Jump to content

ଆର୍ଟେସୁନେଟ/ପାଇରୋନାରିଡିନ

ଉଇକିପିଡ଼ିଆ‌ରୁ
(Artesunate/pyronaridineରୁ ଲେଉଟି ଆସିଛି)
ଆର୍ଟେସୁନେଟ/ପାଇରୋନାରିଡିନ
Combination of
ArtesunateAntimalarial
PyronaridineAntimalarial
Clinical data
Trade namesPyramax[]
SynonymsArtesunate/pyronaridine tetraphosphate[]
Routes of
administration
By mouth[]
ATC code

ଆର୍ଟେସୁନେଟ/ପାଇରୋନାରିଡିନ (ଇଂରାଜୀ ଭାଷାରେ Artesunate/pyronaridine, ଏକ ବିକ୍ରୟ ନାମ ପାଇରାମାକ୍ସ/ Pyramax) ଏକ ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ (fixed dose combination) ଯାହା ମ୍ୟାଲେରିଆ ରୋଗର ଚିକିତ୍ସାର ଚିକିତ୍ସାରେ ଦିଆଯାଏ ।[][] ଉଭୟ ପି ଫାଲସିପାରମ (P. falciparum)ପି ଭାଇଭାକ୍ସ (P. vivax) ଧରଣର ରୋଗ ନିମନ୍ତେ ଏହା ଦିଆଯାଏ ।[] ଆର୍ଟେସୁନେଟପାଇରୋନାରିଡିନ (pyronaridine) ଔଷଧ ଦ୍ୱୟକୁ ମିଶାଇ ଏହି ଔଷଧ ପ୍ରସ୍ତୁତ କରାଯାଇଛି ।[] ଏହି ଔଷଧକୁ ପାଟିରେ ଦିଆଯାଏ ।[]

ଶରୀର ଏହ ଔଷଧକୁ ସ‌ହନ କରିପାରେ ।[] ପାର୍ଶ ପ୍ରତିକ୍ରିୟରେ ମୁଣ୍ଡ ବିନ୍ଧା, ବାନ୍ତି (vomiting), ବା କାଶ (cough) ହୋଇପାରେ ।[] ସାଂଘାତିକ ଯକୃଟ ରୋଗ (liver disease) ରୋଗ ବା ବୃକ୍‌କ ରୋଗରେ en:kidney disease ଏହି ଔଷଧ ଦେବାକୁ ବାରଣ କରାଯାଏ ।[] ପ୍ରାକ୍ ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ ।[] କିନ୍ତୁ ମାତାର ପ୍ରାଣ ରକ୍ଷା ନିମନ୍ତେ ନିତାନ୍ତ ଆବଶ୍ୟକ ହେଲେ ଏହା ଦିଆଯାଇପାରେ ।[] ଦୁଇ ଔଷଧର କାର୍ଯ୍ୟବିଧି ପୃଥକ ଥାଏ ।[]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସନ ୨୦୧୦ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ କୋର୍ଷ ଡୋଜର କ୍ରୟ ମୂଲ୍ୟ ୨.୧୮ ଆମେରିକୀୟ ଡଲାର ।[]

  1. 1 2 3 4 5 6 7 "Application for inclusion in the WHO Model List of essential medicines" (PDF). WHO. Nov 2010. Retrieved 29 June 2017.
  2. 1 2 3 4 5 6 "Pyramax 180 mg/60 mg Film-coated tablet" (PDF). EMA. Archived from the original (PDF) on 14 December 2017. Retrieved 13 December 2017.
  3. 1 2 3 "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.