ବିହାର ପୁନର୍ଗଠନ ଅଧିନିୟମ, ୨୦୦୦
ଦେଖଣା
(Bihar Reorganisation Act, 2000ରୁ ଲେଉଟି ଆସିଛି)
ବିହାର ପୁନର୍ଗଠନ ଅଧିନିୟମ, ୨୦୦୦" ହେଉଛି ୨୦୦୦ ମସିହାରେ ଭାରତୀୟ ସଂସଦ ଦ୍ୱାରା ପାରିତ ହୋଇଥିବା ଏକ ଆଇନ । ଭାରତର ଲୋକସଭା ଏବଂ ରାଜ୍ୟସଭାରେ ଯଥାକ୍ରମେ ୨ ଏବଂ ୧୧ ଅଗଷ୍ଟ ତାରିଖରେ ଏହି ବିଧେୟକକୁ ପାରିତ କରିଥିଲେ ଏବଂ ଫଳରେ ୧୫ ନଭେମ୍ବର ୨୦୦୦ ରେ ଏହା ନୂଆ ରାଜ୍ୟ ଝାଡ଼ଖଣ୍ଡର ଜନ୍ମ ଦେଇଥିଲା ।[୧] ଏହି ଆଇନ ବିହାରର ଗୋଟିଏ ଅଂଶରୁ ଝାଡ଼ଖଣ୍ଡ ରାଜ୍ୟର ଗଠନ କରିଥିଲା । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱ ଅଧୀନରେ ଥିବା ଏନ୍ଡିଏ ସରକାର ନିର୍ବାଚନୀ ପ୍ରତିଶୃତିକୁ ପୂରଣ କରିବା ପାଇଁ ଏହି ଆଇନ ପ୍ରସ୍ତୁତ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ Bera, Gautam Kumar (2008). The Unrest Axle: Ethno-social Movements in Eastern India (in ଇଂରାଜୀ). Mittal Publications. ISBN 978-81-8324-145-8.
- ↑ "Bihar Elections through the prism of Political alliances" (PDF). old.rrjournals.com. Retrieved 22 April 2025.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |