ଅଜିତ କୁମାର ମହାନ୍ତି

ଉଇକିପିଡ଼ିଆ‌ରୁ
(Ajit Kumar Mohantyରୁ ଲେଉଟି ଆସିଛି)
ଅଜିତ କୁମାର ମହାନ୍ତି
Born୧୯୫୯ ମସିହା
Nationalityଭାରତୀୟ
Citizenshipଭାରତୀୟ
Alma materୟୁନିଭର୍ସିଟି ଅଫ ମୁମ୍ବାଇ,ରେଭେନ୍ସା ବିଶ୍ୱବିଦ୍ୟାଳୟ,
ମହାରାଜା ପୂର୍ଣଚନ୍ଦ୍ର ଭଞ୍ଜଦେଓ ମହାବିଦ୍ୟାଳୟ
Awardsଆଣବିକ ଶକ୍ତି ହୋମି ଭାବା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ପୁରସ୍କାର,
ଯୁବ ପଦାର୍ଥ ବିଜ୍ଞାନୀ - ୧୯୯୧ (ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ)
ବିଜ୍ଞାନୀ ଜୀବନ
କ୍ଷେତ୍ରଆଣବିକ ପଦାର୍ଥ ବିଜ୍ଞାନ
ଭାବା ଆଣବିକ ଗବେଷଣା କେନ୍ଦ୍ର
କାର୍ଯ୍ୟକାଳ
୨୦୧୯ – ୨୦୨୧
ପୂର୍ବ ଅଧିକାରୀକେ.ଏନ. ବ୍ୟାସ

ଅଜିତ କୁମାର ମହାନ୍ତି (ଜନ୍ମ: ୧୯୫୯ ମସିହା) ଜଣେ ଓଡ଼ିଆ ବୈଜ୍ଞାନିକ । ୧୨ ମାର୍ଚ୍ଚ ୨୦୧୯ ମସିହାରେ ସେ ଭାରତର ବହୁମୁଖୀ ଆଣବିକ ଗବେଷଣା କେନ୍ଦ୍ର, ‘ଭାବା ଆଣବିକ ଗବେଷଣା କେନ୍ଦ୍ର (BARC)’ର ନିର୍ଦ୍ଦେଶକ ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।[୧]

ବ୍ୟକ୍ତିଗତ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ଅଜିତ ସନ ୧୯୫୯ ମସିହାରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ୧୯୭୯ ମସିହାରେ ସେ ମୟୁରଭଞ୍ଜମହାରାଜା ପୂର୍ଣଚନ୍ଦ୍ର ଭଞ୍ଜଦେଓ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଲାଭ କରିଥିଲେ । ୧୯୮୧ ମସିହାରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଲାଭ କରିଥିଲେ । ଅଜିତ, ୟୁନିଭର୍ସିଟି ଅଫ ମୁମ୍ବାଇରୁ ୧୯୮୩ ମସିହାରେ ଡକ୍ଟରେଟ ଉପାଧି ଲାଭ କରିଥିଲେ । ସେହି ୧୯୮୩ ମସିହାରେ ସେ ୨୬ତମ ବିଏଆରସି ତାଲିମ ବିଦ୍ୟାଳୟରୁ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । [୨]

ପେଶା[ସମ୍ପାଦନା]

୧୯୮୩ ମସିହାରେ ସେ ବିଏଆରସିର ଆଣବିକ ପଦାର୍ଥ ବିଜ୍ଞାନ ବିଭାଗରେ ଯୋଗ ଦେଇଥିଲେ । ତାଙ୍କର ଚଳନ୍ତି ୩୬ ବର୍ଷ କାର୍ଯ୍ୟକାଳରେ ସେ ସବ କୁଲମ୍ବ ବ୍ୟାରିୟରର କୋଳିଜନ ଶକ୍ତିଠାରୁ ଆରମ୍ଭ କରି ରିୟାଲିଟିବିଷ୍ଟିକ ରେଜିମ ପର୍ଯ୍ୟନ୍ତ କାମ କରିଥିଲେ ।

ବର୍ତ୍ତମାନ ସେ କୋଲକାତାରେସ୍ଥିତ ଶାହା ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟାର ଫିଜିକ୍ସର ମଧ୍ୟ ନିର୍ଦ୍ଦେଶକ ଅଟନ୍ତି ।[୨] ବିଏଆରସିର ନିର୍ଦ୍ଧେଶକ ସେ ବର୍ତ୍ତମାନ ତିନି ବର୍ଷ କାଳ କାମ କରିବେ ।[୧] ସେ ଏହି କାର୍ଯ୍ୟଭାର କେ.ଏନ. ବ୍ୟାସଙ୍କଠାରୁ ନେଲେ ।[୩]

ପୁରସ୍କାର ଏବଂ ସମ୍ମାନ[ସମ୍ପାଦନା]

  • ଯୁବ ବୈଜ୍ଞାନିକ - ୧୯୮୮ (ଭାରତୀୟ ପଦାର୍ଥ ବିଜ୍ଞାନ ସମାଜ)
  • ଯୁବ ପଦାର୍ଥ ବିଜ୍ଞାନୀ - ୧୯୯୧ (ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ)
  • ଆଣବିକ ଶକ୍ତି ହୋମି ଭାବା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା - ୨୦୦୧[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ "'ବାର୍କ'ର ନିର୍ଦ୍ଦେଶକ ରୂପେ ଦାୟିତ୍ୱ ନେଲେ ଓଡ଼ିଆ ବୈଜ୍ଞାନିକ ଅଜିତ୍‌ କୁମାର ମହାନ୍ତି". Sambad (in ଆମେରିକୀୟ ଇଂରାଜୀ). 2019-03-12. Retrieved 2019-03-12.
  2. ୨.୦ ୨.୧ "Ajit Kumar Mohanty from Odisha takes over as BARC Director". KalingaTV (in ଆମେରିକୀୟ ଇଂରାଜୀ). 2019-03-12. Retrieved 2019-03-12.
  3. Bureau, Our. "Ajit Kumar Mohanty named BARC director". @businessline (in ଇଂରାଜୀ). Retrieved 2019-03-12.
  4. "Odia scientist Ajit Kumar Mohanty takes over as BARC Director". Pragativadi: Leading Odia Dailly (in ଆମେରିକୀୟ ଇଂରାଜୀ). 2019-03-12. Retrieved 2019-03-12.