ଆଲକ‌ହଲ (ଡାକ୍ତରୀ ବ୍ୟବ‌ହାର)

ଉଇକିପିଡ଼ିଆ‌ରୁ
(Alcohols (medicine)ରୁ ଲେଉଟି ଆସିଛି)
ଆଲକ‌ହଲ (ଡାକ୍ତରୀ ବ୍ୟବ‌ହାର)
Full structural formula of ethanol
Clinical data
Routes of
administration
topical, intravenous, by mouth
ATC code
Legal status
Legal status
Pharmacokinetic data
MetabolismLiver
Identifiers
CAS Number
PubChem CID
DrugBank
ChemSpider
Chemical and physical data
FormulaC2H6O
Molar mass୪୬.୦୭ g·mol−1
3D model (JSmol)
  • CCO
  • InChI=1S/C2H6O/c1-2-3/h3H,2H2,1H3
  • Key:LFQSCWFLJHTTHZ-UHFFFAOYSA-N

ଆଲକ‌ହଲ (ଇଂରାଜୀ ଭାଷାରେ Alcohols) ଅନେକ ଆକାରରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର କରାଯାଏ ଯେପରିକି ଆଣ୍ଟସେପ୍ଟିକ (antiseptic), ଡିସଇନଫେକ୍ଟାଣ୍ଟ (disinfectant) ଓ ଆଣ୍ଟିଡୋଟ (antidote) ଭାବରେ ବ‌ହୁଳ ବ୍ୟବ‌ହାର କରାଯାଏ ।[୧] ଇଞ୍ଜେକସନ ଛୁଞ୍ଚି (needle stick) ଫୋଡ଼ିବା ପୂର୍ବରୁ ଓ ଅପରେଶନ ପୂର୍ବରୁ ଏହା ଚର୍ମ ଡିସଇନଫେକସନ (disinfect skin) ନିମନ୍ତେ ଲଗାଯାଏ । ରୋଗୀର ଚର୍ମ ଓ ଡାକ୍ତରଙ୍କର ହାତ ଡିସଇଫେକସନ ନିମନ୍ତେ ବ୍ୟବ‌ହାର କରାଯାଏ । ଅନ୍ୟାନ୍ୟ ଅନେକ ସ୍ଥାନ ପରିଷ୍କାର କରିବା ନିମନ୍ତେ ଲଗାଯାଏ ।[୨] ଏହା ପାଟିରେ ଦିଆଯାଏ ଓ ମିଥାନଲ (methanol) ବା ଏଥିଲିନ ଗ୍ଲାଇକଲ ବିଷକ୍ରିୟାରେ (ethylene glycol toxicity) ଫୋମେପିଜୋଲ (fomepizole) ନମିଳିଲେ ଏହି ଆଲକ‌ହଲ ଶିରାଭ୍ୟନ୍ତର ଇଞ୍ଜେକସନ (injected into a vein) ଆକାରରେ ଦିଆଯାଏ । [୧]

ଏହା ଚର୍ମରେ ଲଗେଇଲେ ଜଳାପୋଡ଼ା ହୋଇପାରେ ।[୨] ଏହା ଏକ ଜ୍ୱଳନଶୀଳ ପଦାର୍ଥ ହୋଇଥିବାଯୋଗୁ ଇଲେକ୍ଟ୍ରୋକଟେରି (electrocautery) ବ୍ୟବ‌ହାର କଲାବେଳେ ସାବଧାନ ରହିବା ଆବଶ୍ୟକ ।[୧] ଇଥାନଲ (ethanol), ଡିନେଚର୍‌ଡ଼ ଇଥାନଲ (denatured ethanol), ୧-ପ୍ରୋପାନଲ (1-propanol) ଓ ଆଇସୋପ୍ରୋପାଇଲ ଆଲକ‌ହଲ (isopropyl alcohol) ଇତ୍ୟାଦି ଆଲକ‌ହଲର alcohol ପ୍ରତିରୂପ ।[୩][୪] ଏହା ଅନେକ ଅଣୁଜୀବ (microorganisms) ବିରୁଦ୍ଧରେ କାମକରେ କିନ୍ତୁ ସ୍ପୋରମାନଙ୍କୁ (spores) ଅକ୍ଷମ କରିପାରେନାହିଁ । ଏହା ୬୦%ରୁ ୯୦% ସାନ୍ଦ୍ରତାରେ ଉତ୍ତମ କାମକରେ ।[୪]

ଆଲକ‌ହଲ ସନ ୧୩୬୩ରୁ ବ୍ୟବ‌ହାର ହୋଇଆସୁଛି ଓ ୧୮୦୦ ଶତାବ୍ଦୀର ଶେଷ ଭାଗରୁ ଏହା ବ୍ୟବ‌ହାର ନିମନ୍ତେ ଉପଲବ୍ଧ ହୋଇଆସୁଛି ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ୭୦% ଡିନେଚର୍‌ଡ଼ ଆଲକ‌ହଲ ଏକ ଲିଟରର ମୂଲ୍ୟ ୧.୮୦ରୁ ୯.୫୦ ଆମେରିକୀୟ ଡଲାର ।[୬] ସଂଯୁକ୍ତ ରାଷ୍ଟ୍ରରେ ଏହାର ୯୯% ଏକ ଲିଟରର ମୂଲ୍ୟ ୩.୯୦ ପାଉଣ୍ଡ ।[୧] ବ୍ୟବ‌ହାରିକ ଫର୍ମୁଲା ହ୍ୟାଣ୍ଡ ରବ୍ (alcohol based hand rub) ଆକାରରେ ଓ କ୍ଲୋରହେକ୍ସିଡିନ ସ‌ହିତ ଏହା ମିଳେ ।[୪][୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ British national formulary : BNF 69 (69 ed.). British Medical Association. 2015. pp. 42, 838. ISBN 9780857111562.
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 321. ISBN 9789241547659. Retrieved 8 January 2017.
  3. ୩.୦ ୩.୧ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. ୪.୦ ୪.୧ ୪.୨ McDonnell, G; Russell, AD (January 1999). "Antiseptics and disinfectants: activity, action, and resistance". Clinical Microbiology Reviews. 12 (1): 147–79. PMID 9880479.
  5. Block, Seymour Stanton (2001). Disinfection, Sterilization, and Preservation (in ଇଂରାଜୀ). Lippincott Williams & Wilkins. p. 14. ISBN 9780683307405.
  6. "Alcohol, Denatured". International Drug Price Indicator Guide. Archived from the original on 25 March 2020. Retrieved 8 December 2016.
  7. Bolon, MK (September 2016). "Hand Hygiene: An Update". Infectious disease clinics of North America. 30 (3): 591–607. PMID 27515139.