ବିଭୂତି ଭୂଷଣ ବଳବନ୍ତରାୟ

ଉଇକିପିଡ଼ିଆ‌ରୁ
(Bibhuti Bhusana Balabantarayରୁ ଲେଉଟି ଆସିଛି)
ବିଭୂତି ଭୂଷଣ ବଳବନ୍ତରାୟ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଶରତ ଚନ୍ଦ୍ର ପାଇକରାୟ
ପର ଅଧିକାରୀଭାଗିରଥି ବଡ଼ଜେନା
ନିର୍ବାଚନ ମଣ୍ଡଳୀଜଟଣୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1962-02-08) ୮ ଫେବୃଆରୀ ୧୯୬୨ (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀପୂର୍ଣ୍ଣିମା ବଳବନ୍ତରାୟ
ବାପା/ବୋଉଦିବ୍ୟସିଂହ ବଳବନ୍ତରାୟ (ବାପା)
ବୃତ୍ତିରାଜନୀତିଜ୍ଞ

ବିଭୂତି ଭୂଷଣ ବଳବନ୍ତରାୟ (ଜନ୍ମ: ୮ ଫେବୃଆରୀ ୧୯୬୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ବିଭୂତି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଟଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବିଭୂତି ଭୂଷଣ ବଳବନ୍ତରାୟ ୧୯୬୨ ମସିହାର ଫେବୃଆରୀ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଦିବ୍ୟସିଂହ ବଳବନ୍ତରାୟ ଏବଂ ପତ୍ନୀଙ୍କ ନାମ ପୂର୍ଣ୍ଣିମା ବଳବନ୍ତରାୟ ।[୧] ବିଭୂତିଙ୍କ ଶିକ୍ଷାଗତ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବିଭୂତି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Bibhuti Bhusana Balabantaray". odishaassembly.nic.in. Odisha Assembly. Retrieved 27 May 2020.