ଭିକାରୀ ଘାସି

ଉଇକିପିଡ଼ିଆ‌ରୁ
(Bhikari Ghasiରୁ ଲେଉଟି ଆସିଛି)
ଭିକାରୀ ଘାସି
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପର ଅଧିକାରୀବନମାଳି ବାବୁ
ନିର୍ବାଚନ ମଣ୍ଡଳୀସମ୍ବଲପୁର
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀସମ୍ବଲପୁର-ରେଢ଼ାଖୋଲ (ଯୁଗ୍ମ)
ବ୍ୟକ୍ତିଗତ ସବିଶେଷ
ଜନ୍ମ (1910-01-01) ୧ ଜାନୁଆରୀ ୧୯୧୦ (ବୟସ ୧୧୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀଅନୁପମା ସୁନା
ବାପା/ବୋଉସବା ସୁନା (ବାପା)
ବୃତ୍ତିରାଜନୀତିଜ୍ଞ

ଭିକାରୀ ଘାସି (ଜନ୍ମ: ୧ ଜାନୁଆରୀ ୧୯୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ ସମ୍ବଲପୁର-ରେଢ଼ାଖୋଲ ଯୁଗ୍ମ ଓ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଭିକାରୀ ୧୯୧୦ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସବା ସୁନା ଓ ପତ୍ନୀଙ୍କ ନାମ ଅନୁପମା ସୁନା । ତାଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଭିକାରୀ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୨]

ଭିକାରୀ ୧୯୫୨ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସମ୍ବଲପୁର-ରେଢ଼ାଖୋଲ ଯୁଗ୍ମ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ଶ୍ରଦ୍ଧାକର ସୁପକାରଙ୍କ ସହ ବିଜୟୀ ହୋଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବଚିତ ହୋଇଥିଲେ ।[୩] ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ଯାଏଁ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. ୨.୦ ୨.୧ ୨.୨ "Shri Bhikari Ghasi". odishaassembly.nic.in. Odisha Assembly. Retrieved 29 August 2020.
  3. "'ଯୋଡ଼ିବଳଦ'କୁ ଘାଇଲା କଲା 'ଧନୁ ଓ ତୀର' | Sambad". ସମ୍ବାଦ. sambad.in. 12 April 2019. Archived from the original on 30 August 2020. Retrieved 30 August 2020.