Jump to content

ଆରିପିପ୍ରାଜଲ

ଉଇକିପିଡ଼ିଆ‌ରୁ
(Aripiprazoleରୁ ଲେଉଟି ଆସିଛି)
ଆରିପିପ୍ରାଜଲ
Structural formula of aripiprazole
Ball-and-stick model of the aripiprazole molecule
Clinical data
Pronunciation/ˌrɪˈpɪprəzl/
AIR-i-PIP-rə-zohl
Abilify /əˈbɪlɪf/
ə-BIL-i-fy
Trade namesAbilify, others
AHFS/Drugs.commonograph
MedlinePlusa603012
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth (tablets, dissolving tablets, solution); IM (including a depot)
    ATC code
    Legal status
    Legal status
    Pharmacokinetic data
    Bioavailability87%[][][]
    Protein binding>99%[][][]
    MetabolismLiver (mostly via CYP3A4 and 2D6[][][])
    Elimination half-life75 hours (active metabolite is 94 hours)[][][]
    ExcretionRenal (27%; <1% unchanged), Faecal (60%; 18% unchanged)[][][]
    Identifiers
    • 7-{4-[4-(2,3-Dichlorophenyl)piperazin-1-yl]butoxy}-3,4-dihydroquinolin-2(1H)-one
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.112.532 Edit this at Wikidata
    Chemical and physical data
    FormulaC23H27Cl2N3O2
    Molar mass448.385 g/mol
    3D model (JSmol)
    • Clc4cccc(N3CCN(CCCCOc2ccc1c(NC(=O)CC1)c2)CC3)c4Cl
    • InChI=1S/C23H27Cl2N3O2/c24-19-4-3-5-21(23(19)25)28-13-11-27(12-14-28)10-1-2-15-30-18-8-6-17-7-9-22(29)26-20(17)16-18/h3-6,8,16H,1-2,7,9-15H2,(H,26,29) checkY
    • Key:CEUORZQYGODEFX-UHFFFAOYSA-N checkY
     ☒NcheckY (what is this?)  (verify)

    ଆରିପିପ୍ରାଜଲ (ଇଂରାଜୀ ଭାଷାରେ Aripiprazole, ଏକ ବିକ୍ରୟ ନାମ ଆବିଲିଫାଇ/ Abilify) ଏକ ଅସ୍ୱାଭାବିକ ମନୋବିକାର ପ୍ରତିରୋଧୀ (atypical antipsychotic) ଔଷଧ । [] ସାଧାରଣତଃ ଏହା ସିଜୋଫ୍ରେନିଆବାଇପୋଲାର ଡିଜଅଡର ରୋଗର ଚିକିତ୍ସାରେ ଦିଆଯାଏ ।[] ପ୍ରମୁଖ ଅବସାଦ ବେମାରୀ, ଟିଙ୍କ ବେମାରୀ (tic disorders), ଓ ଅଟିଜିମ୍‌ ସ‌ହିତ ଚିଡ଼ଚିଡ଼ା ସ୍ୱଭାବ ଥବା ରୋଗମାନଙ୍କରେ ଅନ୍ୟ ଔଷଧ ସ‌ହିତ ଦିଆଯାଏ ।[] କକ୍ରେନ ଅନୁଶୀଳନ ଅନୁସାରେ (Cochrane review) ସିଜୋଫ୍ରେନିଆ ଉପରେ ଏହାର ପ୍ରଭାବ ଯଥେଷ୍ଟ ନୁହେଁ ।[] ଅଧିକନ୍ତୁ ଏହି ଅନୁଶୀଳନରେ ଅନେକ ବ୍ୟକ୍ତି ତ୍ୟାଗ କରିବା ଯୋଗୁ ସିଦ୍ଧାନ୍ତ ଅତି କମ୍ ହୋଇଥିଲା । [] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[]

    ଆରିପିପ୍ରାଜଲର ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ, ନିଦ୍ରାଳୁ, ମୁଣ୍ଡ ଓଜନିଆ, ଓଜନ ବୃଦ୍ଧି (weight gain) ଓ ଚଳପ୍ରଚଳ ଅସୁବିଧା (movement disorders) ହୋଇପାରେ ।[] ସାଂଘାତିକ ପ୍ରତିକ୍ରିୟାରେ ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome), ଟାର୍ଡ଼ିଭ ଡିସକାଇନେସିଆ (tardive dyskinesia) ଓ ଆନାଫାଇଲାକ୍ସିସ (anaphylaxis) ହୋଇପାରେ ।[] ବୟସ୍କ ଲୋକଙ୍କର ମୃତ୍ୟୁ ସଙ୍କଟ ଅଧିକ ରହେ ଓ ଡିମେନ୍ସିଆ (dementia) ଯୋଗୁ ଥିବା ସାଇକୋସିସ ରୋଗରେ ଦିଆଯାଏ ନାହିଁ ।[] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିବା ସମ୍ଭାବନା ଥାଏ ।[][] ସ୍ତନ୍ୟପାନ (breastfeeding) କରାଉଥିବା ମହିଳାଙ୍କୁ ଏହା ଦିଆଯାଏ ନାହିଁ ।[] ଅଠର ବର୍ଷ ବୟସରୁ କମ୍ ଥିବା ପିଲାଙ୍କ ଉପରେ ଉତ୍ତମ ରୂପେ ଅନୁଶୀଳନ ହୋଇନାହିଁ ।[] ଏହାର ସଠିକ୍ କାର୍ଯ୍ୟବିଧି ଅଜ୍ଞାତ ଥିଲେ ମଧ୍ୟ ଡୋପାମିନ୍ସେରୋଟୋନିନ (serotonin) ଉପରେ ପ୍ରଭାବ ଥିବା ସମ୍ଭବ ହୋଇପାରେ ।[]

    ଆରିପିପ୍ରାଜଲ ସନ ୨୦୦୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ‌ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ସନ ୨୦୧୯ରେ ଏହାର ଏକ ମାସ ପିଛା ପ୍ରାୟ ୨.୭୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୦ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୧୩୧ତମ ସ୍ଥାନ ଗ୍ରହଣ କରିଥିଲା ।[] ଓଟସୁକା ଫର୍ମାସିଉଟିକାଲର (Otsuka Pharmaceutical) ବୈଜ୍ଞାନିକମାନଙ୍କଦ୍ୱାରା ଆରିପିପ୍ରାଜଲ ଔଷଧ ଆବିଷ୍କାର କରାଯାଇଥିଲା ।[୧୦]

    1. 1 2 3 4 5 "ABILIFY (aripiprazole) tablet ABILIFY (aripiprazole) solution ABILIFY DISCMELT (aripiprazole) tablet, orally disintegrating ABILIFY (aripiprazole) injection, solution [Otsuka America Pharmaceutical, Inc.]". DailyMed. Otsuka America Pharmaceutical, Inc. April 2013. Retrieved 22 October 2013.
    2. 1 2 3 4 5 "Abilify Tablets, Orodispersible Tablets, Oral Solution - Summary of Product Characteristics (SPC)". electronic Medicines Compendium. Otsuka Pharmaceuticals (UK) Ltd. 20 September 2013. Archived from the original on 4 March 2016. Retrieved 22 October 2013.
    3. 1 2 3 4 5 "ANNEX I SUMMARY OF PRODUCT CHARACTERISTICS" (PDF). European Medicines Agency. Otsuka Pharmaceutical Europe Ltd. Archived from the original (PDF) on 23 October 2013. Retrieved 22 October 2013.
    4. 1 2 3 4 5 6 7 8 9 10 11 12 "Aripiprazole, ARIPiprazole Lauroxil Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 26 February 2019.
    5. 1 2 Belgamwar RB, El-Sayeh HG (August 2011). "Aripiprazole versus placebo for schizophrenia". The Cochrane Database of Systematic Reviews (8): CD006622. doi:10.1002/14651858.CD006622.pub2. PMC 3329998. PMID 21833956.
    6. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
    7. 1 2 British national formulary : BNF 76 (76 ed.). Pharmaceutical Press. 2018. p. 392. ISBN 9780857113382.
    8. "NADAC as of 2019-02-20". Centers for Medicare and Medicaid Services (in ଇଂରାଜୀ). Archived from the original on 2019-02-26. Retrieved 26 February 2019.
    9. "The Top 300 of 2019". clincalc.com. Retrieved 22 December 2018.
    10. "Aripiprazole". AdisInsight. Retrieved 4 June 2017.

    ବାହ୍ୟ ଲିଙ୍କ

    [ସମ୍ପାଦନା]