ବଉଳାଶୁଣୀ

ଉଇକିପିଡ଼ିଆ‌ରୁ
(Baulasuniରୁ ଲେଉଟି ଆସିଛି)
ବଉଳାଶୁଣୀ
ମାଆ ବଉଳାଶୁଣୀଙ୍କ ପ୍ରତିମା
ଶକ୍ତି
ଉପାଧିଦେବୀ
ବାସସ୍ଥାନନିଳୋକ
ଅଞ୍ଚଳଭଦ୍ରକ

ବଉଳାଶୁଣୀ ଭଦ୍ରକ ଜିଲ୍ଲାର ଉପାସିତା ଜଣେ ଦେବୀ । ବଉଳାଶୁଣୀଙ୍କ ମନ୍ଦିର ଭଦ୍ରକଠାରୁ ୨୭ କିଲୋମିଟର ଦୂର ନିଳୋକ ଗ୍ରାମରେ ଅବସ୍ଥିତ । ବଉଳାଶୁଣୀ ମନ୍ଦିର ବେଢ଼ା ପ୍ରାୟ ୩୦ ବର୍ଷ ତଳେ ତିଆରି କରାଯାଇଥିଲା । ଏଠାରେ ଯଜ୍ଞମଣ୍ଡପଟି ପ୍ରାୟ ୨୦ ବର୍ଷ ତଳେ ତିଆରି ହୋଇଥିଲା । ପ୍ରତି ବର୍ଷ ମକର ସଂକ୍ରାନ୍ତିଠାରୁ ୩ ଦିନ ଧରି ଏଠାରେ ହୋମାଦି ହୋଇଥାଏ ଏବଂ ୧୫ ଦିନ ଧରି ମେଳା ବସେ । ମେଳା ସମୟରେ ବିଭିନ୍ନ ଯାତ୍ରା ଦଳ ଆସି ଯାତ୍ରା ପରିବେଷଣ କରିଥାନ୍ତି ।

ଅବସ୍ଥିତି[ସମ୍ପାଦନା]

ମା ବଉଳାଶୁଣୀ ମନ୍ଦିର ଭଦ୍ରକ ସହରଠାରୁ ୨୭ କିଲୋମିଟର ଦୂର ନିଳୋକ ଗ୍ରାମରେ ଅବସ୍ଥିତ । ୫ ନଂ ଜାତୀୟ ରାଜପଥଠାରୁ ବାରିକପୁର - ବନ୍ତ ରାସ୍ତାରେ ଗଲାବେଳେ ଦକ୍ଷିଣ ପାର୍ଶ୍ୱରେ ମା ଙ୍କର ମନ୍ଦିର ଅବସ୍ଥିତ ।

ମାଙ୍କ ବିଷୟରେ[ସମ୍ପାଦନା]

ମା ବଉଳାଶୁଣୀ ହେଉଛନ୍ତି ହିନ୍ଦୁ ଦେବୀ । ସେ ଲାଲ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ବଡ଼ ବଡ଼ ଆଖି ସହିତ ମଥାରେ ତିଳକ ଶୋଭାପାଉଥାଏ । ଲୋକବାଣୀ ଅଛି କି ମା ରାତିରେ ଏକ ଘୋଡ଼ା ଚଢ଼ି ନିଜର ଭକ୍ତମାନଙ୍କର ଦୁଃଖ ଦୂର କରିବାକୁ ଯାଆନ୍ତି ।

ଆର୍ବିଭାବ[ସମ୍ପାଦନା]

ଏକଦା ଜଣେ ବ୍ରାହ୍ମଣ ଯାଉଥିଲେ, ସେ ଦେଖିଲେ କିଛି ପିଲା ଗୋଟେ ଗଛମୂଳରେ ଏକ ପଥର ରଖି ପୂଜା କରି ଖେଳୁଥିଲେ । ଆଉ ସେ ପଥରଟି ଅତିବ ସୁନ୍ଦର ଥିଲା । ତେଣୁ ସେ ସେଦିନ ରାତିରେ ସେଠାରେ ଶୋଇଲା, ଆଉ ରାତିରେ ତାଙ୍କୁ ମା ନିଜ ବିଷୟରେ କହିଲେ । ସେହିଦିନଠାରୁ ସେହି ଗଛମୂଳରେ ମା ବଉଳାଶୁଣୀ ରୂପେ ପୂଜା ପାଉଛନ୍ତି । ସମୟକ୍ରମେ ସେଠାରେ ମା ଙ୍କର ମନ୍ଦିର ଓ ଯଜ୍ଞମଣ୍ଡପ ତିଆରି କରାଯାଇଛି ।

ପୂଜା ପର୍ବାଣି[ସମ୍ପାଦନା]

ପ୍ରତ୍ୟେକ ବର୍ଷ ମାଘ ମାସର ମକର ସଂକ୍ରାନ୍ତିଠାରୁ ୩ ଦିନ ଧରି ଯଜ୍ଞ ହୁଏ । ଆଖପାଖ ୫୦ଟି ଗ୍ରାମର ଲୋକମାନେ ଆସନ୍ତି । ପୂର୍ଣ୍ଣାହୁତି ଦିନ ପ୍ରାୟ ୫୦୦୦ ଲୋକଙ୍କର ସମାଗମ ହୁଏ । ଯଜ୍ଞ ସରିବା ପରେ ୧୫ ଦିନ ଧରି ମେଳା ଚାଲିଥାଏ । ବଡ଼ ବଡ଼ ଯାତ୍ରାପାର୍ଟିମାନେ ଆସି ଯାତ୍ରା କରନ୍ତି । ନିଳୋକ ଗ୍ରାମର ଏହା ହେଉଛି ବଡ଼ ମେଳା । ୧୯୯୫ ମସିହା ପୂର୍ବରୁ ଏଠାରେ ଗ୍ରାମର ଲୋକମାନେ ନିଜେ ନିଜେ ଅଭ୍ୟାସ କରି ଯାତ୍ରା କରୁଥିଲେ । ୧୯୯୫ ମସିହାରେ ଶିବାନୀ ଗଣନାଟ୍ୟ ପ୍ରଥମ କରି ଏଠାରେ ଯାତ୍ରା କରିଥିଲା, ତା' ପରଠାରୁ ଅନେକ ଯାତ୍ରାଦଳ ଆସି ଏଠାରେ ଯାତ୍ରା କରୁଛନ୍ତି । [୧]

ଆଧାର[ସମ୍ପାଦନା]

  1. ସର୍ବସାଧାରଣ-ମକରମେଳା ପାଇଁ ମା' ବଉଳାଶୁଣୀ ପୀଠ ଚଳଚଞ୍ଚଳ, ୧୫ ଜାନୁଆରୀ ୨୦୧୬