ବେକର୍ସ ସିସ୍ଟ

ଉଇକିପିଡ଼ିଆ‌ରୁ
(Baker's cystରୁ ଲେଉଟି ଆସିଛି)
ବେକର୍ସ ସିସ୍ଟ (Baker's cyst)
ପ‌ପ୍ଲିଟିଆଲ ସିସ୍ଟ (Popliteal cyst)[୧]
ବେକର୍ସ ସିସ୍ଟ (Schematic drawing of a Baker's cyst)
ଲକ୍ଷଣନାସ୍ତି, ଆଣ୍ଠୁ ପଛପାଖରେ ଫୁଲା, ଯନ୍ତ୍ରଣା[୧][୨]
ଆକ୍ରାନ୍ତ ସମୟGradual[୧]
ବିପଦ କାରକଓଷ୍ଟିଓଆର୍ଥ୍ରାଇଟିସ, ମେନିସ୍କାଲ ଟିଅର (meniscal tears), ରିଉମାଟଏଡ ଆର୍ଥ୍ରାଇଟିସ[୧][୩][୪]
ରୋଗ ନିର୍ଣ୍ଣୟ ପଦ୍ଧତିଅଲଟ୍ରାସାଉଣ୍ଡ (ultrasound) ବା ଏମଆରଆଇ (MRI)[୩]
ସଠିକ ରୋଗ ନିର୍ଣ୍ଣୟDeep venous thrombosis, ଆନିଉରିଜ୍ମ (aneurysms), ଗାଙ୍ଗ୍ଲିଅନ, ଅର୍ବୁଦ (tumors)[୧]
ଚିକିତ୍ସାସ‌ହାୟକ ଯତ୍ନ (Supportive care), ସକସନ (aspiration), ଅପରେଶନ[୧]
ପୁନଃପୌନିକc. ୨୦%[୨][୩]

ବେକର୍ସ ସିସ୍ଟ (ଇଂରାଜୀ ଭାଷାରେ Baker's cyst, ଅନ୍ୟ ନାମ popliteal cyst) ଏକ ରୋଗ ଯେଉଁଥିରେ ଆଣ୍ଠୁ (knee) ପଛପାଖରେ ତରଳ ପଦାର୍ଥ ଜମିଯାଏ । [୪] ଅଧିକାଂଶ କେଶ୍‌ରେ କୌଣସି ଲକ୍ଷଣ ନଥାଏ ।[୨] ଉପସ୍ଥାପିତ ଲକ୍ଷଣ ମଧ୍ୟରେ ଆଣ୍ଠୁ ପଛପାଖରେ ଫୁଲା ଓ ଯନ୍ତ୍ରଣା ହୁଏ; ଆଣ୍ଠୁ ଚଳନରେ ଅସୁବିଧ ହୋଇପାରେ ।[୧] ସିସ୍ଟ ଫାଟିଯାଇପାରେ ଓ ଫୁଲା ବଢ଼ିଲେ ଯନ୍ତ୍ରଣା ବଢ଼ିଯାଇପାରେ ।[୧] ଡିପ ଭେନ ଥ୍ରୋମ୍ବୋସିସ, ପେରିଫେରାଲ ନିଉରୋପାଥି (peripheral neuropathy), ଇସକେମିଆ (ischemia), କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ଇତ୍ୟାଦି ଜଟିଳ ସମସ୍ୟାମାନ କ୍ୱଚିତ ଦେଖାଯାଏ । [୨][୩]

ଓଷ୍ଟିଓଆର୍ଥ୍ରାଇଟିସ, ମେନିସ୍କାଲ ଟିଅର (meniscal tears), ରିଉମାଟଏଡ ଆର୍ଥ୍ରାଇଟିସ ଆଦି ରୋଗ ଏହି ସଙ୍କଟ ଆଣିପାରେ ।[୧][୩][୪] ଆଣ୍ଠୁ ଗଣ୍ଠିରୁ (knee joint) ସାଇନୋଭିଆଲ ଫ୍ଲୁଇଡ (synovial fluid) ବାହାରି ଗାସ୍ଟ୍ରୋକନେମିଅସ-ସେମିମେମ୍ବ୍ରେନୋସସ ବର୍ସାକୁ (en:gastrocnemio-semimembranosus bursa) ବୋହିଗଲେ ଏଭଳି ଫୁଲା ସମସ୍ୟା ଉପୁଜେ ।[୧]ଅଲଟ୍ରାସାଉଣ୍ଡ (ultrasound) ବା ଏମଆରଆଇ (MRI) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ । [୩]

ପ୍ରାରମ୍ଭରେ ସ‌ହାୟକ ଯତ୍ନ (Supportive care) ଯଥେଷ୍ଟ ହୁଏ । [୧] ଏହା କାମ ନ କଲେ ସକସନ (aspiration) ବା କର୍ଟିକୋସ୍ଟିରଏଡ ଇଞ୍ଜେକସନ (steroid) ବା ଅପରେଶନ କରାଯାଇପାରେ ।[୧] ପ୍ରାୟ ୨୦% ଲୋକଙ୍କର ବେକର୍ସ ସିସ୍ଟ ଥାଏ ।[୨][୩] ପ୍ରାୟ ୩୫ରୁ ୭୦ ବର୍ଷ ବୟସ୍କ ଲୋକଙ୍କୁ ଏ ରୋଗ ହୁଏ । [୪] ଏହି ରୋଗର ପ୍ରଥମ ବର୍ଣ୍ଣନା କରିଥିବା ଉଇଲିଅମ ମୋରାଣ୍ଟ ବେକରଙ୍କ (William Morrant Baker (୧୮୩୮–୧୮୯୬) ନାମାନୁସାରେ ଏହି ରୋଗର ନାମକରଣ ହୋଇଛି । [୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Hubbard, MJ; Hildebrand, BA; Battafarano, MM; Battafarano, DF (June 2018). "Common Soft Tissue Musculoskeletal Pain Disorders". Primary care. 45 (2): 289–303. doi:10.1016/j.pop.2018.02.006. PMID 29759125.
  2. ୨.୦ ୨.୧ ୨.୨ ୨.୩ ୨.୪ Ferri, Fred F. (2015). Ferri's Clinical Advisor 2016 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 200. ISBN 9780323378222.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Herman, AM; Marzo, JM (August 2014). "Popliteal cysts: a current review". Orthopedics. 37 (8): e678-84. doi:10.3928/01477447-20140728-52. PMID 25102502.
  4. ୪.୦ ୪.୧ ୪.୨ ୪.୩ Foris, LA; Bhimji, SS (January 2018). "Cyst, Baker". PMID 28613525. {{cite journal}}: Cite journal requires |journal= (help)
  5. "William Morrant Baker". Who Named It.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ