Jump to content

ବିକ୍ରମ କୁମାର ପଣ୍ଡା

ଉଇକିପିଡ଼ିଆ‌ରୁ
(Bikram Kumar Pandaରୁ ଲେଉଟି ଆସିଛି)
ବିକ୍ରମ କୁମାର ପଣ୍ଡା
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – 2024
ପୂର୍ବ ଅଧିକାରୀରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ
ପର ଅଧିକାରୀକେ. ଅନୀଲ କୁମାର
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1971-09-11) ୧୧ ସେପ୍ଟେମ୍ବର ୧୯୭୧ (ବୟସ ୫୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଗୀତାଞ୍ଜଳୀ ପଣ୍ଡା
ବାପା/ବୋଉକିଶୋର ଚନ୍ଦ୍ର ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ବିକ୍ରମ କୁମାର ପଣ୍ଡା (ଜନ୍ମ: ୧୧ ସେପ୍ଟେମ୍ବର ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

ବିକ୍ରମ ୧୯୭୧ ମସିହାର ସେପ୍ଟେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କିଶୋର ଚନ୍ଦ୍ର ପଣ୍ଡା ଓ ପତ୍ନୀଙ୍କ ନାମ ଗୀତାଞ୍ଜଳୀ ପଣ୍ଡା ।[]

ରାଜନୈତିକ ଜୀବନ

[ସମ୍ପାଦନା]

ବିକ୍ରମ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବ କାର୍ଯ୍ୟ କରୁଥିଲେ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[]

୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଜେଡିର ପ୍ରାର୍ଥୀ ଭାବରେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଗୋପାଳପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୩,୦୦୯ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନାତା ପାର୍ଟିର ପାର୍ଥୀ ବିଭୂତି ଭୂଷଣ ଜେନାଙ୍କ ଠାରୁ ୯,୦୬୨ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[]

  1. ୧.୦ ୧.୧ "Shri Bikram Kumar Panda". odishaassembly.nic.in. Odisha Assembly. Retrieved 16 January 2021.
  2. "କଂଗ୍ରେସ ଛାଡ଼ିଲେ ଚନ୍ଦ୍ରଶେଖର, ବିକ୍ରମ, ଭଗବାନ | Sambad". ସମ୍ବାଦ. sambad.in. 29 March 2018. Archived from the original on 17 January 2021. Retrieved 17 January 2021.
  3. "ବିଜେଡ଼ିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ, ପ୍ରଥମ ଥର ଲାଗି ୨ଟି ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ | Sambad". ସମ୍ବାଦ. sambad.in. 18 March 2019. Archived from the original on 17 January 2021. Retrieved 17 January 2021.
  4. "General Election to Assembly Constituencies 2024: Gopalpur (Odisha)". Election Commission of India. Retrieved 27 June 2024.

ବାହାର ଆଧାର

[ସମ୍ପାଦନା]
  • ଉଇକିମିଡ଼ିଆ କମନ୍ସରେ Bikram Kumar Panda-ସମ୍ପର୍କିତ ମିଡ଼ିଆ