ବିଜନ କୁମାର ମୁଖାର୍ଜୀ
ବିଜନ କୁମାର ମୁଖାର୍ଜୀ (ବଙ୍ଗାଳୀ: বিজন কুমার মুখার্জী; 15 ଅଗଷ୍ଟ 1891 – 22 ଫେବୃଆରୀ 1956) ଭାରତର ଚତୁର୍ଥ ମୁଖ୍ୟ ନ୍ୟାୟାଧୀଶ ଥିଲେ। ସେ ୨୨ ଡିସେମ୍ବର ୧୯୫୪ଠାରୁ ୩୧ ଜାନୁଆରୀ ୧୯୫୬ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟରତ ଥିଲେ।[୧]
ପେଶାଜୀବନ
[ସମ୍ପାଦନା]ସେ ୧୯୧୪ରେ କଲିକତା ବାର୍ରେ ଯୋଗ ଦେଇଥିଲେ । ୧୯୩୪ରେ କଲିକତା ହାଇକୋର୍ଟର ଜୁନିୟର ଗଭର୍ଣ୍ଣମେଣ୍ଟ ପ୍ଲିଡର ଓ ୧୯୩୬ରେ ସିନିୟର ଗଭର୍ଣ୍ଣମେଣ୍ଟ ପ୍ଲିଡର ଭାବରେ ନିଯୁକ୍ତ ହେଲେ। ୮ ଜୁଲାଇ ୧୯୩୯ରେ ସେ କଲିକତା ହାଇକୋର୍ଟର ନ୍ୟାୟାଧୀଶ ଭାବରେ ନିଯୁକ୍ତ ହେଲେ । ୧୯୪୭ ରେ ବଙ୍ଗାଳ ବାଉଣ୍ଡାରି କମିଶନର ସଦସ୍ୟ ଥିଲେ ।୧୪ ଅକ୍ଟୋବର ୧୯୪୮ ଠାରୁ ୨୨ ଡିସେମ୍ବର ୧୯୫୪ ପର୍ଯ୍ୟନ୍ତ ଫେଡେରାଲ କୋର୍ଟ/ସୁପ୍ରିମ କୋର୍ଟର ନ୍ୟାୟାଧୀଶ ଥିଲେ । ୨୩ ଡିସେମ୍ବର ୧୯୫୪ ଠାରୁ ୩୧ ଜାନୁଆରୀ ୧୯୫୬ ପର୍ଯ୍ୟନ୍ତ ଭାରତର ମୁଖ୍ୟ ନ୍ୟାୟାଧୀଶ ଥିଲେ ।
ପତଞ୍ଜଳି ଶାସ୍ତ୍ରୀଙ୍କ ଜାନୁଆରୀ ୧୯୫୪ ରେ ଅବସର ନେବା ପରେ, ନେହରୁ ବି.କେ. ମୁଖାର୍ଜୀଙ୍କୁ ମୁଖ୍ୟ ନ୍ୟାୟାଧୀଶ ହେବାକୁ କହିଥିଲେ। କିନ୍ତୁ ମୁଖାର୍ଜୀ ସେଥିପାଇଁ ଅସ୍ୱୀକାର କରି କହିଥିଲେ ଯେ ମେହରଚନ୍ଦ ମହାଜନ ତାଙ୍କଠାରୁ ବଡ଼। ନେହରୁ ଅନୁରୋଧ କଲେ ମଧ୍ୟ ସେ କହିଥିଲେ ଯେ ନିଜ ପାଳି ପୂର୍ବରୁ ସେ ପଦ ଗ୍ରହଣ କରିବାଠାରୁ ବରଂ ଇସ୍ତଫା ଦେବାକୁ ଶ୍ରେୟ ମଣିବେ। ମହାଜନ ଅବସର ନେବା ମାତ୍ରେ ମୁଖାର୍ଜୀ CJI ହେଲେ। ହୃଦରୋଗ ସମସ୍ୟା କାରଣରୁ ତାଙ୍କର କାର୍ଯ୍ୟକାଳ ପୂର୍ବରୁ ସମାପ୍ତ ହେଲା ।[୨] ସୁପ୍ରିମ କୋର୍ଟରେ ସେ ମୋଟ ୮୭ଟି ରାୟ ଲେଖିଥିଲେ।[୩]
ଶିକ୍ଷା ଓ ସଂକ୍ଷିପ୍ତ ଜୀବନ
[ସମ୍ପାଦନା]ହୁଗ୍ଲି ବ୍ରାଞ୍ଚ ଗଭର୍ଣ୍ମେଣ୍ଟ ସ୍କୁଲ ଓ ହୁଗ୍ଲି ମହସିନ କଲେଜରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ସେ କଲିକାତା ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସୁରେନ୍ଦ୍ରନାଥ ଲ ଅଫିସରେ ଭର୍ତ୍ତି ହେଲେ।[୪] ସେ ପୁରାତନ ଭାରତୀୟ ଇତିହାସରେ ବିଶେଷଜ୍ଞତା ସହ ଇତିହାସରେ M.A., BL (ସ୍ୱର୍ଣ୍ଣପଦକ ବିଜେତା), ML (ସ୍ୱର୍ଣ୍ଣପଦକ ବିଜେତା) ଏବଂ ଆଇନରେ ଡକ୍ଟରେଟ୍ ଲାଭ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ମୁଖାର୍ଜୀଙ୍କ ଜନ୍ମ ରଖାଲ ଦାସ ମୁଖାର୍ଜୀ ଓ ସରତ କୁମାରୀ ଦେବୀଙ୍କ ଘରେ ହୋଇଥିଲା । ରଖାଲ ଦାସ କଲିକତାର ସ୍କଟିଶ ଚର୍ଚ୍ଚ କଲେଜରୁ ଶିକ୍ଷା ପାଇ ‘ଓକିଲ’ ହୋଇଥିଲେ। ବିଜନ ତାଙ୍କ ମାମାଘର "ରୋଜ୍ ଭିଲା", ହୁଗ୍ଲି ଜିଲ୍ଲାରେ ବଢ଼ିଥିଲେ। ସେ ଜ୍ୟେଷ୍ଠ ଭଉଣୀ (ଶୀଳା) ଓ ଏକ ଛୋଟ ଭାଇ ବିପିନ ଥିଲେ, ଯହାର ୧୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା।ସେ ଲବନ୍ୟଲତା ଦେବୀଙ୍କୁ ବିବାହ କଲେ ଓ ତାଙ୍କର ଏକ ପୁଅ ଥିଲେ; ଅମିୟ କୁମାର ମୁଖାର୍ଜୀ।
ଆଧାର
[ସମ୍ପାଦନା]- ↑ "Justice Bijan Kumar Mukherjea". sci.gov.in. Retrieved 3 December 2025.
- ↑ "The First Eight". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2025-12-03.
- ↑ "Bijan Kumar Mukherjea". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2025-12-03.
- ↑ colorlib. "Education First". school.banglarshiksha.gov.in. Retrieved 2025-12-03.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |