Jump to content

ଭୁବନେଶ୍ୱର ପ୍ରସାଦ ସିହ୍ନା

ଉଇକିପିଡ଼ିଆ‌ରୁ
(Bhuvaneshwar Prasad Sinhaରୁ ଲେଉଟି ଆସିଛି)
ଭୁବନେଶ୍ୱର ପ୍ରସାଦ ସିହ୍ନା
alt
6th Chief Justice of India
କାର୍ଯ୍ୟକାଳ
1 ଅକ୍ଟୋବର 1959 (1959-10-01)  31 ଜାନୁଆରୀ 1964 (1964-01-31)
Appointed byRajendra Prasad
ପୂର୍ବ ଅଧିକାରୀSudhi Ranjan Das
ପର ଅଧିକାରୀP. B. Gajendragadkar
Judge of Supreme Court of India
କାର୍ଯ୍ୟକାଳ
3 ଡିସେମ୍ବର 1954 (1954-12-03)  30 ସେପ୍ଟେମ୍ବର 1959 (1959-09-30)
Nominated byMehr Chand Mahajan
Appointed byRajendra Prasad
Chief Justice of Nagpur High court
କାର୍ଯ୍ୟକାଳ
24 February 1951 – 2 December 1954
Appointed byRajendra Prasad
ପୂର୍ବ ଅଧିକାରୀFrederick Louis Grille
ପର ଅଧିକାରୀMohammed Hidayatullah
Judge of Patna High Court
କାର୍ଯ୍ୟକାଳ
19 January 1943 – 23 February 1951
Appointed byLord Linlithgow
Chief JusticeArthur Trevor Harries
ବ୍ୟକ୍ତିଗତ ସବିଶେଷ
ଜନ୍ମ(1899-02-01)୧ ଫେବୃଆରୀ ୧୮୯୯
Shahabad, Bengal Presidency (Now in Bhojpur, Bihar, India)
ମୃତ୍ୟୁ୧୨ ନଭେମ୍ବର ୧୯୮୬(1986-11-12) (ବୟସ ୮୭)
ସମ୍ପର୍କ
ସନ୍ତାନRameshwar Prasad Sinha
ଶିକ୍ଷାB.A. (Hons.), M. A.
ଶିକ୍ଷାନୁଷ୍ଠାନPatna College
Patna Law College

ଭୁବନେଶ୍ୱର ପ୍ରସାଦ ସିହ୍ନା [ଉପାଧି: ସିହ୍ନା], (1 ଫେବୃଆରୀ 1899 – 12 ନଭେମ୍ବର 1986)ଙ୍କ ଜନ୍ମସ୍ଥାନରୁ, ଭାରତର 6ୟ ମୁଖ୍ୟ ନ୍ୟାୟାଧୀଶ (1 ଅକ୍ଟୋବର 1959 – 31 ଜାନୁଆରୀ 1964) ଥିଲେ। ସେ ଏପ୍ରିଲ ୧୯୬୫ରୁ ଫେବୃଆରୀ ୧୯୬୭ ପର୍ଯ୍ୟନ୍ତ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଙ୍କ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଜଷ୍ଟିସ୍‌ ସିହ୍ନା ୧ ଅକ୍ଟୋବର ୧୯୫୯ରୁ ୩୧ ଜାନୁଆରୀ ୧୯୬୪ ପର୍ଯ୍ୟନ୍ତ ଭାରତର ସୁପ୍ରିମ୍ କୋର୍ଟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟ କରିଥିଲେ । ସୁପ୍ରିମ୍ କୋର୍ଟରେ ତାଙ୍କର କାର୍ଯ୍ୟକାଳ ସମୟରେ ସେ ୧୩୭ଟି ରାୟ ଲେଖିଥିଲେ ଏବଂ ୬୮୪ଟି ମଣ୍ଡଳ(ବେଞ୍ଚ) ରେ ବସିଥିଲେ ।[]

ସଂକ୍ଷିପ୍ତ ଜୀବନି ଓ ଶିକ୍ଷା

[ସମ୍ପାଦନା]

ସିହ୍ନା ଆରାହ ଜିଲ୍ଲାର (ଶାହାବାଦ,ବର୍ତ୍ତମାନ ଭୋଜପୁର) ରାଜୱାଡା ଗଜିଆପୁର ଇଷ୍ଟେଟର ଏକ ପ୍ରସିଦ୍ଧ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ବଢ଼ିଥିଲେ । ତାଙ୍କର ନାତି ବିଶେସ୍ଵର ପ୍ରସାଦ ସିଂହ ଭାରତର ସୁପ୍ରିମ୍ କୋର୍ଟର ପୂର୍ବତନ ନ୍ୟାୟାଧୀଶ ।[]

ଏକ ଗଭୀର ଧାର୍ମିକ ବ୍ୟକ୍ତି ଭାବେ, ପ୍ରତିଷ୍ଠାନରୁ ଅବସର ପାଇବା ପରେ ସିହ୍ନା ମୂଖ୍ୟତଃ ଧାର୍ମିକ ଓ ଆଧ୍ୟାତ୍ମିକ ଚିନ୍ତାଧାରାରେ ନିରତ ଶାନ୍ତ ଜୀବନ ବ୍ୟତୀତ କରିଥିଲେ, ଯଦିଓ ସେ କିଛି ବ୍ୟକ୍ତିଗତ ଆର୍ବିଟ୍ରେସନ୍ କେସ୍‌ ଗ୍ରହଣ କରିଥିଲେ । ଜୀବନର ଶେଷ ଦିନଗୁଡିକରେ ଅନ୍ଧ ହୋଇଯାଇ, ସେ ୧୯୮୬ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା ।[]

ସେ ଆରାହ ଜିଲ୍ଲା ସ୍କୁଲ, ପାଟନା କଲେଜ ଓ ପାଟନା ଲ କଲେଜରେ ଶିକ୍ଷା ଗ୍ରହଣ କରିଥିଲେ । ସିନ୍ହା ୧୯୧୯ ମସିହାରେ B.A. (Hons) ଓ ୧୯୨୧ରେ M.A. ପରୀକ୍ଷାରେ ପାଟନା ବିଶ୍ୱବିଦ୍ୟାଳୟର ପ୍ରଥମ ହୋଇଥିଲେ । ସେ ୧୯୨୨ରୁ ୧୯୨୭ ପର୍ଯ୍ୟନ୍ତ ପାଟନା ହାଇକୋର୍ଟରେ ଏକ ଓକିଲ ଭାବେ କାର୍ଯ୍ୟ କରିଥିଲେ । ୧୯୨୭ରେ ସେ ଏକ ଅଧିବକ୍ତା ହୋଇଥିଲେ ଏବଂ ସମାନ ସମୟରେ ପାଟନା ସରକାରୀ ଆଇନ କଲେଜର Lecturer ଭାବେ ମଧ୍ୟ ନିଯୁକ୍ତ ହୋଇ ୧୯୩୫ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ସେ ପାଟନା ବିଶ୍ୱବିଦ୍ୟାଳୟର Law Faculty ର ସିନେଟର ଓ Board of Examiners ର ସଦସ୍ୟ ଥିଲେ । ସେ ୧୯୩୫ରୁ ୧୯୩୯ ପର୍ଯ୍ୟନ୍ତ ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟର କୋର୍ଟର ସଦସ୍ୟ ଓ ସରକାରୀ Pleader ମଧ୍ୟ ଥିଲେ । ଇତିହାସରେ ପ୍ରଥମ ହେବା ପାଇଁ ସେ ଶ୍ରୀମତୀ ରାଧିକା ସିନ୍ହା ଗୋଲ୍ଡ ମେଡାଲ୍ ପାଇଥିଲେ। ୧୯୪୦ରେ ସେ ଏକ Assistant Govt. Advocate ହୋଇଥିଲେ ଏବଂ ୧୯ ଜାନୁଆରୀ ୧୯୪୩ରେ ପାଟନା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ ।[] ୧୯୫୧ରେ ସେ ନାଗପୁର ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ହୋଇଥିଲେ ଏବଂ ଶେଷରେ ଡିସେମ୍ବର ୧୯୫୪ରେ ସେ ଭାରତର ସୁପ୍ରିମ୍ କୋର୍ଟର ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇ ୩୦ ସେପ୍ଟେମ୍ବର ୧୯୫୯ ପର୍ଯ୍ୟନ୍ତ ଏହି ପଦବୀରେ ଥିଲେ ।

ସେ ୧୯୫୯ରେ ଭାରତର ମୁଖ୍ୟ ନ୍ୟାୟାଧୀଶ ହୋଇଥିଲେ ଏବଂ ୧୯୬୪ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ, ଶେଷରେ ସେ ଅବସର ନେଇଥିଲେ ।[]

ଜଷ୍ଟିସ୍‌ ସିହ୍ନାଙ୍କ କିଛି ଐତିହାସିକ ରାୟ

[ସମ୍ପାଦନା]
  • କେରଲ ଶିକ୍ଷା ବିଲ୍‌ ନ୍ୟାୟିକ ସଂଦର୍ଭ ( Kerala Education Bill Reference) (1958/1959)[]
  • ଖରକ ସିଂ ବନାମ ଉତ୍ତର ପ୍ରଦେଶ ରାଜ୍ୟ ସରକାର (Kharak Singh v. State of Uttar Pradesh) (1962)
  1. "B.P. Sinha". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2025-12-02.
  2. Mandhani, Apoorva (2025-04-04). "Legal pedigree not just entrenched in SC. 1 in 3 HC judges related to judges, ex-judges or lawyers". ThePrint (in ଆମେରିକୀୟ ଇଂରାଜୀ). Retrieved 2025-12-02.
  3. Gardbois Jr., George H. (2011). Judges of the Supreme Court of India 1950-1989. Oxford University Press. pp. 20–30. ISBN 978-0-19-807061-0.
  4. 1 2 "Justice Bhuvneshwar Prasad Sinha | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-02.
  5. "Meet Justice Bhuvneshwar Prasad Sinha and his Notable Judicial decisions". Law Gratis (in ଇଂରାଜୀ). Retrieved 2025-12-02.