ଅମରେନ୍ଦ୍ର ମାଧବ ଦାଶ
ଦେଖଣା
(Amarendra Madhaba Dashରୁ ଲେଉଟି ଆସିଛି)
ଅମରେନ୍ଦ୍ର ମାଧବ ଦାଶ | |
|---|---|
| ଜନ୍ମ | ୧୯୭୮ |
| ଜାତୀୟତା | ଭାରତୀୟ |
| ଶିକ୍ଷା | ଶିକ୍ଷା ସ୍ନାତକୋତ୍ତର (ଓଡ଼ିଆ) ଉତ୍କଳ ବିଶ୍ୱବିଦ୍ୟାଳୟ |
| ବୃତ୍ତି | ସାମ୍ବାଦିକ |
ଅମରେନ୍ଦ୍ର ମାଧବ ଦାଶ (ଜନ୍ମ: ୧୯୭୮) ଜଣେ କବି ।[୧] ସେ ନିଜ କାବ୍ୟଗ୍ରନ୍ଥ "କାନ୍ଦ କାନ୍ଦ ମଣିଷ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ "ଯୁବ ପୁରସ୍କାର" ଲାଭ କରିଛନ୍ତି ।
ଅମରେନ୍ଦ୍ର, ୧୯୭୮ମସିହାରେ ଅନୁଗୋଳ ଜିଲ୍ଲାର ତାଳଚେରରେ ଜନ୍ମଗ୍ରହଣ କରିଥିଲେ । ଚତୁର୍ଥ/ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳକୁ ସ୍କୁଲ ପତ୍ରିକା "ବ୍ରାହ୍ମୀ"ରେ ତାଙ୍କର କବିତା ପ୍ରକାଶ ପାଇଥିଲା । ଯୁକ୍ତ ଦୁଇ ପଢିଲାବେଳକୁ କଲେଜ ପତ୍ରିକାରେ ପ୍ରକାଶ ପାଇଥିଲା କବିତା "ଫେରିଆସ ବାପୁ" । ଏହି କବିତା ତାଙ୍କୁ କଲେଜ ତଥା ତାଳଚେର ସହରରେ "କବି"ର ପରିଚିତି ଆଣିଦେଇଥିଲା ।
କବିତାଗ୍ରନ୍ଥ
[ସମ୍ପାଦନା]- ତୋ ପାଇଁ(୨୦୦୬)
- ଢେର ରାତି ହେଲାଣି (୨୦୧୦)
- କାନ୍ଦକାନ୍ଦ ମଣିଷ(୨୦୧୩)
- ଚିତ୍ର ଆଙ୍କୁଥିବା ପୁଅ(୨୦୧୪)
- ଶବ୍ଦ(୨୦୧୭)
- ଅଯୋଧ୍ୟା (୨୦୨୧)
- କବିତା ଧାଡ଼ି ବାହାରେ (୨୦୨୪)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଯୁବ ପୁରସ୍କାର (ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରଦତ୍ତ)[୨] (୨୦୦୮-୦୯)
- କଳିଙ୍ଗ ପୁସ୍ତକ ମେଳା କବିତା ସମ୍ମାନ (୨୦୧୨)
- ଲେଖାଲେଖି ଯୁବକବି ପୁରସ୍କାର (୨୦୧୨)
- ଅନଗୁଳ ଜିଲ୍ଲା ସାହିତ୍ୟ ସଂସଦ ଯୁବକବି ସମ୍ମାନ (୨୦୧୮)
- ଲକ୍ଷ୍ମୀକାନ୍ତ ଶାହ ଯୁବକବି ସମ୍ମାନ (୨୦୨୨)
- ସୁବ୍ରତ ରଥ ସ୍ମାରକୀ କବିତା ପୁରସ୍କାର (୨୦୨୪) (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)
- ବସନ୍ତ ମୁଦୁଲି କବିତା ପୁରସ୍କାର (୨୦୨୫)[୩][୪]
ଆଧାର
[ସମ୍ପାଦନା]- ↑ http://odishan.com/16627
- ↑ "ପହିଲି ପୁଲକ". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୧୧-୨୪ ପୃଷ୍ଠା ୮. Retrieved 13 November 2017.
- ↑ Mansingh, Sangita (2025-10-03). "କବି ଅମରେନ୍ଦ୍ର ମାଧବ ଦାଶ ପାଇବେ 'ବସନ୍ତ ମୁଦୁଲି କବିତା ପୁରସ୍କାର'". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2025-10-06.
- ↑ "କବି ଅମରେନ୍ଦ୍ର ମାଧବ ଦାଶ ପାଇବେ ବସନ୍ତ ମୁଦୁଲି କବିତା ପୁରସ୍କାର - Samaja Live" (in ଆମେରିକୀୟ ଇଂରାଜୀ). 2025-10-03. Retrieved 2025-10-06.