ଭୁବନେଶ୍ୱର ପ୍ରସାଦ ସିହ୍ନା
ଭୁବନେଶ୍ୱର ପ୍ରସାଦ ସିହ୍ନା | |
|---|---|
![]() | |
| 6th Chief Justice of India | |
| କାର୍ଯ୍ୟକାଳ 1 ଅକ୍ଟୋବର 1959 – 31 ଜାନୁଆରୀ 1964 | |
| Appointed by | Rajendra Prasad |
| ପୂର୍ବ ଅଧିକାରୀ | Sudhi Ranjan Das |
| ପର ଅଧିକାରୀ | P. B. Gajendragadkar |
| Judge of Supreme Court of India | |
| କାର୍ଯ୍ୟକାଳ 3 ଡିସେମ୍ବର 1954 – 30 ସେପ୍ଟେମ୍ବର 1959 | |
| Nominated by | Mehr Chand Mahajan |
| Appointed by | Rajendra Prasad |
| Chief Justice of Nagpur High court | |
| କାର୍ଯ୍ୟକାଳ 24 February 1951 – 2 December 1954 | |
| Appointed by | Rajendra Prasad |
| ପୂର୍ବ ଅଧିକାରୀ | Frederick Louis Grille |
| ପର ଅଧିକାରୀ | Mohammed Hidayatullah |
| Judge of Patna High Court | |
| କାର୍ଯ୍ୟକାଳ 19 January 1943 – 23 February 1951 | |
| Appointed by | Lord Linlithgow |
| Chief Justice | Arthur Trevor Harries |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧ ଫେବୃଆରୀ ୧୮୯୯ Shahabad, Bengal Presidency (Now in Bhojpur, Bihar, India) |
| ମୃତ୍ୟୁ | ୧୨ ନଭେମ୍ବର ୧୯୮୬ (ବୟସ ୮୭) |
| ସମ୍ପର୍କ |
|
| ସନ୍ତାନ | Rameshwar Prasad Sinha |
| ଶିକ୍ଷା | B.A. (Hons.), M. A. |
| ଶିକ୍ଷାନୁଷ୍ଠାନ | Patna College Patna Law College |
ଭୁବନେଶ୍ୱର ପ୍ରସାଦ ସିହ୍ନା [ଉପାଧି: ସିହ୍ନା], (1 ଫେବୃଆରୀ 1899 – 12 ନଭେମ୍ବର 1986)ଙ୍କ ଜନ୍ମସ୍ଥାନରୁ, ଭାରତର 6ୟ ମୁଖ୍ୟ ନ୍ୟାୟାଧୀଶ (1 ଅକ୍ଟୋବର 1959 – 31 ଜାନୁଆରୀ 1964) ଥିଲେ। ସେ ଏପ୍ରିଲ ୧୯୬୫ରୁ ଫେବୃଆରୀ ୧୯୬୭ ପର୍ଯ୍ୟନ୍ତ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଙ୍କ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଜଷ୍ଟିସ୍ ସିହ୍ନା ୧ ଅକ୍ଟୋବର ୧୯୫୯ରୁ ୩୧ ଜାନୁଆରୀ ୧୯୬୪ ପର୍ଯ୍ୟନ୍ତ ଭାରତର ସୁପ୍ରିମ୍ କୋର୍ଟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟ କରିଥିଲେ । ସୁପ୍ରିମ୍ କୋର୍ଟରେ ତାଙ୍କର କାର୍ଯ୍ୟକାଳ ସମୟରେ ସେ ୧୩୭ଟି ରାୟ ଲେଖିଥିଲେ ଏବଂ ୬୮୪ଟି ମଣ୍ଡଳ(ବେଞ୍ଚ) ରେ ବସିଥିଲେ ।[୧]
ସଂକ୍ଷିପ୍ତ ଜୀବନି ଓ ଶିକ୍ଷା
[ସମ୍ପାଦନା]ସିହ୍ନା ଆରାହ ଜିଲ୍ଲାର (ଶାହାବାଦ,ବର୍ତ୍ତମାନ ଭୋଜପୁର) ରାଜୱାଡା ଗଜିଆପୁର ଇଷ୍ଟେଟର ଏକ ପ୍ରସିଦ୍ଧ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ବଢ଼ିଥିଲେ । ତାଙ୍କର ନାତି ବିଶେସ୍ଵର ପ୍ରସାଦ ସିଂହ ଭାରତର ସୁପ୍ରିମ୍ କୋର୍ଟର ପୂର୍ବତନ ନ୍ୟାୟାଧୀଶ ।[୨]
ଏକ ଗଭୀର ଧାର୍ମିକ ବ୍ୟକ୍ତି ଭାବେ, ପ୍ରତିଷ୍ଠାନରୁ ଅବସର ପାଇବା ପରେ ସିହ୍ନା ମୂଖ୍ୟତଃ ଧାର୍ମିକ ଓ ଆଧ୍ୟାତ୍ମିକ ଚିନ୍ତାଧାରାରେ ନିରତ ଶାନ୍ତ ଜୀବନ ବ୍ୟତୀତ କରିଥିଲେ, ଯଦିଓ ସେ କିଛି ବ୍ୟକ୍ତିଗତ ଆର୍ବିଟ୍ରେସନ୍ କେସ୍ ଗ୍ରହଣ କରିଥିଲେ । ଜୀବନର ଶେଷ ଦିନଗୁଡିକରେ ଅନ୍ଧ ହୋଇଯାଇ, ସେ ୧୯୮୬ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା ।[୩]
ସେ ଆରାହ ଜିଲ୍ଲା ସ୍କୁଲ, ପାଟନା କଲେଜ ଓ ପାଟନା ଲ କଲେଜରେ ଶିକ୍ଷା ଗ୍ରହଣ କରିଥିଲେ । ସିନ୍ହା ୧୯୧୯ ମସିହାରେ B.A. (Hons) ଓ ୧୯୨୧ରେ M.A. ପରୀକ୍ଷାରେ ପାଟନା ବିଶ୍ୱବିଦ୍ୟାଳୟର ପ୍ରଥମ ହୋଇଥିଲେ । ସେ ୧୯୨୨ରୁ ୧୯୨୭ ପର୍ଯ୍ୟନ୍ତ ପାଟନା ହାଇକୋର୍ଟରେ ଏକ ଓକିଲ ଭାବେ କାର୍ଯ୍ୟ କରିଥିଲେ । ୧୯୨୭ରେ ସେ ଏକ ଅଧିବକ୍ତା ହୋଇଥିଲେ ଏବଂ ସମାନ ସମୟରେ ପାଟନା ସରକାରୀ ଆଇନ କଲେଜର Lecturer ଭାବେ ମଧ୍ୟ ନିଯୁକ୍ତ ହୋଇ ୧୯୩୫ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ସେ ପାଟନା ବିଶ୍ୱବିଦ୍ୟାଳୟର Law Faculty ର ସିନେଟର ଓ Board of Examiners ର ସଦସ୍ୟ ଥିଲେ । ସେ ୧୯୩୫ରୁ ୧୯୩୯ ପର୍ଯ୍ୟନ୍ତ ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟର କୋର୍ଟର ସଦସ୍ୟ ଓ ସରକାରୀ Pleader ମଧ୍ୟ ଥିଲେ । ଇତିହାସରେ ପ୍ରଥମ ହେବା ପାଇଁ ସେ ଶ୍ରୀମତୀ ରାଧିକା ସିନ୍ହା ଗୋଲ୍ଡ ମେଡାଲ୍ ପାଇଥିଲେ। ୧୯୪୦ରେ ସେ ଏକ Assistant Govt. Advocate ହୋଇଥିଲେ ଏବଂ ୧୯ ଜାନୁଆରୀ ୧୯୪୩ରେ ପାଟନା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ ।[୪] ୧୯୫୧ରେ ସେ ନାଗପୁର ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ହୋଇଥିଲେ ଏବଂ ଶେଷରେ ଡିସେମ୍ବର ୧୯୫୪ରେ ସେ ଭାରତର ସୁପ୍ରିମ୍ କୋର୍ଟର ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇ ୩୦ ସେପ୍ଟେମ୍ବର ୧୯୫୯ ପର୍ଯ୍ୟନ୍ତ ଏହି ପଦବୀରେ ଥିଲେ ।
ସେ ୧୯୫୯ରେ ଭାରତର ମୁଖ୍ୟ ନ୍ୟାୟାଧୀଶ ହୋଇଥିଲେ ଏବଂ ୧୯୬୪ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ, ଶେଷରେ ସେ ଅବସର ନେଇଥିଲେ ।[୪]
ଜଷ୍ଟିସ୍ ସିହ୍ନାଙ୍କ କିଛି ଐତିହାସିକ ରାୟ
[ସମ୍ପାଦନା]- କେରଲ ଶିକ୍ଷା ବିଲ୍ ନ୍ୟାୟିକ ସଂଦର୍ଭ ( Kerala Education Bill Reference) (1958/1959)[୫]
- ଖରକ ସିଂ ବନାମ ଉତ୍ତର ପ୍ରଦେଶ ରାଜ୍ୟ ସରକାର (Kharak Singh v. State of Uttar Pradesh) (1962)
ଆଧାର
[ସମ୍ପାଦନା]- ↑ "B.P. Sinha". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2025-12-02.
- ↑ Mandhani, Apoorva (2025-04-04). "Legal pedigree not just entrenched in SC. 1 in 3 HC judges related to judges, ex-judges or lawyers". ThePrint (in ଆମେରିକୀୟ ଇଂରାଜୀ). Retrieved 2025-12-02.
- ↑ Gardbois Jr., George H. (2011). Judges of the Supreme Court of India 1950-1989. Oxford University Press. pp. 20–30. ISBN 978-0-19-807061-0.
- 1 2 "Justice Bhuvneshwar Prasad Sinha | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-02.
- ↑ "Meet Justice Bhuvneshwar Prasad Sinha and his Notable Judicial decisions". Law Gratis (in ଇଂରାଜୀ). Retrieved 2025-12-02.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
