ଅଜୟନ୍ତୀ ପ୍ରଧାନ

ଉଇକିପିଡ଼ିଆ‌ରୁ
(Ajayanti Pradhanରୁ ଲେଉଟି ଆସିଛି)
ଅଜୟନ୍ତୀ ପ୍ରଧାନ
ବିଧାୟିକା: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀସାଲୁଗା ପ୍ରଧାନ
ପର ଅଧିକାରୀମନୋଜ କୁମାର ପ୍ରଧାନ
ନିର୍ବାଚନ ମଣ୍ଡଳୀଉଦୟଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1965-03-01) ୧ ମାର୍ଚ୍ଚ ୧୯୬୫ (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରାଘବ ମହାନ୍ତି
ସନ୍ତାନ୨ ପୁଅ
ବାପା/ବୋଉଶ୍ରୀରାମ ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଅଜୟନ୍ତୀ ପ୍ରଧାନ (ଜନ୍ମ: ୧ ମାର୍ଚ୍ଚ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ ।[୧] ସେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ୨୦୦୪ ମସିହାରେ ହୋଇଥିବା ନିର୍ବାଚନରେ ଘୁମୁସର ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଅଜୟନ୍ତୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୩][୪]

ଜନ୍ମ ଓ ପରିବାର[ସମ୍ପାଦନା]

ଅଜୟନ୍ତୀ ପ୍ରଧାନ ୧୯୬୫ ମସିହାର ମାର୍ଚ୍ଚ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପାଙ୍କ ନାମ ଶ୍ରୀରାମ ପ୍ରଧାନ । ସେ ରାଘବ ମଲ୍ଲିକଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଜଣ ପୁଅ ଅଛନ୍ତି ।

ଅଜୟନ୍ତୀ ଜଣେ ସରକାରୀ ଚାକିରୀଆ ଭାବରେ କାର୍ଯ୍ୟ କରୁଥିଲେ । ସେ ୧୯୮୮ ମସିହାରୁ ଚାକିରୀରେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ବିଭାଗରେ କାର୍ଯ୍ୟ କରି ସେ ୨୫ ମାର୍ଚ୍ଚ ୨୦୦୪ରେ ଚାକିରୀ ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ । ଅଜୟନ୍ତୀ ଚାକିରୀ ଭାଡ଼ିବାବେଳକୁ କନ୍ଧମାଳ ଜିଲ୍ଲାର ଜଣେ ସିଡିପିଓ ଭାବରେ କାର୍ଯ୍ୟ କରୁଥିଲେ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ଅଜୟନ୍ତୀ ପ୍ରଧାନ ଭାରତୀୟ ଜାତୀୟ କଂଗ୍ରେସ ରାଜନୈତିକ ଦଳ ସହିତ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।[୬] ସେ ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।


୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଅଜୟନ୍ତୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଘୁମୁସର ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୭][୮] ଏହି ବିଧାନ ସଭାରେ ସେ ୨୦୦୪ରୁ ୨୦୦୯ ମସିହାଯାଏଁ ଘୁମୁସର ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।


୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ସାଧାରଣ ନିର୍ବାଚନରେ ଅଜୟନ୍ତୀ ପୁଣିଥରେ ଘୁମୁସର ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସମୁଦାୟ ୬୫.୪୫ ପ୍ରତିଶତ ମତଦାନ ହୋଇଥିଲା ।[୯] ସମୁଦାୟ ଭୋଟରୁ ଅଜୟନ୍ତୀ ୨୧,୦୭୪ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ ।[୧୦][୧୧] ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମନୋଜ କୁମାର ପ୍ରଧାନ ସମୁଦାୟ ୪୫,୦୦୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୨][୧୩] ଏହି ନିର୍ବାଚନରେ ମନୋଜ ଅଜୟନ୍ତୀଙ୍କୁ ପାଖାପାଖି ୩୦,୦୦୦ ଭୋଟ ବ୍ୟବଧାନରେ ହରାଇଥିଲେ ।[୧୪][୧୫] ନିର୍ବାଚନ ଫଳାଫଳ ବାହାରିବାବେଳକୁ ବିଜୟୀ ପ୍ରାର୍ଥୀ ମନୋଜ କନ୍ଧମାଳ ଉପ-କାରାଗାରରେ ଥିଲେ ।[୧୬] ୨୦୧୪ ମସିହାରେ ଅଜୟନ୍ତୀ ନିର୍ବାଚନ ଲଢ଼ି ନ ଥିଲେ । ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଜାକବ୍ ପ୍ରଧାନ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭]


ଅଜୟନ୍ତୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରଦେଶ କଂଗ୍ରେସର ଜଣେ କାର୍ଯ୍ୟକାରୀ ଅଧକ୍ଷ ଭାବରେ କାର୍ଯ୍ୟ କରୁଥିଲେ ।[୧୭]

ଆଧାର[ସମ୍ପାଦନା]

  1. "ପ୍ରଦେଶ ମହିଳା କ˚ଗ୍ରେସର ନବୀନ ନିବାସ ଘେରାଉ". Sambad (in ଆମେରିକୀୟ ଇଂରାଜୀ). 2019-02-16. Retrieved 2019-03-03.
  2. "Archive for the 'Odisha Assembly' Category". www.orissalinks.com. Retrieved 2019-03-03.
  3. ୩.୦ ୩.୧ "Smt. Ajayanti Pradhan". odishaassembly.nic.in. Retrieved 3 March 2019.
  4. "103 - G.Udayagiri Assembly Constituency". eci.nic.in. 2006. Retrieved 27 March 2014. List Of Winning Candidates
  5. "MLA Ajayanti Pradhan Profile | UDAYAGIRI Constituency". www.odishahelpline.com. Retrieved 2019-03-03.
  6. Bureau, Samajalive. "ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ମହିଳା କଂଗ୍ରେସର ଶୋଭାଯାତ୍ରା | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-03-03.
  7. ୭.୦ ୭.୧ ବିହାରୀ, ବଟକୃଷ୍ଣ (2019-03-02). "ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ : ଜନ୍ମ ହେବାଠୁ ଥରେ ମାତ୍ର ବିଜୟର ସ୍ବାଦ ଚାଖିଛି ବିଜେଡି, ବିଜେପିରୁ ଆଶାୟୀ ମାଳମାଳ ଓ କଂଗ୍ରେସରୁ କିଏ?". Sambad (in ଆମେରିକୀୟ ଇଂରାଜୀ). Archived from the original on 2019-03-10. Retrieved 2019-03-03.
  8. "Ajayanti Pradhan, Udayagiri Assembly Elections 2004 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Retrieved 2019-03-03.
  9. "Constituency Wise odisha Assembly Election result 2014". Leadtech.in. Archived from the original on 18 August 2014. Retrieved 2 September 2014.
  10. "Kandhamal riot accused wins assembly polls from jail". The Economic Times. 2009-05-16. Retrieved 2019-03-03.
  11. "Bhujabala Majhi appointed Chairman of Odisha State Adivasi Congress". KalingaTV (in ଆମେରିକୀୟ ଇଂରାଜୀ). 2018-08-08. Retrieved 2019-03-03.
  12. "Odisha - G.Udayagiri". Election Commission of India. Retrieved 2 September 2014.[permanent dead link]
  13. "Orissa Assembly Election 2014, Constituency: G.Udayagiri (83)". EmpoweringIndia.org. Retrieved 2 September 2014.
  14. "BJP MLA jailed for Kandhamal riots - Times of India". The Times of India. Retrieved 2019-03-03.
  15. "The field commander". The Indian Express (in Indian English). 2010-07-02. Retrieved 2019-03-03.
  16. "Kandhamal accused wins assembly polls from jail". www.rediff.com. Retrieved 2019-03-03.
  17. "Residential school shame: Newborn delivered by minor girl dies". odishatv.in (in ଆମେରିକୀୟ ଇଂରାଜୀ). Archived from the original on 2019-01-14. Retrieved 2019-03-03.