Jump to content

ଅନୁ ଗର୍ଗ

ଉଇକିପିଡ଼ିଆ‌ରୁ
(Anu Garg (civil servant)ରୁ ଲେଉଟି ଆସିଛି)
ଅନୁ ଗର୍ଗ
ଜନ୍ମ୧ ମାର୍ଚ୍ଚ ୧୯୬୯
ଲକ୍ଷ୍ନୌ, ଉତ୍ତର ପ୍ରଦେଶ
ଜାତୀୟତାଭାରତୀୟ
ବୃତ୍ତିଭାରତୀୟ ପ୍ରଶାସନିକ ସେବା ଅଧିକାରୀ
ପ୍ରସିଦ୍ଧିଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ
ପୁରସ୍କାରJohn C. Hume Award for Global health excellence

ଅନୁ ଗର୍ଗ ୧୯୯୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଜଣେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ତଥା ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ[] ଅନୁ ଗର୍ଗଙ୍କୁ ୨୪ ଡିସେମ୍ବର ୨୦୨୫ ରେ ସରକାରୀ ଅଧିସୂଚନା ମାଧ୍ୟମରେ ଓଡ଼ିଶାର ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଥିଲା । ତେବେ, ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ପରେ ୧ ଜାନୁଆରୀ ୨୦୨୬ ରୁ ଆଧିକାରିକ ଭାବେ ସେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।[][][]

ଶିକ୍ଷାଗତ ପୃଷ୍ଠଭୂମି

[ସମ୍ପାଦନା]

୧୯୬୯ ମାର୍ଚ୍ଚ ୧ରେ ଉତ୍ତର ପ୍ରଦେଶଲକ୍ଷ୍ନୌରେ ସେ ଜନ୍ମଗ୍ରହଣ କରିଥିଲେ । ଦିଲ୍ଲୀ ୟୁନିଭର୍ସିଟି ଅଧୀନସ୍ଥ ଲେଡି ଶ୍ରୀରାମ କଲେଜରୁ ମନୋବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଲକ୍ଷ୍ନୌ ୟୁନିଭର୍ସିଟିରୁ ସମାଜଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ । ଏହା ବ୍ୟତୀତ ସେ ଯୁକ୍ତରାଷ୍ଟ୍ରର ବାଲ୍ଟିମୋର୍ ସ୍ଥିତ ପ୍ରତିଷ୍ଠିତ ଜନ୍ସ ହପ୍କିନ୍ସ ବ୍ଲୁମବର୍ଗ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥରୁ ଜନସ୍ୱାସ୍ଥ୍ୟରେ ସ୍ନାତକୋତ୍ତର (ମାଷ୍ଟର୍ ଅଫ୍ ପବ୍ଲିକ୍ ହେଲ୍ଥ) ଡିଗ୍ରୀ ମଧ୍ୟ ଲାଭ କରିଛନ୍ତି ।[]

ପ୍ରଶାସନିକ ଜୀବନ

[ସମ୍ପାଦନା]

ଓଡ଼ିଶାର ମୁଖ୍ୟ ସଚିବ ଭାବେ ତାଙ୍କ ନିଯୁକ୍ତି ପୂର୍ବରୁ, ଅନୁ ଗର୍ଗ ତାଙ୍କ ସେବାଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ଗର୍ଗ ତାଙ୍କ ପ୍ରଶାସନିକ କାର୍ଯ୍ୟଜୀବନର ଆରମ୍ଭ ୩୦ ଅଗଷ୍ଟ ୧୯୯୩ ରୁ ୧ ଜୁଲାଇ ୧୯୯୫ ପର୍ଯ୍ୟନ୍ତ ତତକାଳୀନ ଝାରସୁଗୁଡ଼ା ସବଡିଭିଜନର ଉପଜିଲ୍ଲାପାଳ (ସବ୍-କଲେକ୍ଟର) ଭାବେ କରିଥିଲେ। ୧୯୯୨ ରୁ ୨୦୦୩ ପର୍ଯ୍ୟନ୍ତ ସେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଉପବିଭାଗୀୟ ମାଜିଷ୍ଟ୍ରେଟ୍, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶାରେ ସେ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର କମିଶନର-ତଥା-ସଚିବ, ମହିଳା ଓ ଶିଶୁ ବିକାଶ ଏବଂ ଶ୍ରମ ବିଭାଗର ପ୍ରଧାନ ସଚିବ, ଏବଂ ଶେଷରେ ଜଳସମ୍ପଦ ଓ ପ୍ରୟୋଜନା ଏବଂ ସମନ୍ୱୟ ବିଭାଗର ବିକାଶ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ । ପରେ ୧୯୯୬ ରୁ ୧୯୯୮ ମଧ୍ୟରେ ସେ ପଶ୍ଚିମ ଓଡ଼ିଶାର ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ସେବା ପ୍ରଦାନ କରିଥିଲେ। ସେ ୨୧ ଡିସେମ୍ବର ୧୯୯୮ ରୁ ୧୫ ଜୁନ ୨୦୦୦ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଓଡ଼ିଶାର ଉପ-ରେସିଡେଣ୍ଟ କମିଶନର ଭାବେ ମଧ୍ୟ ନିଯୁକ୍ତ ଥିଲେ।[]

ତାଙ୍କର କେନ୍ଦ୍ର ସରକାରୀ ସ୍ତରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅନୁଭବ ରହିଛି । ତାଙ୍କର ସବୁଠାରୁ ଉଲ୍ଲେଖନୀୟ କେନ୍ଦ୍ରୀୟ ନିଯୁକ୍ତି ହେଲା ୧୦ ନଭେମ୍ବର ୨୦୧୨ ରୁ ୨୨ ଏପ୍ରିଲ ୨୦୧୫ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ରେ ସଂଯୁକ୍ତ ସଚିବ ଭାବେ ସେବା । ଏହା ପୂର୍ବରୁ ସେ ବସ୍ତ୍ର ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରଣାଳୟରେ ସଂଯୁକ୍ତ ସଚିବ ଭାବେ କାର୍ଯ୍ୟ କରିଥିଲେ ଏବଂ ୨୦୧୭ ମସିହାରେ ପୁନର୍ବାର ଓଡ଼ିଶା କ୍ୟାଡରକୁ ଫେରିଥିଲେ ।[][]

  1. "Anu Garg IAS, Age, Wikipedia, Biography, Current Posting, Hometown, Batch, Husband, Children, Family". timetalkes (in ଇଂରାଜୀ). 2025-12-25. Retrieved 2025-12-28.[permanent dead link]
  2. "Odisha Appoints Anu Garg as Chief Secretary, First Woman". Deccan Herald (in ଇଂରାଜୀ). Retrieved 2025-12-28.
  3. Jena, Dillip Kumar (2025-12-24). "ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି". https://odia.oneindia.com. Retrieved 2025-12-28. {{cite web}}: External link in |website= (help)
  4. Correspondent, Tathya (2025-12-31). "Anu Garg Takes CS Charge". Tathya (in ଆମେରିକୀୟ ଇଂରାଜୀ). Retrieved 2025-12-31.
  5. "IAS officer Anu Garg appointed Odisha chief secretary, first woman to hold post". Hindustan Times (in ଇଂରାଜୀ). 2025-12-24. Retrieved 2025-12-27.
  6. Service, Express News (2025-12-25). "Anu Garg to become Odisha's first woman chief secretary from January 1". The New Indian Express (in ଇଂରାଜୀ). Retrieved 2025-12-27.
  7. Dave (2025-12-24). "Anu Garg IAS Biography: Age, Husband, Background, Career, Personal Life And Appointmnet" (in ଆମେରିକୀୟ ଇଂରାଜୀ). Retrieved 2025-12-27.
  8. "Bureaucrat who had trust of both BJD and BJP govts, Anu Garg is Odisha's first woman chief secretary". The Indian Express (in ଇଂରାଜୀ). 2025-12-24. Retrieved 2025-12-27.