Jump to content

ବାଳକାଣ୍ଡ

ଉଇକିପିଡ଼ିଆ‌ରୁ
(Balakandaରୁ ଲେଉଟି ଆସିଛି)

ବାଳକାଣ୍ଡ (ସଂସ୍କୃତ: बालकाण्ड ; IAST: Bālakāṇḍa) ବା “ଆଦିକାଣ୍ଡ”, ଭାରତର ଦୁଇଟି ମହାନ ଐତିହାସିକ ମହାକାବ୍ୟମାନଙ୍କ ମଧ୍ୟରୁ ଗୋଟିଏ ବାଲ୍ମୀକି ରାମାୟଣ ର ପ୍ରଥମ ଖଣ୍ଡ ଅଟେ (ଦ୍ୱିତୀୟ ମହାକାବ୍ୟ ହେଉଛି ମହାଭାରତ) । ବାଳକାଣ୍ଡ ବାସ୍ତବରେ ମୂଳ ଗ୍ରନ୍ଥକାର ବାଲ୍ମୀକିଙ୍କ ଦ୍ୱାରା ରଚିତ ଅଥବା ପରେ ଯୋଡ଼ାଯାଇଥିଲା; ଏହି ବିଷୟରେ ଶାସ୍ତ୍ରୀୟମାନଙ୍କ ମଧ୍ୟରେ ମତଭେଦ ରହିଛି ।[][] ଏହି ପୌରଣିକ ଆଖ୍ୟାନ ୭୨ଟି ସର୍ଗ ବା ଅଧ୍ୟାୟକୁ ନେଇ ଗଠିତ ।

ପୌରାଣିକ ଆଖ୍ୟାନ

[ସମ୍ପାଦନା]

କୋଶଳ ରାଜ୍ୟର ରାଜା ଦଶରଥ, ଅଯୋଧ୍ୟା ନାମକ ଏକ ସୁନ୍ଦର ଓ ଆଦର୍ଶ ନଗରରେ ବସବାସ କରୁଥିଲେ, କିନ୍ତୁ ତାଙ୍କ କୌଣସି ପୁଅ ନଥିଲା । ସେ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି କଲେ ଯେ, ସେମାନେ ଋଷ୍ୟଶୃଙ୍ଗ ମୁନିଙ୍କୁ ଆଣି ଯଜ୍ଞ କରାଇବେ । ଏଥି ପାଇଁ ଏକ ଅଶ୍ୱମେଧ ଯଜ୍ଞ ସମାପ୍ତ ହେବା ପରେ, ଋଷ୍ୟଶୃଙ୍ଗ ମୁନି ପୁତ୍ରେଷ୍ଟି ନାମକ ଯଜ୍ଞ ଅନୁଷ୍ଠାନ କଲେ, ଯାହାର ଉଦ୍ଦେଶ୍ୟ ଥିଲା ଦଶରଥଙ୍କ ସନ୍ତାନପ୍ରାପ୍ତି ।

Rāma killing Tāṭaka from 17th century royal Mewar manuscript

ଏହି ସମୟରେ, ଦେବତାମାନେ ବ୍ରହ୍ମା ଓ ବିଷ୍ଣୁଙ୍କୁ ରାବଣର ଦାଉ‌ରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରୁଥିଲେ, କାରଣ ସେ ଋଷି, ଯକ୍ଷ, ଗନ୍ଧର୍ବ, ଅସୁର ଓ ବ୍ରାହ୍ମଣମାନଙ୍କୁ ନିର୍ଯ୍ୟାତନା ଦେଉଥିଲା । ବ୍ରହ୍ମାଙ୍କ ଦ୍ୱାରା ଦିଆଯାଇଥିବା ବରଦାନର ଫଳରେ, ରାବଣ ଅଜେୟ ହୋଇଥିଲା । ତେଣୁ ବିଷ୍ଣୁ ନିଷ୍ପତ୍ତି କଲେ ଯେ, ଦଶରଥଙ୍କ ପୁଅ ଭାବେ ଅବତାର ଗ୍ରହଣ କରି ସେ ରାବଣ ବଦ୍ଧ କରିବେ ।[]

ଯଜ୍ଞ ଅନ୍ତେ ଯଜ୍ଞ ସ୍ଥଳରେ, ଯଜ୍ଞାଗ୍ନିରୁ ଗୋଟିଏ ଦିବ୍ୟ ସତ୍ତା ପ୍ରକଟ ହେଲା ଯାହା ହାତରେ ଏକ ଦେବୀୟ ପାୟସ (ଖିରି) ଥିଲା । ସେ ସତ୍ତା ଦଶରଥଙ୍କୁ କହିଲା ଯେ, ସେ ଏହି ପାୟସକୁ ନିଜର ସ୍ତ୍ରୀମାନଙ୍କ ମଧ୍ୟରେ ବଣ୍ଟନ କରନ୍ତୁ ଯାହାର ଫଳରେ ତାଙ୍କୁ ପୁଅ ଲାଭ ହେବ । ଦଶରଥ ଦେବତା ପ୍ରଦତ୍ତ ପାୟସକୁ ନିଜର ତିନି ରାଣୀ; କୌଶଲ୍ୟା, କୈକେୟୀ ଓ ସୁମିତ୍ରାଙ୍କ ମଧ୍ୟରେ ବଣ୍ଟନ କଲେ । ତା’ରେ କୌଶଲ୍ୟାଙ୍କୁ ଶ୍ରୀରାମ, କୈକେୟୀଙ୍କୁ ଭରତ, ଏବଂ ସୁମିତ୍ରାଙ୍କଠାରୁ ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତୃଘ୍ନ ଜନ୍ମ ନେଲେ । ଏଥୁ ଅନ୍ତେ କିଛି ବର୍ଷପରେ, ବିଶ୍ୱାମିତ୍ର ମୁନି ଅଯୋଧ୍ୟା ପହଞ୍ଚିଲେ । ବିଶ୍ୱାମିତ୍ର ମୁନି ରାଜା ଦଶରଥଙ୍କୁ ଅନୁରୋଧ କଲେ ଯେ, ତାଙ୍କ ଜ୍ୟେଷ୍ଠ ପୁଅ ଶ୍ରୀରାମଙ୍କୁ ନିଜ ସହିତ ପଠାନ୍ତୁ, ଯଦ୍ୱାରା ସେ ମାରୀଚ ଓ ସୁବାହୁ ନାମକ ରାକ୍ଷସମାନଙ୍କୁ ବଧ କରିପାରିବେ । କାରଣ ସେହି ରାକ୍ଷସମାନେ ବିଶ୍ୱାମିତ୍ରଙ୍କ ଯଜ୍ଞରେ ବିଘ୍ନ କରୁଥିଲେ । ପ୍ରଥମେ ଦଶରଥ ନିଜର ପ୍ରିୟ ପୁଅକୁ ପଠାଇବାକୁ ଅନିଚ୍ଛା ପ୍ରକାଶ କଲେ, କିନ୍ତୁ ଶେଷରେ ସେ ବିଶ୍ୱାମିତ୍ରଙ୍କ ଆଗ୍ରହରେ ରାମଙ୍କୁ ଲକ୍ଷ୍ମଣ ସହିତ ପଠାଇଲେ । ଶୀଘ୍ର ସେମାନେ ଏକ ଭୟଙ୍କର ଓ ଜଙ୍ଗଲି ଅଞ୍ଚଳରେ ପହଞ୍ଚିଲେ, ଯେଉଁଠାରେ ତାଡ଼କା ନାମକ ଦାନବୀ ବସିଥାଏ । ବିଶ୍ୱାମିତ୍ର ବୁଝାଇଦେଲେ ଯେ, ତାଟକା ବାସ୍ତବରେ ଗୋଟିଏ ଯକ୍ଷୀ, ଯିଏ ମାରୀଚ ନାମକ ରାକ୍ଷସଙ୍କ ମାତା ଓ ଯିଏ କୌଣସି କାରଣରୁ ଶାପ ପାଇ ରାକ୍ଷସୀ ହୋଇଥିଲେ । ରାମ ନିଜ ଧନୁଷର ଗୋଟିଏ ତୀରରେ ତାକୁ ବଧ କଲେ । ଏହି ବୀରତା ପାଇଁ ବିଶ୍ୱାମିତ୍ର ରାମଙ୍କୁ ଦିବ୍ୟ ଅସ୍ତ୍ର ଦାନକରି ଆଶୀର୍ବାଦ ଦେଲେ । ପରେ ସେମାନେ ବିଶ୍ୱାମିତ୍ରଙ୍କ ଆଶ୍ରମକୁ ପହଞ୍ଚିଲେ, ଯେଉଁଠାରେ ରାମ ମାରୀଚଙ୍କୁ ପରାଜିତ କରିଲେ ଏବଂ ସୁବାହୁଙ୍କୁ ବଧ କଲେ, ଯାହା ଫଳରେ ବିଶ୍ୱାମିତ୍ର ନିଜ ଯଜ୍ଞ ସଫଳତାର ସହିତ ସମାପ୍ତ କରିପାରିଲେ ।

ଏହି ଲକ୍ଷ୍ୟ ସଫଳ ହେବା ପରେ, ସେମାନେ ମିଥିଲା ରାଜ୍ୟରେ ରାଜା ଜନକଙ୍କ ଯଜ୍ଞରେ ଯୋଗଦେବାକୁ ନିଷ୍ପତ୍ତି କଲେ । ଆଶ୍ରମର ଋଷିମାନେ କହିଲେ ଯେ, ରାଜା ଜନକଙ୍କ ନିକଟରେ ଗୋଟିଏ ବିଶେଷ ଧନୁଷ ଅଛି ଯାହାକୁ କେହି ମଧ୍ୟ ଏପର୍ଯ୍ୟନ୍ତ ଟଣିପାରି ନାହାନ୍ତି । ଅଯୋଧ୍ୟାରୁ ମିଥିଲା ପର୍ଯ୍ୟନ୍ତ ଯାତ୍ରା ସମୟରେ ବିଶ୍ୱାମିତ୍ର ରାମଙ୍କୁ ତାଙ୍କ ପୂର୍ବଜମାନଙ୍କ କୀର୍ତ୍ତି ବିଷୟରେ କହୁଥିଲେ । ମିଥିଲା ପହଞ୍ଚିଲାପରେ ରାଜା ଜନକ ସେଇ ଧନୁଷର ଇତିହାସ କହିଲେ ଏବଂ ରାଜା ଘୋଷଣା କଲେ, ଯେ କେହି ଶିବଧନୁର ଗୁଣରେ ତୀର ଯୋଖି ପାରିବ ତାଙ୍କୁ ହିଁ ସୀତା ପତି ରୂପେ ବରଣ କରିବେ । ସୀତାଙ୍କୁ ଜନକ ଭୂମି ଚାଷ କରୁଥିବାବେଳେ ଭୂମିରୁ ଲାଭ କରିଥିଲେ ।ଋଷି ବିଶ୍ୱାମିତ୍ର ଜାଣିଥିଲେ ଯେ କେବଳ ରାମ ହିଁ ଶିବଧନୁରେ ଗୁଣ ଚଢ଼ାଇ ପାରିବେ । ରାମ ଯେତେବେଳେ ଶିବଧନୁରେ ଗୁଣ ଚଢ଼ାଇ ଟଂକାର କରନ୍ତେ, ଶିବଧନୁ ଭାଙ୍ଗି ଚୁରମାର ହୋଇଗଲା । ତତ୍ପରେ ସ୍ୱୟଂବରରେ ସୀତା ରାମଙ୍କୁ ବରଣ କଲେ ଏବଂ ଉର୍ମିଳା ଲକ୍ଷ୍ମଣଙ୍କୁ ବରଣ କଲେ । ଏହିପରି ରାମ ଓ ସୀତାଙ୍କ ବିବାହ ହେଲା । ମିଥିଲାରୁ ଅଯୋଧ୍ୟା କୁ ଫେରିବା ସମୟରେ, ରାମ ପରଶୁରାମଙ୍କୁ ମଧ୍ୟ ପରାସ୍ତ କଲେ ।

ବାଳକାଣ୍ଡର ଶେଷରେ ସମସ୍ତେ ଅଯୋଧ୍ୟାକୁ ଫେରିଆସନ୍ତି ଏବଂ ଶ୍ରୀରାମ ଓ ସୀତାଙ୍କ ସୁଖମୟ ଗୃହସ୍ଥ ଜୀବନର ଆରମ୍ଭ ହୁଏ ।[]

  1. Goldman, Robert P. (1984). The Rāmāyaṇa of Vālmīki: An Epic of Ancient India. Vol. I: Bālakāṇḍa. Princeton University Press. p. 60.
  2. Majumdar, R. C. (1956). The Cultural Heritage of India. The Ramakrishna Mission Institute of Culture. p. 43. The first and the last Book of the Ramayana are later additions… The reference to the Greeks, Parthians, and Sakas shows that these Books cannot be earlier than the second century B.C.
  3. 1 2 Goldman, Robert P. (1984). The Rāmāyaṇa of Vālmīki: An Epic of Ancient India. Vol. I: Bālakāṇḍa. Princeton University Press.