ଆଭିପ୍ସ
| Avipes | |
|---|---|
| Foot | |
| Scientific classification | |
| Kingdom: | Animalia |
| Phylum: | Chordata |
| ଶ୍ରେଣୀ: | ରେପ୍ଟିଲିଆ |
| Clade: | Archosauria |
| Genus: | †Avipes |
ଆଭିପ୍ସ (Avipes;ମାନେ "ପକ୍ଷୀ ପାଦ") ହେଉଛି ବିଲୁପ୍ତ ଆର୍କୋସୁରିଆନ୍ମାନଙ୍କର ଏକ ଜାତି (genus) । ଏହାର ଏକମାତ୍ର ପ୍ରଜାତି ହେଲା Avipes dillstedtianus, ଯାହାକି ମଧ୍ୟ ଟ୍ରାଇଆସିକ୍ ଯୁଗରେ ବାସ କରୁଥିଲା । ବର୍ତ୍ତମାନ ସୁଦ୍ଧା ମିଳିଥିବା ଏକମାତ୍ର fossil specimen ହେଉଛି ଏକ ପାଦର କିଛିକାଂଶ (ମେଟାଟାର୍ସାଲ୍ ), ଏବଂ ଏହା ଜର୍ମାନୀର ବେଡ୍ହେମ୍, ଥୁରିଞ୍ଜିଆଠାରେ ଥିବା Lettenkohlensandsteinର ଏକ ଗଦାରୁ ମିଳିଥିଲା (Lettenkohlensandstein ବାଲିପଥରର ଗୋଟିଏ ରୂପ) । ଆଭିପ୍ସର ନାମକରଣ ୧୯୩୨ ମସିହାରେ ଫେଡ୍ରିକ୍ ଭୋନ୍ ହ୍ୟୁନ୍ (Friedrich von Huene) କରିଥିଲେ । ଯଦିଓ ପ୍ରଥମେ ଏହାକୁ ଏକ coelurosaur ବା ଏକ ceratosaur ଭାବେ ବିଭକ୍ତ କରାଯାଇଥିଲା, ଏକ ନୂଆ ଅଧ୍ୟୟନ ଅନୁସାରେ ମିଳିଥିବା fossil specimenରୁ ଏହାକୁ Archosauria ଅପେକ୍ଷା ଅଧିକ କିଛି ସ୍ପଷ୍ଟ ଭାବେ କହିବା ଯଥେଷ୍ଟ ନୁହେଁ । Rauhut ଓ Hungerbuhler, ୨୦୦୦ ମସିହାରେ ଏହାକୁ ଏକ indeterminate (ସଠିକ ବିଭକ୍ତିକରଣ ହୋଇନାହିଁ) ଭାବେ ଦର୍ଶାଇଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ Rauhut, O. W., and Hungerbühler, A. (2000). "A review of European Triassic theropods." Gaia, 15: 75-88.