ଅର୍ଜୁନ ସାମଲ

ଉଇକିପିଡ଼ିଆ‌ରୁ
(Arjun Samalରୁ ଲେଉଟି ଆସିଛି)
ଅର୍ଜୁନ ସାମଲ
Born
ଅର୍ଜୁନ ସାମଲ

(1941-06-03)୩ ଜୁନ ୧୯୪୧
ବ୍ରାହ୍ମଣୀ, ଚିକଣା ପଞ୍ଚାୟତ, ଯାଜପୁର
Died୨୬ ଜାନୁଆରୀ ୨୦୧୯(2019-01-26) (ବୟସ ୭୭)
Cause of deathହୃଦ୍‌ରୋଗ
Nationality ଭାରତୀୟ
Known forଓଡ଼ିଆ ଗାୟକ
Spouseପ୍ରଭାବତୀ
Childrenଦେବାଶିଷ, ଶୁଭାଶିଷ, ସ୍ନେହାଶିଷ, ନିବେଦିତା, ଲୋପାମୁଦ୍ରା
Parentଭାଗବତ ସାମଲ
ଗେହ୍ଲମଣି ସାମଲ
Awardsଓଡ଼ିଶା ସଙ୍ଗୀତ ନାଟକ ଏକା‌ଡେମୀ ପୁରସ୍କାର

ଅର୍ଜୁନ ସାମଲ (୦୩ ଜୁନ ୧୯୪୧ - ୨୬ ଜାନୁଆରୀ ୨୦୧୯) ଜଣେ ଓଡ଼ିଆ ଗାୟକ ଥିଲେ । ସେ ୧୦୦୦ରୁ ଅଧିକ ଓଡ଼ିଆ ଭଜନ , ଜଣାଣ , ଛାନ୍ଦ , ଚମ୍ପୂ , ଶାସ୍ତ୍ରୀୟ ଓ ପଲ୍ଲୀ ଗୀତ ଗାଇଥିଲେ । ସୁନା ସଂସାର ଆଦି ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଚଦପଟ୍ଟ ଗାୟକ ଭାବରେ କାର୍ଯ୍ୟ କରିଥିଲେ ।[୧] ସେ ଓଡ଼ିଶା ସଙ୍ଗୀତ ନାଟକ ଏକା‌ଡେମୀର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୨] ବୃତ୍ତିରେ ସେ ଜଣେ ପ୍ରଶାସନିକ ଅଧିକାରୀ ଥିଲେ ।[୧]

ଅର୍ଜୁନ, ୧୯୪୧ ମସିହାରେ ଯାଜପୁର ଜିଲ୍ଲାର ଚିକଣା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀଗ୍ରାମଠାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ପିତା ଥିଲେ ସ୍ୱାଧୀନତା ସଂଗ୍ରାମୀ ଭାଗବତ ସାମଲ ଓ ମାତା ଗେହ୍ଲମଣି ସାମଲ । ୧୯୫୮ରେ ଭଦ୍ରକରେ ଅନୁଷ୍ଠିତ ନିଖିଳ ଓଡ଼ିଶା ସଙ୍ଗୀତ ସମାରୋହରେ ସେ ହିନ୍ଦୁସ୍ଥାନୀ ଓ ସୁଗମ ସଙ୍ଗୀତରେ ପ୍ରଥମ ହୋଇ ଲୋକଲୋଚନକୁ ଆସିଥିଲେ । "କିସ ମୁଁ ଲେଖିବି ଗୋଲାପ କଢ଼ି" ଥିଲା ତାଙ୍କର ପ୍ରଥମ ରେଡ଼ିଓ ଗୀତ । ପରେ ଆକାଶବାଣୀରୁ ଅନ୍ୟ କାର୍ଯ୍ୟକ୍ରମ ଯଥା ସଜଫୁଲ , ପଲ୍ଲୀଗୀତ, ରାଗମଂଜରୀ , ଅତସି କୁସୁମରେ ଗୀତ ଗାଇ ଲୋକାଦୃତ ହୋଇଥିଲେ । ସ୍ନାତକତ୍ତୋର ପାଠ ଉପରାନ୍ତେ, ସେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଅଧିକାରୀଭାବରେ କାର୍ଯ୍ୟ କରୁଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସଂଗୀତ ନାଟକ ଏକା‌ଡେମି ପୁରସ୍କାର
  • ଉତ୍କଳ ସାହିତ୍ୟ ସମାଜ ପୁରସ୍କାର
  • ଓଡ଼ିଆ ଗୀତିକବି ସମାଜ ସମ୍ମାନ
  • ବଳଭଦ୍ର ସମ୍ମାନ
  • କୈବଲ୍ୟକଣ୍ଠ ଉପାଧୀ (ପୁରୀର ଶ୍ରୀକ୍ଷେତ୍ର କଳା ପ୍ରକାଶନୀ ସଂସ୍ଥା ପକ୍ଷରୁ ପ୍ରଦତ୍ତ)[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ବିଶିଷ୍ଟ ଗାୟକ କୈବଲ୍ୟ କଣ୍ଠ ଅର୍ଜୁନ ଚରଣ ସାମଲଙ୍କ ପରଲୋକ". Sambad (in Odia). Bhubaneswar. 26 January 2019. Archived from the original on 28 January 2019. Retrieved 28 January 2019.{{cite news}}: CS1 maint: unrecognized language (link)
  2. "Arjun Charan Samal, eminent Odia singer, passes away at 77". www.pragativadi.com. Retrieved 28 January 2019.
  3. "ଆରପାରିରେ କଣ୍ଠଶିଳ୍ପୀ ଅର୍ଜୁନ ସାମଲ". No. ଧରିତ୍ରୀ ୨୮/୦୧/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. Retrieved 28 January 2019.
  4. "ପରଲୋକରେ ଅର୍ଜୁନ ସାମଲ". Retrieved 28 January 2019.[permanent dead link]

ବାହାର ଆଧାର[ସମ୍ପାଦନା]