ବିରେନ ପଲେଇ

ଉଇକିପିଡ଼ିଆ‌ରୁ
(Biren Paleiରୁ ଲେଉଟି ଆସିଛି)
ବିରେନ ପଲେଇ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୧
ପୂର୍ବ ଅଧିକାରୀପ୍ରଫୁଲ୍ଲ ସାମଲ
ପର ଅଧିକାରୀପ୍ରଫୁଲ୍ଲ ସାମଲ
ନିର୍ବାଚନ ମଣ୍ଡଳୀଭଦ୍ରକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1955-03-02)୨ ମାର୍ଚ୍ଚ ୧୯୫୫
ମୃତ୍ୟୁ୨ ମାର୍ଚ୍ଚ ୨୦୦୧(2001-03-02) (ବୟସ ୪୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମିନତୀ ପଲେଇ
ସନ୍ତାନ୩ ଝିଅ, ୧ ପୁଅ
ବାପା/ବୋଉକାହ୍ନୁ ଚରଣ ପଲେଇ (ବାପା)
ସମ୍ପର୍କୀୟନରେନ ପଲେଇ (ଭାଇ)
ବୃତ୍ତିରାଜନୀତିଜ୍ଞ

ବିରେନ ପଲେଇ (୨ ମାର୍ଚ୍ଚ ୧୯୫୫ - ୨ ମାର୍ଚ୍ଚ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]


ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ବିରେନ ପଲେଇ ୧୯୫୫ ମସିହାର ମାର୍ଚ୍ଚ ମାସ ୨ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ କାହ୍ନୁଚରଣ ପଲେଇ ।[୩] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକୋତ୍ତର ।[୨] ସେ ମିନତୀ ପଲେଇଙ୍କୁ ବିବାହ କରିଥିଲେ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ବିରେନ ପଲେଇ ଭଦ୍ରକ ପୌରପାଳିକାର ଅଧକ୍ଷ ଥିଲେ ।[୪] ଏହାପରେ ସେ ୨୦୦୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୫,୦୫୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୧ ମସିହାରେ ତାଙ୍କର ମୃତ୍ୟୁ ହେବାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ବିରେନ ପଲେଇ ୨୦୦୧ ମସିହାର ମାର୍ଚ୍ଚ ମାସ ୨ ତାରିଖରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ।[୪] ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା ।[୨] ୭ ମାର୍ଚ୍ଚ ୨୦୦୧ରେ ତାଙ୍କୁ ଓଡ଼ିଶା ବିଧାନ ସଭା ଗୃହରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Bhadrak Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-05-04.
  2. ୨.୦ ୨.୧ ୨.୨ "MLA Biren Palei Profile | BHADRAK Constituency". naveenpatnaik.com. Archived from the original on 2017-10-26. Retrieved 2019-05-05.
  3. ୩.୦ ୩.୧ ୩.୨ "MLA Biren Palei Profile | BHADRAK Constituency". odishahelpline.com. Retrieved 2019-05-05.
  4. ୪.୦ ୪.୧ "Sitting Congress MLA died in road accident in Bhubneshwar". Zee News (in ଇଂରାଜୀ). 2001-03-03. Retrieved 2019-05-05.

ବାହାର ଆଧାର[ସମ୍ପାଦନା]