Jump to content

ମାନବ ଆଲବିନିଜ୍ମ

ଉଇକିପିଡ଼ିଆ‌ରୁ
(Albinism in humansରୁ ଲେଉଟି ଆସିଛି)
Albinism
Achromia, achromasia, achromatosis
A boy with albinism
ଉଚ୍ଚାରଣ
ବିଭାଗDermatology
ଲକ୍ଷଣPale skin, eyes, and hair[]
ଆକ୍ରାନ୍ତ ସମୟPresent at birth[]
କାରଣGenetic mutation[]
ରୋଗ ନିର୍ଣ୍ଣୟ ପଦ୍ଧତିBased on an examination, genetic testing[]
ସଠିକ ରୋଗ ନିର୍ଣ୍ଣୟPiebaldism, vitiligo, phenylketonuria, homocystinuria, kwashiorkor[]
ଚିକିତ୍ସାSun protection, screening for skin cancer, frequent eye exams[]
PrognosisLife expectancy may be similar to general population[]
ପୁନଃପୌନିକ1 in 20,000[]

ମାନବ ଆଲବିନିଜ୍ମରେ ଜନ୍ମ ସମୟରେ ଆଲବିନିଜ୍ମ ଉପସ୍ଥିତ ଥାଏ ଏବଂ ଚର୍ମ, କେଶ ଏବଂ ଆଖିର ରଙ୍ଗ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଅନୁପସ୍ଥିତ ଥାଏ । [] ଏଥିରେ ତୀକ୍ଷ୍‌ଣ ଦୃଷ୍ଟି ହ୍ରାସ, ଆଲୋକ ସମ୍ବେଦନଶୀଳତା, ବାଇ୍ନୋକୁଲାର୍ ଭିଜନ ଅଭାବ, ପ୍ରତିକ୍ରିୟାଶୀଳ ତ୍ରୁଟି ଏବଂ ନିଷ୍ଟାଗ୍ମସ୍ ଭଳି ଦୃଷ୍ଟି ଶକ୍ତି ସମସ୍ୟା ଜଡିତ ଥାଏ । [] ଲୋକମାନେ ସୂର୍ଯ୍ୟଦାହ ଏବଂ ଚର୍ମ କର୍କଟରୋଗରେ ମଧ୍ୟ ପ୍ରଭାବିତ ହୁଅନ୍ତି । []

ଜେନେଟିକ୍ ପରିବର୍ତ୍ତନ ହେତୁ ଆଲବିନିଜ୍ମ ରୋଗରେ ମେଲାନିନ ତିଆରି କିମ୍ବା ବିତରଣ କରିବାର କ୍ଷମତା ହ୍ରାସ ହୋଇଥାଏ । [] ଅତି କମରେ ୭ଟି ଭିନ୍ନ ଭିନ୍ନ ଅଟୋସୋମାଲ ରିସେସିଭ୍ ମ୍ୟୁଟେସନ୍ ଫଳରେ ଆଲବିନିଜିମ୍ ହୋଇପାରେ ଏବଂ ହରମାନସ୍କି-ପୁଡଲାକ ଏବଂ ଚେଡିଅକ-ହିଗାସି ସିଣ୍ଡ୍ରୋମ ସହିତ ଅନେକ ସିଣ୍ଡ୍ରୋମର ଅଂଶ ଭାବରେ ଏହି ଅବସ୍ଥା ମଧ୍ୟ ଉପସ୍ଥିତ । [] [] ସାଧାରଣତଃ ଏକ ଶାରୀରିକ ପରୀକ୍ଷା ଉପରେ ଆଧାରିତ ଏବଂ ଜେନେଟିକ ପରୀକ୍ଷଣଦ୍ୱାରା ସମର୍ଥିତ ହୋଇପାରେ । []

ଚିକିତ୍ସାରେ ଜୀବନବ୍ୟାପୀ ସୂର୍ଯ୍ୟାଲୋକରୁ ସୁରକ୍ଷା ସ‌ହିତ ପ୍ରତିରକ୍ଷାକାରୀ ପୋଷାକ, କଳା ଚଷମା ଏବଂ ଅଲଟ୍ରାଭାୟୋଲେଟ ଆଲୋକରୁ ଦୂରେଇ ରହିବା ଆବଶ୍ୟକ ହୁଏ ।[] ବାର୍ଷିକ ଚର୍ମ କର୍କଟ ସ୍କ୍ରିନିଂ ଅନ୍ତତ ପକ୍ଷେ ସୁପାରିଶ କରାଯାଏ, ବୁଝାଇଦିଆଯାଏ ଯେ ମେଲାନୋମା କଳା ନୁହେଁ, ଗୋଲାପୀ । [] ବାରମ୍ବାର ଚକ୍ଷୁ ପରୀକ୍ଷା ମଧ୍ୟ ସୁପାରିଶ କରାଯାଏ । [] ୨୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ଜଣେ ଏହି ରୋଗରେ ପ୍ରଭାବିତ ହୁଏ । [] ଦୁନିଆର ଅନେକ ସ୍ଥାନରେ ଏହି ରୋଗ ବିଦ୍ୟମାନ । [] ଏହି ଶବ୍ଦଟି ଲାଟିନ୍ ଭାଷାର ଆଲବସ୍ର ଅର୍ଥ ହେଉଛି "ଧଳା" |।[]

  1. "albino". Random House Dictionary. 2017. Archived from the original on 4 March 2016. Retrieved 10 November 2017 via Dictionary.Reference.com.
  2. "American Pronunciation of albino". Macmillan Dictionary. 2017. Archived from the original on 11 November 2017. Retrieved 10 November 2017.
  3. 1 2 3 4 5 6 7 8 9 10 11 12 13 14 15 16 17 Federico, JR; Krishnamurthy, K (January 2020). "Albinism". PMID 30085560. {{cite journal}}: Cite journal requires |journal= (help)
  4. 1 2 3 Federico, JR; Krishnamurthy, K (January 2020). "Albinism". PMID 30085560. {{cite journal}}: Cite journal requires |journal= (help)
  5. Kaplan, J.; De Domenico, I.; Ward, D. M. (2008). "Chediak-Higashi syndrome". Current Opinion in Hematology. 15 (1): 22–29. doi:10.1097/MOH.0b013e3282f2bcce. PMID 18043242.