ବାଣାଈ (ଠାକୁରାଣୀ)

ଉଇକିପିଡ଼ିଆ‌ରୁ
(Banai (goddess)ରୁ ଲେଉଟି ଆସିଛି)
Khandoba with his two chief wives: Mhalsa and Banai

ବାଣାଈ (ଇଂରାଜୀ ଭାଷାରେ Banai), (ମରାଠୀ: बाणाई Bāṇāi, ବେଳେ ବେଳେ ବାନାଈ/ बानाई), ଅନ୍ୟ ନାମ ବାନୂ/ Banu (Bāṇu, बानू) ଓ ବାନୂ-ବାଈ/ Banu-bai (Bāṇu-bāī, बानू-बाई) ଜଣେ ହିନ୍ଦୁ ଠାକୁରାଣୀ ଓ ଶିବଙ୍କର ଅବତାର ଖାଣ୍ଡୋବାଙ୍କର ଦ୍ୱିତୀୟ ପତ୍ନୀ । ଖାଣ୍ଡୋବାଙ୍କୁ ଦାକ୍ଷିଣାତ୍ୟରେ ଓ ମୂଖ୍ୟତଃ ମହାରାଷ୍ଟ୍ର ତ‌ଥା କର୍ଣ୍ଣାଟକରେ ପୂଜା କରାଯାଏ । ଜେଜୁରିର ରାଜା ଭାବରେ ଖାଣ୍ଡୋବାଙ୍କୁ ଚିତ୍ରଣ କରାଯାଏ ଯେଉଁଠି ତାଙ୍କର ମନ୍ଦିର ଅଛି । କେତେକ ପରମ୍ପରାରେ ବାଣାଈଙ୍କୁ ବିବାହିତା ପତ୍ନୀର ମାନ୍ୟତା ନ ଦେଇ ସଉତୁଣୀ କୁହାଯାଏ ।

ଖାଣ୍ଡୋବାଙ୍କ ଧର୍ମ ଗ୍ରନ୍ଥରେ ବାଣାଈଙ୍କ ବିଷୟରେ କିଛି ଉଲ୍ଲେଖ ହୋଇ ନଥିଲେ ମଧ୍ୟ ଲୋକ ସଙ୍ଗୀତରେ ସେ ମୂଖ୍ୟ ସ୍ଥାନ ଗ୍ରହଣ କରିଛନ୍ତି । ବାଣାଈଙ୍କୁ ମେଣ୍ଢା ଚରାଳି ଜାତିର ଧାଙ୍ଗର (enDhangar) ବୋଲି କୁହାଯାଏ ବା ଅନ୍ୟ ମତରେ ସ୍ୱର୍ଗୀୟ ଅଂଶ ବୋଲି ମାନ୍ୟତା ଦିଆଯାଏ । ପରମ୍ପରାର ଗାଥା ଅନୁସାରେ ତାଙ୍କର ଖାଣ୍ଡୋବାଙ୍କ ସ‌ହ ବିବାହ ଓ ତାଙ୍କର ପ୍ରଥମ ପତ୍ନୀ ହାଲସାଙ୍କ (Mhalsa) ସ‌ହ କଳହ ବିଷୟ ଚର୍ଚ୍ଚା କରାଯାଏ । ହାଲସାଙ୍କ ପ୍ରତିପକ୍ଷ ହେଲେ ମଧ୍ୟ ଖାଣ୍ଡୋବାଙ୍କ ସ‌ହିତ ମିଳିତ ହୋଇ ସମ୍ପୁର୍ଣ୍ଣ ହୁଅନ୍ତି । ଖାଣ୍ଡୋବାଙ୍କ ସ‌ହିତ ସାଧାରଣତଃ ବାଣାଈଙ୍କର ବର୍ଣ୍ଣନା ଥାଏ ଓ ହାଲସା ମଧ୍ୟ ସାଥିରେ ଥାଆନ୍ତି ।

ବାଣାଈ ସ୍ୱୟଂ ପୂଜା ପାଆନ୍ତି ନାହିଁ କିନ୍ତୁ ଅଧିକାଂଶ ଖାଣ୍ଡୋବା ମନ୍ଦିରରେ ତାଙ୍କ ପତ୍ନୀ ଭାବରେ ପୂଜା କରାଯାଏ । ଧାଙ୍ଗର ଜାତିର ସେ ମୁଖ୍ୟ ଦେବୀ ଓ ତାଙ୍କ ମେଣ୍ଢାଦଳଙ୍କର ସୁରକ୍ଷାଦାତ୍ରୀ ଭାବରେ ତାଙ୍କୁ ପୂଜା କରାଯାଏ ।

କିମ୍ବଦନ୍ତୀ[ସମ୍ପାଦନା]

ବ୍ରାହ୍ମଣ ପରମ୍ପରାର 'ମଲ୍ହାରୀ ମହାତ୍ମ୍ୟ'ରେ ଖାଣ୍ଡୋବାଙ୍କୁ ଶିବ ଭାବରେ ମହତ୍ୱ ଦେଲେ ମଧ୍ୟ ସେଥିରେ ତାଙ୍କର ଧରିତ୍ରୀ ସମ୍ପର୍କ ଓ ବାଣାଈ ଉପସ୍ଥିତି ଦେଖାଯାଏ ନାହିଁ । ଅନ୍ୟ ପକ୍ଷରେ ଧାଙ୍ଗର ଲୋକ କଥାରେ ବାଣାଈ ଏକ କେନ୍ଦ୍ରୀୟ ସ୍ଥାନ ଗ୍ରହଣ କରିଛନ୍ତି ଓ ସେଥିରେ ହାଲସାଙ୍କ ବିଷୟରେ ବିଶେଷ ତ‌ଥ୍ୟ ନାହିଁ; ମରାଠା (Marathas) ଓ ଅନ୍ୟ କେତେକ ଜାତିରେ ଖାଣ୍ଡୋବାଙ୍କ ସ‌ହିତ ହାଲସାଙ୍କ ବିବାହର ବର୍ଣ୍ଣନା ଅଛି ।[୧]

ପ୍ରାକ୍ ଜୀବନ[ସମ୍ପାଦନା]

ଲୋକ ସଙ୍ଗୀତରେ ବାଣାଈଙ୍କ ଜନ୍ମ ବୃତାନ୍ତର ଚର୍ଚ୍ଚା ହୁଏନି । ତାଙ୍କୁ ଅନେକ ଲୋକ ରମ୍ଭା ଅପସରାର ଅବତାର କ‌ହନ୍ତି ଓ ଆଉ ଅନେକ ଲୋକ ଦେବତାଙ୍କ ରାଜା ଇନ୍ଦ୍ରଙ୍କର ୭ କନ୍ୟାଙ୍କ ମଧ୍ୟରୁ ସେ ଜଣେ ହୋଇଥିବା କ‌ହନ୍ତି । ଜଣେ ଧାଙ୍ଗର ଗୋଟିଏ ଜଙ୍ଗଲ ମଧ୍ୟରେ ଉଈ ହୁଙ୍କା ଭିତରେ ଲୁଚି ରହିଥିବା ଏକ ସ୍ୱର୍ଣ୍ଣ ବାକ୍ସ ମଧ୍ୟରେ ତାଙ୍କୁ ପାଇଥିବା କୁହାଯାଏ ।[୨] ତାଙ୍କର ଧାଙ୍ଗର ପିତା 'ୟମୁ' ମେଣ୍ଢା ଚରାଳୀଙ୍କ ମୁଖିଆ ଥିଲେ । ତାଙ୍କର ୯ ଲକ୍ଷ ମେଣ୍ଢା ଓ ଛେଳି ଥିଲେ ଓ ସେମାନଙ୍କ ମଧ୍ୟରୁ ଆନେକ ବନ୍ଧ୍ୟା ଥିଲେ । [୩][୨] ୟମୁ ଏକ ସନ୍ତାନ ନିମନ୍ତେ ଅନେକ ପ୍ରାର୍ଥନା କରିବା ପରେ ଏକ ବାକ୍ସ ମଧ୍ୟରେ ବାଣାଈଙ୍କୁ ପାଇଲେ । ୟମୁଙ୍କର ପତ୍ନୀ ନ ଥିବାରୁ ନବଜାତଙ୍କୁ କିପରି ଖୁଏଇବାକୁ ହୁଏ ଜାଣି ନଥିଲେ ଓ ସେତିକି ବେଳେ ଏକ କୁଆଁରୀ ମେଣ୍ଢା ବାଣାଈଙ୍କୁ କ୍ଷୀର ପାନ କରେଇଥିଲା । ଅନ୍ୟ ଏକ ଆଶ୍ଚର୍ଯ୍ୟ ଘଟଣା କ୍ରମେ ସମସ୍ତ ଧାଙ୍ଗର ତମ୍ବୁରେ ରହୁଥିବା ବେଳ ୟମୁଙ୍କ ତମ୍ବୁ ଆଗରେ ଏକ ତନି ମହଲା କୋଠା ଦେଖାଗଲା ।[୪] ବାଣାଈ ଏକ ଧନୀ ମେଣ୍ଢା ଚରାଳୀ ଭାବରେ ବଢ଼ିଲେ ଓ ୧୨ଟି ବିଭିନ୍ନ ଧାଙ୍ଗର ବସ୍ତିର ଓଭରସିଅର ହୋଇଗଲେ । ସେ ତାଙ୍କର ମେଣ୍ଢାଙ୍କର ଯତ୍ନ ନିଅନ୍ତି, ଚରେଇବାକୁ ନିଅନ୍ତି ।[୩][୨]

ଆଧାର[ସମ୍ପାଦନା]

  1. Sontheimer in Barz & Horstmann, pp. 38, 40
  2. ୨.୦ ୨.୧ ୨.୨ Sontheimer in Barz & Horstmann, p. 41
  3. ୩.୦ ୩.୧ Sontheimer in Channa pp. 35-44
  4. Sontheimer in Barz & Horstmann, pp. 13–14