ଭୂଷଣ ରାମକୃଷ୍ଣ ଗୱାଇ
ଭୂଷଣ ରାମକୃଷ୍ଣ ଗୱାଇ | |
|---|---|
| ୫୨ତମ [[ଭାରତର ସର୍ବୋଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି]] | |
| Assumed office 14 May 2025[୧] | |
| Appointed by | ଦ୍ରୌପଦୀ ମୁର୍ମୁ |
| ପୂର୍ବ ଅଧିକାରୀ | Sanjiv Khanna |
| ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି | |
| କାର୍ଯ୍ୟକାଳ 24 May 2019 – 13 May 2025 | |
| Nominated by | Ranjan Gogoi |
| Appointed by | ରାମନାଥ କୋବିନ୍ଦ |
| Judge of Bombay High Court | |
| କାର୍ଯ୍ୟକାଳ 14 November 2003 – 23 May 2019 | |
| Nominated by | Vishweshwar Nath Khare |
| Appointed by | ଏ. ପି. ଜେ. ଅବଦୁଲ କଲାମ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୪ ନଭେମ୍ବର ୧୯୬୦ Amravati, Maharashtra, India |
ଭୂଷଣ ରାମକୃଷ୍ଣ ଗୱାଇ (ବି.ଆର. ଗୱାଇ) (ଜନ୍ମ: ୨୪ ନଭେମ୍ବର ୧୯୬୦) ଜଣେ ଭାରତୀୟ ନ୍ୟାୟବିଦ୍, ଯିଏ ୧୪ ମେ ୨୦୨୫ ଠାରୁ ଭାରତର ୫୨ତମ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟରତ ଅଛନ୍ତି ।[୨][୩] ସେ ବମ୍ବେ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଓ ବର୍ତ୍ତମାନ ଜାତୀୟ ଆଇନ ସେବା ସଂସ୍ଥା (National Legal Services Authority) ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅଛନ୍ତି ।[୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଭୂଷଣ ରାମକୃଷ୍ଣ ଗୱାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ ରେ ଆର. ଏସ୍. ଗୱାଇ ଓ କମଳାଙ୍କ ଘରେ ହୋଇଥିଲା ।[୫] ତାଙ୍କ ବାପା ଆର.ଏସ୍. ଗୱାଇ ଜଣେ ପୂର୍ବତନ ସାଂସଦ, ରାଜ୍ୟପାଳ ଓ ରିପବ୍ଲିକନ୍ ପାର୍ଟି ଅଫ୍ ଇଣ୍ଡିଆ (ଗୱାଇ) ଅଂଶର ନେତୃତ୍ୱ ଦେଇଥିଲେ । ତାଙ୍କ ଭାଇ ରାଜେନ୍ଦ୍ର ଗୱାଇ ମଧ୍ୟ ଜଣେ ରାଜନୈତିକ ବ୍ୟକ୍ତିତ୍ୱ। ସେମାନେ ବି.ଆର୍. ଅମ୍ବେଦକରଙ୍କ ଦ୍ୱାରା ପ୍ରେରିତ ଓ ବୌଦ୍ଧ ଧର୍ମାନୁଗତ।[୬]
ପ୍ରାରମ୍ଭିକ ଜୀବନ ଓ ପେଶା
[ସମ୍ପାଦନା]ଗୱାଇଙ୍କ ଜନ୍ମ ମହାରାଷ୍ଟ୍ରର ଅମରାବତୀରେ ହୋଇଥିଲା । ସେ ୧୬ ମାର୍ଚ୍ଚ ୧୯୮୫ ରେ ଓକିଲ ଭାବେ ତାଲିକାଭୁକ୍ତ ହେଲେ । ସେ ବମ୍ବେର ପୂର୍ବତନ ଅଟର୍ଣୀ ଜେନେରାଲ୍ ବାର୍. ରାଜା ଭୋଂସାଲେ ସହ କାର୍ଯ୍ୟ କଲେ । ୧୯୮୭ ରୁ ୧୯୯୦ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ ସ୍ୱତନ୍ତ୍ର ଭାବେ ଓକିଲାତି ଚଲାଇଥିଲେ। ୧୯୯୦ ପରେ ସେ ପ୍ରଧାନତଃ ନାଗପୁର ବେଞ୍ଚରେ ଓକିଲାତି କରିଥିଲେ। ସେ ସଂବିଧାନିକ ଓ ପ୍ରଶାସନିକ ଆଇନରେ ମଧ୍ୟ ଓକିଲାତି କରିଥିଲେ।
ସେ ନାଗପୁର ନଗର ନିଗମ, ଅମରାବତୀ ନଗର ନିଗମ ଓ ଅମରାବତୀ ବିଶ୍ୱବିଦ୍ୟାଳୟ ପାଇଁ ଆଇନ ପରାମର୍ଶଦାତା ଥିଲେ । ସେ SICOM, DCVL ଭଳି ବିଭିନ୍ନ ସ୍ୱୟଂଶାସିତ ସଂଗଠନ ଓ ନିଗମ, ଏବଂ ବିଦର୍ଭ ଅଞ୍ଚଳର ବିଭିନ୍ନ ପଞ୍ଚାୟତ/ନଗରପାଳିକା ପାଇଁ ନିୟମିତ ଭାବେ ଓକିଲ ଭାବେ ପ୍ରତିନିଧିତ୍ୱ କରୁଥିଲେ ।
ସେ ଅଗଷ୍ଟ ୧୯୯୨ ରୁ ଜୁଲାଇ ୧୯୯୩ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟ, ନାଗପୁର ବେଞ୍ଚରେ ସହଯୋଗୀ ସରକାରୀ ଅଧିବକ୍ତା ଓ ଅତିରିକ୍ତ ସାଧାରଣ ଅଭିଯୋଜକ ଭାବେ କାର୍ଯ୍ୟ କରିଥିଲେ । ୧୭ ଜାନୁଆରୀ ୨୦୦୦ ରେ ସେ ନାଗପୁର ବେଞ୍ଚ ପାଇଁ ସରକାରୀ ଅଧିବକ୍ତା ଓ ସାଧାରଣ ଅଭିଯୋଜକ ଭାବେ ନିଯୁକ୍ତ ହେଲେ । ୧୪ ନଭେମ୍ବର ୨୦୦୩ ରେ ସେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହେଲେ ।[୭]
୧୪ ମେ ୨୦୨୫ରେ ସେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୫୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ।[୮][୯]
ନ୍ୟାୟମୂର୍ତ୍ତି ଭୂଷଣ ରାମକୃଷ୍ଣ ଗୱାଇ ଭାରତର ପ୍ରଥମ ବୌଦ୍ଧ ମୁଖ୍ୟ ବିଚାରପତି ହେବେ । ସେ ଦ୍ୱିତୀୟ ଦଳିତ (ଏସ୍.ସି.) ବ୍ୟକ୍ତି ଭାବରେ ଏହି ପଦବୀରେ ରହିବେ, ଯେଉଁଠାରେ ପୂର୍ବରୁ ନ୍ୟାୟମୂର୍ତ୍ତି କେ. ଜି. ବାଳକୃଷ୍ଣନ୍ ଏହି ପଦ ଧାରଣ କରିଥିଲେ ।[୧୦] ୨୦୨୫ ମସିହା ସୁଦ୍ଧା, ଭାରତ ସୁପ୍ରିମକୋର୍ଟରେ ତିନିଜଣ ଦଳିତ ବିଚାରପତି ବର୍ତ୍ତମାନ କାର୍ଯ୍ୟରତ- ଜଷ୍ଟିସ୍ ବି.ଆର୍. ଗୱାଇ, ଜଷ୍ଟିସ୍ ସି.ଟି. ରବିକୁମାର ଓ ଜଷ୍ଟିସ୍ ପ୍ରସନ୍ନ ବରାଳେ। ଏହା ଭାରତର ସୁପ୍ରିମକୋର୍ଟ ଇତିହାସରେ ଦଳିତ ଲୋକଙ୍କର ସର୍ବାଧିକ ପ୍ରତିନିଧିତ୍ୱକୁ ସୂଚାଏ ।
ଆଧାର
[ସମ୍ପାଦନା]- ↑ "Justice BR Gavai takes oath as 52nd Chief Justice of India". www.timesofindia.indiatimes.com (in ଇଂରାଜୀ). The Times of India. 16 April 2025.
- ↑ "Chief Justice of India". www.sci.gov.in. Retrieved 14 May 2025.
- ↑ "Justice Bhushan Ramkrishna Gavai | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-05-14.
- ↑ Shrivastava, Amisha (2024-11-13). "Justice BR Gavai Appointed As Executive Chairman Of NALSA". www.livelaw.in (in ଇଂରାଜୀ). Retrieved 2025-05-14.
- ↑ Kanta, Surya (2025-04-17). "ଜଷ୍ଟିସ୍ ଗୱାଇ ପରବର୍ତ୍ତୀ ପ୍ରଧାନ ବିଚାରପତି". Sambad. Retrieved 2025-05-14.
- ↑ "R S Gavai, veteran Ambedkarite leader, dies at 86". The Indian Express (in ଇଂରାଜୀ). 2015-07-26. Retrieved 2025-05-14.
- ↑ Bharat, E. T. V. (2025-04-16). "ଜଷ୍ଟିସ୍ ବି.ଆର. ଗୱାଇ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି, ଆଇନ ମନ୍ତ୍ରଣାଳୟକୁ ସୁପାରିଶ କଲେ ସିଜେଆଇ ସଞ୍ଜୀବ ଖାନ୍ନା". ETV Bharat News. Retrieved 2025-05-14.
- ↑ Bawa, Anmol Kaur (2025-05-14). "Justice BR Gavai Sworn In As 52nd Chief Justice Of India; First Buddhist, Second Dalit CJI". www.livelaw.in (in ଇଂରାଜୀ). Retrieved 2025-05-14.
- ↑ Kalinga TV (2022-11-08), Justice DY Chandrachud takes oath as the 50th Chief Justice of India today at the Rashtrapati Bhavan, retrieved 2025-05-14
- ↑ Sahu, Kishan (2025-04-16). "ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗୱାଇ ହେବେ ଭାରତର ୫୨ତମ ପ୍ରଧାନ ବିଚାରପତି". Sanket Tv (in ଆମେରିକୀୟ ଇଂରାଜୀ). Archived from the original on 2025-04-17. Retrieved 2025-05-14.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |