେ ଶିକ୍ଷକ ଭାବରେ ଯୋଗ ଦେବାକୁ ବାରମ୍ବାର ନିମନ୍ତ୍ରଣ କରିଥାନ୍ତି, କିନ୍ତୁ କିଛି ସାମାଜିକ ସଂସ୍ଥା ତାକୁ ଖାଲି ଶିକ୍ଷକ ନୁହେଁ, ନାଟକର ପ୍ରଶିକ୍ଷଣ ସ‌ହିତ ଜଣେ ସାର୍ବଜନିନ ବକ୍ତା ଭାବରେ ନିମନ୍ତ୍ରଣ କରିଥାନ୍ତି । ଜଣେ ସାମାଜିକ କର୍ମୀ ଭାବରେ ସେ ୟୁଏନ୍ଏଫ୍‌ପିଏ, ୟୁଏସ୍ଏଆଇ‌ଡି, ୱାରଲ୍ଡ ଭିଜିଅନ୍ ଭଳି ବେସରକାରୀ ଆଦି ସଂସ୍ଥା ପାଇଁ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥାଗୁଡ଼ିକ ମୁଖ୍ୟତଃ ଯୁବ ଏବଂ ମହିଳା ସଶକ୍ତିକରଣ ତ‌ଥା ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ଏତଦ୍‌ ବ୍ୟତୀତ ସେ ଏଡ୍‌ସ୍, ଗୁଟୁଖା, ଆତଙ୍କବାଦୀ ତ‌ଥା ଯୁବଶକ୍ତି ଉପରେ ବିଭିନ୍ନ ସାମାଜିକ ସଚେତନତା ଅଭିଯାନ ଆଦି ପାଇଁ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା ଆଦି ସ‌ହ ଯୋଡ଼ି ହୋଇ କାର୍ଯ୍ୟ କରୁଛନ୍ତି । ଆକ୍ଟରସ୍ ଇକ୍ୟୁଟି, ଦୂରଦର୍ଶନ କଳାକାରମାନଙ୍କ ପାଇଁ ଏକ ବ୍ୟବସାୟୀ ସଂସ୍ଥାର କାର୍ଯ୍ୟକାରୀ ସମ୍ପାଦକ ଭାବରେ ନିର୍ବାଚିତ ହୋଇ ସେ ୨୦୧୮ରୁ କାର୍ଯ୍ୟ କରୁଛନ୍ତି ।[୪] ଏଥି ସ‌ହିତ ସେ ଶିକ୍ଷାନୁଷ୍ଠାନ, ସାମାଜିକ ସେବା ସଂସ୍ଥା, ଦୂରଦର୍ଶନ ଚେନାଲ ଭଳି ସାମାଜିକ ମଞ୍ଚରେ ବିଭିନ୍ନ ସାମାଜିକ ଅସୁବିଧା ଉପରେ ବକୃତା ଦେଇଥାନ୍ତି ।[୫]

ଜନ୍ମ ଏବଂ ଶିକ୍ଷା[ସମ୍ପାଦନା]

ବନ୍ନା ମିର୍ଜା ୧୯୭୫ ମସିହା ସେପ୍ଟେମର ୯ ତାରିଖରେ ବଙ୍ଗଳାଦେଶର କୁଷ୍ଟିଆ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୬] ସେ ଢାକା ବିଶ୍ୱବିଦ୍ୟାଳୟରୁ ଥିଏଟରରେ ସ୍ନାତକ ହାସଲ କରିଛନ୍ତି ।[୭]

ଅଭିନୟ ଜୀବନ[ସମ୍ପାଦନା]

୧୯୯୧ରେ ବନ୍ନା ମିର୍ଜା ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ସେ ଦେଶନାଟକ ନାମକ ଏକ ଥିଏଟର ସଂସ୍ଥାରେ ପ୍ରଥମେ ଯୋଗ ଦେଇଥିଲେ ।[୮] ୧୯୯୭ ମସିହାରେ ଦୂରଦର୍ଶନରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଦୂରଦର୍ଶନ ଧାରାବାହିକ ଥିଲା 'ସୁଖର ନଗର', ଯାହାର ନିର୍ଦ୍ଦେଶନା ଦେଇଥିଲେ ସାଇଦୁଲ ଅନାମ ତୁତୁଲ ।[୬][୯] ମିର୍ଜା ଏକାତୋର ଟିଭିରେ ପ୍ରସାରିତ ଏକ ଦୂରଦର୍ଶନ କାର୍ଯ୍ୟକ୍ରମ ଏକାତୋରେର ଶୋକଲର ଉପସ୍ଥାପନା କରିଥିଲେ ।[୧୦] ୨୦୦୯ରେ ସେ ତନବୀର ମୋକାମେଲଙ୍କର ନିର୍ଦ୍ଦେଶନାରେ ରାବେୟାରେ ଅଭିନୟ କରିଥିଲେ ।[୮] ମିର୍ଜା ଫିଲ୍ମ ଆର୍ଟିଷ୍ଟସ୍ ଆସୋସିଏସନ୍‌କୁ କାର୍ଯ୍ୟକାରୀ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ ।[୧୦] ୨୦୧୬ରେ ସେ ବାଂଲା ଟ୍ରିବୁନ୍‌ର ମାର୍କେଟିଂରେ ଯୋଗ ଦେଇଥିଲେ ।[୧୧]

ବୈବାହିକ ଜୀବନ[ସମ୍ପାଦନା]

ମିର୍ଜା ୨୦୧୦ ମସିହାରେ ବିବାହ କରିଥିଲେ ।[୧୨] ତାଙ୍କ ପତି ଡ. ମାନସ ଚୌଧୁରୀ ଜାହାଙ୍ଗୀର ନଗର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି ।[୧୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Bonna Mirza | biography". biographybd.com. Retrieved 1 November 2018.
  2. "Busy times for BONNA MIRZA". The Daily Star. Retrieved 11 October 2018.
  3. "Desh Natok revives "Nityapuran" after 14 years". The Daily Star. Retrieved 11 October 2018.
  4. "Young TV actors criticised in seminar". The Daily New Age. Retrieved 11 October 2018.
  5. Syeda Shamin Mortada (2009-03-27). "Banna Mirza: Beauty, grace and reflective demeanour". The Daily Star. Retrieved 2018-07-28.
  6. ୬.୦ ୬.୧ Mahmuda Afroz (2006-09-15). ""Acting is not mere pretence" -- Bonna Mirza". The Daily Star. Archived from the original on 2018-07-29. Retrieved 2018-07-29.
  7. Shah Alam Shazu (January 6, 2012). "Bonna Mirza @DS Cafe". The Daily Star. Archived from the original on December 8, 2015. Retrieved December 2, 2015.
  8. ୮.୦ ୮.୧ Fayeka Zabeen Siddiqua (February 21, 2014). "MAD GENIUS". The Daily Star. Retrieved December 2, 2015.
  9. Amira Amin (2018-07-28). "Femme Fabulous: Bonna Mirza". The Daily Star (in ଇଂରାଜୀ). Retrieved 2018-07-29.
  10. ୧୦.୦ ୧୦.୧ "Busy times for BONNA MIRZA". The Daily Star (in ଇଂରାଜୀ). 2017-03-14. Retrieved 2018-07-29.
  11. "I prefer to accept things as they come". The Daily Star (in ଇଂରାଜୀ). 2017-01-06. Retrieved 2018-07-29.
  12. "Defining moments in Bangladeshi media". The Daily Star (in ଇଂରାଜୀ). 2010-12-31. Retrieved 2018-07-29.
  13. Shah Alam Shazu (2012-01-06). "Bonna Mirza @DS Café". The Daily Star (in ଇଂରାଜୀ). Retrieved 2018-07-29.

ବାହାର ଆଧାର[ସମ୍ପାଦନା]