ଅପୁ ବିଶ୍ୱାସ

ଉଇକିପିଡ଼ିଆ‌ରୁ
(Apu Biswasରୁ ଲେଉଟି ଆସିଛି)
ଅପୁ ବିଶ୍ୱାସ
୨୦୧୭ରେ ଅପୁ
ଜନ୍ମ
ଅବନ୍ତି ବିଶ୍ୱାସ

(1989-10-11) ୧୧ ଅକ୍ଟୋବର ୧୯୮୯ (ବୟସ ୩୪)[ଆଧାର ଲୋଡ଼ା]
ବୋଗ୍ରା ଜିଲ୍ଲା
ଅନ୍ୟ ନାମଅପୁ ଇସ୍‌ଲାମ୍ ଖାନ୍
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ
ସକ୍ରିୟ ବର୍ଷ୨୦୦୬–ଏବେଯାଏଁ
ବୈବାହିକ-ସାଥୀ
ଶକିବ ଖାନ୍]]
(m. ୨୦୦୮)
[୧][୨][୩][୪]
ସନ୍ତାନଆବ୍ରାମ ଖାନ୍ ଜୟ
ପିତାମାତା(s)ଉପେନ୍ଦ୍ରନାଥ ବିଶ୍ୱାସ (ବାପା)
ଶେଫାଳୀ ବିଶ୍ୱାସ (ମାଆ)

ଅପୁ ବିଶ୍ୱାସ (ଜନ୍ମ: (1983-10-11)ଅକ୍ଟୋବର ୧୧, ୧୯୮୩


ଜନ୍ମସ୍ଥାନ
ବୋଗ୍ରା ଜିଲ୍ଲା, ବଙ୍ଗଳାଦେଶ; ଜନ୍ମନାମ: ଅବନ୍ତି ବିଶ୍ୱାସ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ ।[୫] ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ୨୦୦୫ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା କାଲ୍ ସକଳେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଅମଜାଦ ହୁସେନ । ଏହାପରେ ୨୦୦୬ ମସିହାରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ । ଅଭିନେତା ଶକିବ ଖାନ୍‌ଙ୍କ ସହ କୋଟୀ ଠାକର କବିନ୍‌ କଥାଚିତ୍ରରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ, ଯାହର ନିର୍ଦ୍ଦେଶନା ଦେଇଥିଲେ ଏଫ୍‌.ଆଇ. ମାଣିକ୍ । ଅପୁ ପ୍ରାୟ ଅଧିକାଂଶ ଚଳଚ୍ଚିତ୍ର ଶକିବ ଖାନ୍‌ଙ୍କ ସ‌ହ କରିଛନ୍ତି ଏବଂ ୨୦୦୮ରେ ତାଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅପୁ ବିଶ୍ୱାସ ୧୧ ଅକ୍ଟୋବର ୧୯୮୩ରେ ବଙ୍ଗଳାଦେଶର ବୋଗ୍ର ଜିଲ୍ଲାରେ ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ଉପେନ୍ଦ୍ରନାଥ ବିଶ୍ୱାସ ଓ ମାଆ ଶେଫାଳୀ ବିଶ୍ୱାସ । ଅପୁ ତାଙ୍କର ପିଲାଦିନରୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଶିଳ୍ପକଳା ଆକାଡେମୀରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ତାଙ୍କର ପିତାମାତା ତାଙ୍କୁ ରଙ୍ଗୀନ ଦୁନିଆରେ କାମ କରିବା ପାଇଁ ପ୍ରେରଣା ଦେଇଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

୨୦୦୫ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ, ମାତ୍ର ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଅମଜାଦ ହୁସେନଙ୍କ ନିର୍ଦ୍ଦେଶିତ କାଲ୍ ସକଳେରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିନଥିଲେ । ସେ ୨୦୦୬ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଜଣେ ମୁଖ୍ୟ ନାୟିକା ଭାବରେ ଅଭିନେତା ଶକିବ ଖାନ୍‌ଙ୍କ ସହ କୋଟୀ ଠାକର କବିନ୍‌ କଥାଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଅପୁଙ୍କର ଅଭିନୟକୁ ସଭିଏଁ ପସନ୍ଦ କରିଥିଲେ ଏବଂ ଧାଲ୍ଲିଉଡ୍‌ରେ ତାଙ୍କୁ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଭାବରେ ଗଣାଗଲା । ତାଙ୍କ ଅଭିନୀତ ଅଧିକାଂଶ କଥାଚିତ୍ରରେ ସେ ଶକିବ ଖାନ୍‌ଙ୍କ ସ‌ହ ଅଭିନୟ କରିଛନ୍ତି । ଏହି ଯୋଡ଼ି ବଙ୍ଗଳାଦେଶର କଥାଚିତ୍ର ଜଗତରେ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଅନ୍ୟତମ । ୨୦୧୩ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଦେବଦାସର ପୁନଃନିର୍ମାଣ କରାଗଲା ଏବଂ ସେଥିରେ ସେ ପାର୍ବତୀ ଭୂମିକାରେ ଅଭିନୟ କରିଥିଲେ ।[୬] ୨୦୧୩ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ବଙ୍ଗଳାଦେଶୀ କଥାଚିତ୍ର ମାଇଁ ନେମ୍ ଇଜ୍ ଖାନ୍ ବକ୍ସ ଅଫିସ୍‌ରେ ସଫଳ ବ୍ୟବସାୟ କରିଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୨୦୦୮ ମସିହାରେ ଅପୁ ବିଶ୍ୱାସ ବଙ୍ଗଳାଦେଶୀ ଅଭିନେତା ଶକିବ ଖାନ୍‌ଙ୍କୁ ବିବାହ କରିଥିଲେ । ସେହିବର୍ଷ ସେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କର ନାମ ଅପୁ ବିଶ୍ୱାସରୁ ଅପୁ ଇସ୍‌ଲାମ୍ ବିଶ୍ୱାସକୁ ବଦଳାଇଦେଇଥିଲେ । ଏହି ଦମ୍ପତିଙ୍କର ଗୋଟିଏ ଆବ୍‌ରାମ୍ ଖାନ୍ ନାମକ ଏକ ପୁଅ ଅଛି, ଯିଏକି ୨୭ ସେପ୍ଟେମ୍ବର ୨୦୧୬ରେ କଲିକତାଠାରେ ଜନ୍ମଗ୍ରହଣ କରିଥିଲେ ।[୭][୮] ଅପୁ ତାଙ୍କର ବିବାହ ଏବଂ ପିଲା ବିଷୟରେ ସର୍ବସାଧାରଣରେ କୌଣସି ତଥ୍ୟ ପ୍ରକାଶ କରିନଥିଲେ । ୧୦ ଅପ୍ରେଲ ୨୦୧୭ରେ ସେ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ତାଙ୍କ ପୁଅ ସ‌ହ ଏକ ସାକ୍ଷାତକାର ଦେଇଥିଲେ ଏବଂ ସେତେବେଳେ ତାଙ୍କ ବିବାହ ବିଷୟରେ ସର୍ବସାଧାରଣରେ ସ୍ୱୀକାର କରିଥିଲେ ।[୯]

ଶକିବ ଖାନ୍ ୨୨ ନଭେମ୍ବର ୨୦୧୭ରେ ଅପୁଙ୍କୁ ଛାଡ଼ପତ୍ର ଦେବାକୁ ଆବେଦନ କରିଥିଲେ[୧୦] ଏବଂ ୨୨ ଫେବୃଆରୀ ୨୦୧୮ରେ ତାଙ୍କ ଅବେଦନକୁ ଛାଡ଼ପତ୍ରକୁ ସ୍ୱୀକୃତି ମିଳିଥିଲା ଏବଂ ଉଭୟ ଦମ୍ପତି ଅଲଗା ହୋଇଯାଇଥିଲେ ।[୧୧]

ଆଧାର[ସମ୍ପାଦନା]

  1. "I married Shakib Khan in 2008". thedailystar.net. Retrieved 2017-12-08.
  2. "Shakib and I have a son: Apu Biswas". prothom-alo.com. Archived from the original on 2017-12-12. Retrieved 2017-12-08.
  3. "Shakib sends divorce letter to Apu". 4 December 2017. Retrieved 8 December 2017.
  4. "Shakib sends Apu divorce notice". prothom-alo.com. Archived from the original on 2017-12-09. Retrieved 2017-12-08.
  5. "Quiet birthday for Apu Biswas!". The Daily Star. Retrieved 11 November 2017.
  6. "Devdas 'finaliy' gets release on Friday". New Age. 13 February 2013. Archived from the original on 2 November 2013. Retrieved 5 April 2013.
  7. "Will accept my son, not Apu: Shakib Khan". The Daily Star (in ଇଂରାଜୀ). 10 April 2017. Retrieved 26 April 2018.
  8. "Apu Biswas Biography". Biography Wiki.
  9. "Rumours of Shakib - Apu divorce in the air | Dhaka Tribune". dhakatribune.com. 11 November 2017. Retrieved 26 April 2018.
  10. Rudrakkha, Rudra (7 December 2017). "Apu desperate to save marriage with co-star Shakib for their son -bdnews24.com". bdnews24.com. Retrieved 26 April 2018.
  11. "আর বিয়ে করবেন না অপু বিশ্বাস". The Bangladesh Daily (in ଆମେରିକୀୟ ଇଂରାଜୀ). Archived from the original on 2020-04-08. Retrieved 2018-04-18.

ବାହାର ଆଧାର[ସମ୍ପାଦନା]