ଅରବିନ୍ଦ ବେଗଦା
ଅରବିନ୍ଦ ବେଗଦା | |
|---|---|
| ଜନ୍ମ | |
| ଜାତୀୟତା | ଭାରତୀୟ |
| ବୃତ୍ତିସମୂହ |
|
| ପ୍ରସିଦ୍ଧି | ଗୁଜରାଟୀ ଲୋକଗୀତ |
| ବୈବାହିକ-ସାଥୀ | ଆରତୀ ବେଗଦା |
ଅରବିନ୍ଦ ବେଗଦା ଜଣେ ଭାରତୀୟ ଗୁଜରାଟୀ ଲୋକଗୀତ ଗାୟକ ।[୧] ସେ ୨୦୧୫ ମସିହାରେ, ରିଆଲିଟି ଟେଲିଭିଜନ ଶୋ ବିଗ୍ ବସ୍ ୯ରେ ପ୍ରତିଯୋଗୀ ଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଅରବିନ୍ଦ ବେଗଦା ୧୯୭୪ ମସିହାର ଅକ୍ଟୋବର ୫ ତାରିଖରେ, ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ । ସେ ବିଦ୍ୟାନଗର ହାଇସ୍କୁଲରୁ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଶେଷ କରିଥିଲେ । ସେ ଡ୍ରାମାରେ ଡିପ୍ଲୋମାରେ ଯୋଗ ଦେଇଥିଲେ କିନ୍ତୁ ବାଣିଜ୍ୟ ପଢ଼ିବା ପାଇଁ ଏହାକୁ ଛାଡ଼ି ଦେଇଥିଲେ । ନବଗୁଜରାଟ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ଏକ ଏୟାର କଣ୍ଡିସନିଂ ଫାର୍ମର ମାର୍କେଟିଂ ଏଜେଣ୍ଟ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ମାର୍କେଟିଂରେ ବାର ବର୍ଷ କାମ କରିବା ପରେ ସେ ଇଣ୍ଡିଆନ୍ ସୋସାଇଟି ଅଫ୍ ହିଟିଂ ଆଣ୍ଡ୍ ରେଫ୍ରିଜରେଟିଭ୍ ଏୟାର-କଣ୍ଡିସନିଂ ଇଞ୍ଜିନିୟର୍ସର ଅହମ୍ମଦାବାଦ ଚାପ୍ଟରର ସଭାପତି ଭାବେ ନିଯୁକ୍ତ ହୋଇଥିଲେ ।[୨]
ପେଷା
[ସମ୍ପାଦନା]ଅରବିନ୍ଦ ବେଗଦାଙ୍କର ସଙ୍ଗୀତରେ କୌଣସି ଆନୁଷ୍ଠାନିକ ତାଲିମ ନାହିଁ । ସେ ନରେନ୍ଦ୍ର ରାଓଙ୍କ ଅଧୀନରେ ହାର୍ମୋନିୟମ ଶିଖିବା ଆରମ୍ଭ କରିଥିଲେ ଏବଂ ପରେ ୨୦୦୨ ମସିହାରେ ଏକ ଅର୍କେଷ୍ଟ୍ରା ଗଠନ କରିଥିଲେ । ସେମାନେ ନବରାତ୍ରୀ ସମୟରେ, ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରିବା ଆରମ୍ଭ କରିଥିଲେ। ୨୦୦୬ ମସିହାରେ, ମଣିରାଜ ବାରୋଟଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କୁ ଅହମ୍ମଦାବାଦର ନବରାତ୍ରୀ ଗର୍ବାରେ ନୃତ୍ୟ ପରିବେଷଣ କରିବାକୁ ନିମନ୍ତ୍ରଣ କରାଯାଇଥିଲା, ଯେଉଁଠାରେ ସେ ପ୍ରଥମ ଥର ପାଇଁ ତାଙ୍କର ଗୀତ 'ଭାଇ ଭାଇ' ପରିବେଷଣ କରିଥିଲେ ।[୨]
ତାଙ୍କର ସବୁଠାରୁ ଲୋକପ୍ରିୟ ଟ୍ରାକ୍, "ଭାଇ ଭାଇ" ତାଙ୍କୁ ଲୋକପ୍ରିୟତା ଦେଇଥିଲା । ଏହି ଗୀତଟିକୁ ୟୁ-ଟ୍ୟୁବ୍ରେ ୧ ନିୟୁତରୁ ଅଧିକ ଲୋକ ଦେଖିଛନ୍ତି ।[୩][୨][୪] ଭାଲା ମୋରି ରାମା (୨୦୧୧) ସମେତ ତାଙ୍କର ସଙ୍ଗୀତ ଆଲବମ୍ର ଅଧା ନିୟୁତରୁ ଅଧିକ କପି ବିକ୍ରି ହୋଇଛି । ୨୦୧୨ ମସିହାରେ, ଗୁଜରାଟ ନିର୍ବାଚନ ପ୍ରଚାର ପାଇଁ ଭାରତୀୟ ଜନତା ପାର୍ଟି ତାଙ୍କୁ ମଧ୍ୟ ସାମିଲ କରିଥିଲା ।[୧][୨]
୨୦୧୫ ମସିହାରେ, ସେ ଭାରତୀୟ ରିଆଲିଟି ଟେଲିଭିଜନ୍ ଶୋ' ବିଗ୍ ବସ୍ ୯ରେ ଜଣେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ।[୫][୬][୭][୮] ୨୦୧୬ ମସିହାରେ, ସେ ହିନ୍ଦୀ କଥାଚିତ୍ର ଫ୍ୟାନ୍ର "ଜବ୍ରା ଫ୍ୟାନ୍" ଗୀତର ଏକ ପ୍ରମୋସନାଲ୍ ଗୁଜରାଟୀ ସଂସ୍କରଣ ଗାଇଥିଲେ ।[୯]
ଦୂରଦର୍ଶନ
[ସମ୍ପାଦନା]| ବର୍ଷ | କାର୍ଯ୍ୟକ୍ରମ | ଭୂମିକା | ଚ୍ୟାନେଲ୍ | ମନ୍ତବ୍ୟ | ଆଧାର |
|---|---|---|---|---|---|
| ୨୦୧୫ | ବିଗ୍ ବସ୍ ୯ | ପ୍ରତିଯୋଗୀ | କଲର୍ସ ଟିଭି | ପ୍ରଥମ ଦିନରେ ପ୍ରବେଶ ଓ ୨୦ଶ ଦିନରେ ପ୍ରସ୍ଥାନ | [୮] |
କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
|---|---|---|---|---|
| ୨୦୨୨ | ବାଗଡ଼ବିଲ୍ଲା | ଚନ୍ଦୁ | ଗୁଜରାଟୀ କଥାଚିତ୍ର | 10 |
| ୨୦୨୪ | ବବ୍ଲି ବିନ୍ଦାସ୍ | [୧୦] | ||
| ୨୦୨୫ | ଛୁଟାଛେଡା | [୧୧] |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Bigg Boss Contestant No 14 Arvind Vegda – IndiaTV News". India TV News. 11 October 2015. Retrieved 15 November 2015.
- ↑ ୨.୦ ୨.୧ ୨.୨ ୨.୩ Adhyaru-Majithia, Priya (3 March 2013). "Oppa Bhai-Bhai Style!: Funny, Flamboyant and Famous, That Is Arvind Vegda for You. Credited with Bringing Together Various Folk Tunes of Gujarat and Helping Rediscover Others, Vegda Tells Priya Adhyaru-Majithia How He Earned the Title of King of Desi Rock N' Roll". DNA. Archived from the original on 10 April 2016. Retrieved 5 January 2016 – via HighBeam Research.
- ↑ Archived at Ghostarchive and the Wayback Machine: Bhala Mori Rama Bhai Bhai | ARVIND VEGDA | Original Composer | BHAI BHAI – via YouTube.
- ↑ "Samarjitsinh Renews BJP Membership in Baroda: Bhai Bhai Singer Arvind Vegda, Many Sadhus Also Join Saffron Party". DNA. 15 November 2014. Archived from the original on 5 May 2016. Retrieved 5 January 2016 – via HighBeam Research.
- ↑ "Bigg Boss 9: Arvind Vegda accuses Salman Khan and Colors of rigging votes!". dna. 4 November 2015. Retrieved 15 November 2015.
- ↑ "Arvind Vegda Eliminated in Big Boss 9 Double Eviction". The New Indian Express. Archived from the original on 17 November 2015. Retrieved 15 November 2015.
- ↑ "Arvind Vegda evicted from Bigg Boss house, who'll be next?". Hindustan Times. Retrieved 15 November 2015.
- ↑ ୮.୦ ୮.୧ "Arvind Vegda in Bigg Boss 9 Double Trouble". The Times of India. 13 October 2015. Retrieved 15 November 2015.
- ↑ "Arvind Vegda: I am thrilled to be associated with Shah Rukh Khan's Fan". 2016-02-25. Retrieved 2016-03-30.
- ↑ [୧]
- ↑ "ChhutachedaUA". The Times of India. ISSN 0971-8257. Retrieved 2025-01-30.