ଅଙ୍ଗଦ କହଁର
ଅଙ୍ଗଦ କହଁର | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ଡୁଗୁନି କହଁର |
ପର ଅଧିକାରୀ | ଉମା ଚରଣ ମଲ୍ଲିକ |
ନିର୍ବାଚନ ମଣ୍ଡଳୀ | ଫୁଲବାଣୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ଅପ୍ରେଲ ୧୯୬୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ସୁକାନ୍ତି କହଁର |
ବାପା/ବୋଉ | ସୁବିନ କହଁର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଅଙ୍ଗଦ କହଁର (ଜନ୍ମ: ୧୨ ଅପ୍ରେଲ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଫୁଲବାଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଅଙ୍ଗଦ କହଁର ୧୯୬୪ ମସିହାର ଅପ୍ରେଲ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁବିନ କହଁର ଓ ପତ୍ନୀଙ୍କ ନାମ ସୁକାନ୍ତି କହଁର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଅଙ୍ଗଦ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]
୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଫୁଲବାଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନରେ ସେ ୧୦,୮୧୮ ଖଣ୍ଡ ଭୋଟ୍ ପାଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରଦିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର କିଶୋର କହଁରଙ୍କୁ ୭,୯୧୭ ଖଣ୍ଡ ଭୋଟ୍ରେ ପରାସ୍ତ କରିଥିଲେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Angada Kanhar". odishaassembly.nic.in. Odisha Assembly. Retrieved 15 April 2021.
- ↑ Bhuyan, Sunil (25 March 2019). "ଦ୍ୱିତୀୟ ପର୍ଯ୍ୟାୟର ବଳକା ୨ଟି ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା". Kanak News (in ଓଡ଼ିଆ). kanaknews.com. Archived from the original on 26 September 2020. Retrieved 17 April 2021.
{{cite news}}
: CS1 maint: unrecognized language (link) - ↑ "ଜି.ଉଦୟଗିରିରେ ସାଲୁଗା, ବାଲିଗୁଡ଼ାରେ ଚକ୍ରମଣି, ଫଲବାଣୀରେ ଅଙ୍ଗଦ ଆଗରେ". ଧରିତ୍ରୀ. ଜି.ଉଦୟଗିରି: www.dharitri.com. 23 May 2019. Retrieved 17 April 2021.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Angada Kanhar-ସମ୍ପର୍କିତ ମିଡ଼ିଆ