ଅବସାଦରୋଧୀ ବିରତି ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(Antidepressant discontinuation syndromeରୁ ଲେଉଟି ଆସିଛି)
ଅବସାଦରୋଧୀ ବିରତି ସିଣ୍ଡ୍ରୋମ(Antidepressant discontinuation syndrome)
Antidepressant withdrawal syndrome[୧]
ବିଭାଗମାନସିକ ରୋଗ ବିଜ୍ଞାନ (Psychiatry)
ଲକ୍ଷଣଶର୍ଦ୍ଦି-ଭଳି ଲକ୍ଷଣ (flu-like symptoms), ନିଦ୍ରା ସମସ୍ୟା, ଅଇ, ଶାରୀରିକ ନିୟନ୍ତ୍ରଣ ଅଭାବ, ସ୍ନାୟୁ ଗ୍ରହଣକାରୀ ଶକ୍ତି ଅଭାବ ଓ ଉଦ୍‌ବେଗ[୨]
ଆକ୍ରାନ୍ତ ସମୟ୩ ଦିନ ମଧ୍ୟରେ[୨]
ଅବଧିକିଛି ସପ୍ତାହରୁ କିଛି ମାସ [୩][୪]
କାରଣଅବସାଦରୋଧୀ ଔଷଧ antidepressant medication ବନ୍ଦ କଲେ ହୁଏ[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ [୨]
ସଠିକ ରୋଗ ନିର୍ଣ୍ଣୟଉଦ୍‌ବେଗ, ମାନିଆ (mania), ଷ୍ଟ୍ରୋକ[୨]
ପ୍ରତିକାରକ୍ରମଶଃ ଔଷଧ ମାତ୍ରା କମ୍ କରିବା [୨]
ପୁନଃପୌନିକହଠାତ୍ ଔଷଧ ବନ୍ଦ କଲେ ୨୦-୫୦%(with sudden stopping)[୩][୪]

ଅବସାଦରୋଧୀ ବିରତି ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Antidepressant discontinuation syndrome, ଅନ୍ୟ ନାମ antidepressant withdrawal syndrome) ବେମାରୀ ହୁଏ ଯେତେବେଳେ ଅବସାଦରୋଧୀ ବା ଆଣ୍ଟିଡିପ୍ରେସାଣ୍ଟ (antidepressant medication) ଔଷଧ ବନ୍ଦ, କମ୍ ପରିମାଣ ବା ବିରତି (discontinuation) କରାଯାଏ ।[୨] ଏହି ସିଣ୍ଡ୍ରୋମ ହେଲେ ଶର୍ଦ୍ଦି-ଭଳି ଲକ୍ଷଣ (flu-like symptoms), ନିଦ୍ରା ସମସ୍ୟା, ଅଇ, ଶାରୀରିକ ନିୟନ୍ତ୍ରଣ ଅଭାବ, ସ୍ନାୟୁ ଗ୍ରହଣକାରୀ ଶକ୍ତି ଅଭାବ ଓ ଉଦ୍‌ବେଗ ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୨][୩][୪] ସାଧାରଣତଃ ୩ ଦିନ ମଧ୍ୟରେ ଲକ୍ଷଣମାନ ଦେଖାଯାଏ ।[୨][୪] କ୍ୱଚିତ୍ ସାଇକୋସିସ ହେବା ଦେଖାଯାଏ ।[୨]

ସେରୋଟୋନିନ-ନନ୍ଏପିନେଫ୍ରିନ ରିଅପଟେକ ଇନହିବିଟର (serotonin–norepinephrine reuptake inhibitors/ SNRIs), ମୋନୋଆମିନୋ ଅକ୍ସିଡେଜ ଇନହିବିଟର (monoamine oxidase inhibitors/ MAOIs) ଓ ଟ୍ରାଇସାଇକ୍ଲିକ ଆଣ୍ଟିଡିପ୍ରେସାଣ୍ଟ (tricyclic antidepressants/ TCAs) ସ‌ହିତ ଯେ କୌଣସି ଅବସାଦରୋଧୀ ଔଷଧ ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର (selective serotonin re-uptake inhibitors|/ SSRIs) ଔଷଧର ବ୍ୟବ‌ହାର ରୋଗୀ ବନ୍ଦ କଲେ ଏହି ସିଣ୍ଡ୍ରୋମ ହୁଏ ।[୨][୩] ଏହି ସଙ୍କଟ ଅଧିକ ହୋଇଯାଏ ଯଦି ଦୀର୍ଘକାଳ ଧରି ଔଷଧ ବ୍ୟବ‌ହାର କରାଯାଉଥାଏ ଓ ସ୍ୱଳ୍ପ ହାଫ-ଲାଇଫ (half-life) ଥାଏ ।[୨] ଏହାର ଅନ୍ତର୍ନିହିତ କାରଣ ଅପର୍ଯ୍ୟନ୍ତ ଅଜ୍ଞାତ ଅଛି ।[୨] ଲକ୍ଷଣ ଅନୁଧ୍ୟାନ କରି ରୋଗ ନିର୍ଣ୍ଣୟ କରାଯାଇପାରେ । [୨]

ଅବସାଦଗ୍ରସ୍ତ ରୋଗୀ ଔଷଧ ମାତ୍ରା କମେଇବାକୁ 'ଲକ୍ଷଣ ଫେରିଆସିବା ବିପଦ' ଅଛି ଜାଣି ମଧ୍ୟ ଇଚ୍ଛାକଲେ ଧୀରେ ଧୀରେ କମେଇ ବନ୍ଦ କରିପାରିବେ ।[୨][୫][୪] ଏହି ରୋଗ ହେଲେ ପୁନର୍ବାର ଔଷଧ ଦେବା ଆରମ୍ଭ କରାଯାଏ ଓ ପରେ ଧୀରେ ଧୀରେ କମେଇଦିଆଯାଏ ।[୨] ଔଷଧ ବଦଳ କରି ଫ୍ଲୁଓକ୍ସେଟିନ ଭଳି ଦୀର୍ଘକାଳୀନ ପ୍ରଭାବକାରୀ ଔଷଧ ବ୍ୟବ‌ହାର କଲାପରେ ଧୀରେ ଧୀରେ ମାତ୍ରା କମେଇ ବନ୍ଦ କରିପାରିବେ ।[୫]

ଅବସାଦରୋଧୀ ଔଷଧ ବ୍ୟବ‌ହାର କରୁଥିବା ରୋଗୀ ହଠାତ୍ ଔଷଧ ବନ୍ଦ କରିଦେଲେ ତାଙ୍କ ମଧ୍ୟରୁ ପ୍ରାୟ ୨୦-୨୫% ରୋଗୀଙ୍କର ଏହି ରୋଗ ହୁଏ ।[୨][୩][୪] ସାଧାରଣତଃ ଏହା ଏକ ସାଂଘାତିକ ରୋଗ ନୁହେଁ,[୨] କିନ୍ତୁ ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ରୋଗୀ ଏହାକୁ ସାଂଘାତିକ ଭାବରେ ବର୍ଣ୍ଣନା କରନ୍ତି ।[୪] କେତେକ ରୋଗୀଙ୍କୁ ଏତେ ସାଂଘାତିକ ଜଣାଯାଏ ଯେ ସେମାନେ ଆଉଥରେ ଅବସାଦରୋଧୀ ଔଷଧ ନେବା ଆରମ୍ଭ କରିଦିଅନ୍ତି ।[୪]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "[112] Antidepressant Withdrawal Syndrome | Therapeutics Initiative". Therapeutics Initiative. 23 July 2018. Retrieved 3 August 2018.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ Warner, CH; Bobo, W; Warner, C; Reid, S; Rachal, J (1 August 2006). "Antidepressant discontinuation syndrome". American Family Physician. 74 (3): 449–56. PMID 16913164.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Gabriel, M; Sharma, V (29 May 2017). "Antidepressant discontinuation syndrome". Canadian Medical Association Journal. 189 (21): E747. doi:10.1503/cmaj.160991. PMC 5449237. PMID 28554948.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ Davies, J; Read, J (4 September 2018). "A systematic review into the incidence, severity and duration of antidepressant withdrawal effects: Are guidelines evidence-based?". Addictive behaviors. doi:10.1016/j.addbeh.2018.08.027. PMID 30292574.
  5. ୫.୦ ୫.୧ Wilson, E; Lader, M (December 2015). "A review of the management of antidepressant discontinuation symptoms". Therapeutic Advances in Psychopharmacology. 5 (6): 357–68. doi:10.1177/2045125315612334. PMC 4722507. PMID 26834969.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ