ଆନନ୍ଦଚନ୍ଦ୍ର ପହୀ

ଉଇକିପିଡ଼ିଆ‌ରୁ
(Anand Chandra Pahiରୁ ଲେଉଟି ଆସିଛି)
ଆନନ୍ଦଚନ୍ଦ୍ର ପହୀ
ଜନ୍ମ ଓ ଜନ୍ମସ୍ଥାନଆନନ୍ଦଚନ୍ଦ୍ର ପହୀ
(1946-04-11) ୧୧ ଅପ୍ରେଲ ୧୯୪୬ (ବୟସ ୭୮)
ନିହଲପ୍ରସାଦ, ଢେଙ୍କାନାଳ
ବୃତ୍ତିଗାଳ୍ପିକ, ଲେଖକ, ନାଟ୍ୟକାର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିପ୍ରତୀକ୍ଷାରେ ପରୀକ୍ଷିତ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮

ଆନନ୍ଦଚନ୍ଦ୍ର ପହୀ (ଜନ୍ମ: ୧୧ ଅପ୍ରେଲ ୧୯୪୬) ଜଣେ ଓଡ଼ିଆ ଗାଳ୍ପିକ, ଲେଖକ ଓ ନାଟ୍ୟକାର । ୧୯୯୮ ମସିହାରେ ତାଙ୍କୁ ତାଙ୍କ ରଚିତ ନାଟ୍ୟ ପୁସ୍ତକ ପ୍ରତୀକ୍ଷାରେ ପରୀକ୍ଷିତ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଆନନ୍ଦଚନ୍ଦ୍ର ପହୀ ୧୯୪୬ ମସିହାର ଅପ୍ରେଲ ୧୧ ତାରିଖରେ ଢେଙ୍କାନାଳ ଜିଲ୍ଲାର ନିହଲପ୍ରସାଦଠାରେ ଜନ୍ମଗ୍ରହଣ କରିଥିଲେ । ସେ ମାଟ୍ରିକ୍ ପାସ୍ କରିବା ପରେ ତାଙ୍କ ଗାଁରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ହିଁ ଶିକ୍ଷକତା ଆରମ୍ଭ କରିଥିଲେ ଏବଂ ଅଧିକ ପାଠ ପଢ଼ିବାର ଇଚ୍ଛା ଯୋଗୁଁ ସେ ଘରୋଇ ଭାବରେ ସ୍ନାତକ ସମାପ୍ତ କରିଥିଲେ । ଏହାପରେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍ ପରୀକ୍ଷା ଦେଇ ୧୯୭୦ ମସିହାରେ ଓଡ଼ିଶା ସଚିବାଳୟରେ କନିଷ୍ଠ ସହାୟକ ଭାବରେ ଯୋଗ ଦେଇଥିଲେ ଏବଂ ୨୦୦୪ ମସିହାରେ ଚାକିରୀରୁ ଅବସର ନେଇଥିଲେ ।[୧]

ସାହିତ୍ୟ ସର୍ଜନା[ସମ୍ପାଦନା]

ଗାଁରେ ଥିବାବେଳେ ସେ ମଞ୍ଚ ନାଟକ ଓ ବେତାର ନାଟକ ପ୍ରତି ଆକୃଷ୍ଟ ଥିଲେ ଏବଂ ଶିକ୍ଷକତା କରିବା ସମୟରେ କିଛି ନାଟକ ଲେଖି ସରସ୍ୱତୀ ପୂଜା ସମୟରେ ପିଲାମାନଙ୍କଦ୍ୱାରା ମଞ୍ଚସ୍ଥ କରାଉଥିଲେ । ୧୯୭୮ ମସିହାରେ ସେ ରମେଶ ଚନ୍ଦ୍ର ଧଳଙ୍କ ତ୍ରୟମାସିକ ସାହିତ୍ୟ ପତ୍ରିକା ଜନପଥର ପରିଚାଳନା ସମ୍ପାଦନା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।

ତାଙ୍କ ରଚିତ କିଛି କ୍ଷୁଦ୍ରଗଳ୍ପ ଗଳ୍ପଝର, ଜନପଥ, ଆସନ୍ତାକାଲି, ନବରବି, ଝଙ୍କାର ଆଦି ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା । ତାଙ୍କର କିଛି ନାଟକ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହେବା ସହିତ କିଛି ନାଟକ ଦୂରଦର୍ଶନରେ ପ୍ରଦର୍ଶିତ ହୋଇଥିଲା ।

ରଚନାବଳୀ[ସମ୍ପାଦନା]

  • ପ୍ରତୀକ୍ଷାରେ ପରୀକ୍ଷିତ (ନାଟକ)

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ସୌରୀବନ୍ଧୁ କର (3 March 2019). "ମୋ ଜୀବନ ଏକ ନାଟକ". ପ୍ରମେୟ. Archived from the original on 3 March 2019. Retrieved 26 January 2023.
  2. "୧୯୯୫, ୧୯୯୬ ଓ ୧୯୯୭ ମସିହାରେ ପ୍ରକାଶିତ ୧୯୯୮ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 22 September 2022. Retrieved 26 January 2023.