ଅଗ୍ନି ପରୀକ୍ଷା

ଉଇକିପିଡ଼ିଆ‌ରୁ
(Agni Parikshyaରୁ ଲେଉଟି ଆସିଛି)
ଅଗ୍ନି ପରୀକ୍ଷା
ନିର୍ଦ୍ଦେଶକସୂର୍ଯ୍ୟ ମିଶ୍ର
ପ୍ରଯୋଜକନାରାୟଣ ରାଉତ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟସୂର୍ଯ୍ୟ ମିଶ୍ର
କାହାଣୀସୁବୋଧ ପଟ୍ଟନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ, ଅନିତା ଦାସ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣସତ୍ୟ ପଟ୍ଟନାୟକ
ସମ୍ପାଦକରବି ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୨୦୦୪
ଦେଶ ଭାରତ
ଭାଷାଓଡ଼ିଆ

ଅଗ୍ନି ପରୀକ୍ଷା, ୨୦୦୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ରାଉତ ।[୧] ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ।[୧] ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ, ଅନିତା ଦାସ, ଅସୀତ ପତି, ଜୟୀରାମ ସାମଲ, ହରିହର ମହାପାତ୍ର, ରୁନୁ ପରିଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ମାଣ କାର୍ଯ୍ୟ ପ୍ରଥମେ ୧୯୯୭ ମସିହାରେ ଆରମ୍ଭ ହୋଇଥିଲା ଏବଂ ନାୟିକା ଭାବରେ ରଚନା ବାନାର୍ଜୀଙ୍କୁ ଚୟନ କରାଯାଇଥିଲା, ମାତ୍ର ପରବର୍ତ୍ତୀ ସମୟରେ ରଚନାଙ୍କ ସ୍ଥାନରେ ଅନୁ ଚୌଧୁରୀଙ୍କୁ ନାୟିକା ଭାବରେ ନିଆଯାଇଥିଲା ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୧] ନିଜାମ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ସୋନୁ ନିଗମ, ନିଜାମ, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଫୁଲେଇଲୋ" 
2."ଜୟ ସନ୍ତୋଷୀ ମାଆ" 
3."ଯାହା ହେଲା ଚୁପ୍‌ଚାପ୍" 
4."ଭଲ ପାଏ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "ଓଲିଉଡ ନାୟିକା ଅନୁ ଚୌଧୁରୀଙ୍କ କ୍ଷେତ୍ରରେ ଏମିତି ଘଟିଥିଲା କାହିଁକି? | Sambad". Sambad (in Odia). Odisha. 23 September 2018. Archived from the original on 26 September 2018. Retrieved 2 October 2018.{{cite news}}: CS1 maint: unrecognized language (link)
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  3. Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]