Jump to content

ଅଶୋକ କୁମାର ସାମନ୍ତରାୟ

ଉଇକିପିଡ଼ିଆ‌ରୁ
(Ashoke Kumar Samantarayରୁ ଲେଉଟି ଆସିଛି)

ଅଶୋକ କୁମାର ସାମନ୍ତରାୟ (ଜନ୍ମ:୨୦ ଫେବୃଆରୀ ୧୯୪୬) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[]

ଜଷ୍ଟିସ୍‌ ସାମନ୍ତରାୟ ୨୦ ଫେବୃଆରୀ ୧୯୪୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ନସିପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୧ ରେ ସେ ମାଟ୍ରିକ୍ ପରୀକ୍ଷା ଉତ୍ତୀର୍ଣ୍ଣ କରିଥିଲେ । ମଧୁସୂଦନ ଆଇନ କଲେଜ୍, କଟକରୁ LL.B. ଡିଗ୍ରୀ ହସଲ କରି ୧୯୬୮ ରେ ଆଇନ ପେଶାରେ ଯୋଗ ଦେଇଥିଲେ । ୩ ନଭେମ୍ବର ୧୯୭୧ ରେ ବାଲେଶ୍ୱରରେ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଭାବରେ ଯୋଗ ଦେଇଥିଲେ ।

ପଦୋନ୍ନତି ପାଇ ସେ ୨୯ ସେପ୍ଟେମ୍ବର ୨୦୦୪ ରୁ ୧୯ ଫେବୃଆରୀ ୨୦୦୮ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ ।[] ଅବସର ପରେ ସେ କିଛିଦିନ ପାଇଁ ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗର ଅଧ୍ୟକ୍ଷ ମଧ୍ୟ ଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-26.
  2. "Panel chief moves court". telegraphindia.com. Retrieved 26 January 2025.